Posted inଜାତୀୟ

ଯେବେ ମେଜର ଜେନରାଲଙ୍କ ଝିଅଙ୍କୁ ଭଲପାଇ ବସିଥିଲେ ଓମାର ଅବଦୁଲ୍ଲା, କୋର୍ଟରେ ପହଞ୍ଚିଥିଲା ମାମଲା…

ନୂଆଦିଲ୍ଲୀ,୧୬।୧୦: ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ଆଜି ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ୫୪ ବର୍ଷୀୟ ଅବଦୁଲ୍ଲା ଦ୍ୱିତୀୟ ଥର ପାଇଁ ରାଜ୍ୟ ଦାୟିତ୍ୱ ଗ୍ରହଣ କରିବେ। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଓମାରଙ୍କ ଦଳ ନ୍ୟାଶନାଲ କନଫରେନ୍ସ ୯୫ଟି ଆସନ ମଧ୍ୟରୁ ୪୨ଟି ଜିତିଛି। ଯେଉଁଠାରେ ଏହାର ସହଯୋଗୀ କଂଗ୍ରେସ ୬ ଟି ଆସନ ପାଇଛି। ଏପରି ଭାବରେ , ସଂଖ୍ୟାଗରିଷ୍ଠତା ପାଇ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଓମାର ଅବଦୁଲ୍ଲା ୧୦ ମାର୍ଚ୍ଚ ୧୯୭୦ରେ ବ୍ରିଟେନର ରୋଚଫୋର୍ଡରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରାଥମିକ ଶିକ୍ଷା ଶ୍ରୀନଗରର ବର୍ଣ୍ଟ ହଲ ସ୍କୁଲରୁ ହୋଇଥିଲା। ମୁମ୍ବାଇର ସାଇଡେନହମ କଲେଜରୁ ସ୍ନାତକ ହାସଲ କରିଥିଲେ। ସ୍ନାତକୋତ୍ତର ଦିନରେ ଓମାର ଶରଦ ପାୱାରଙ୍କ ଘରେ ରହୁଥିଲେ। ସ୍ନାତକ ପରେ ସେ ସ୍କଟଲ୍ୟାଣ୍ଡର ଷ୍ଟ୍ରାଟକ୍ଲିଟ ୟୁନିଭରସିଟିରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଅଧ୍ୟୟନ ପରେ, ସେ କିଛି ସମୟ କାମ କରିଥିଲେ। ତା’ପରେ ତାଙ୍କ ପରିବାରର ଉତ୍ତରାଧିକାରୀ ଭାବେ ସେ ରାଜନୀତି କ୍ଷେତ୍ରରେ ଏଣ୍ଟ୍ରି ମାରିଥିଲେ।

୧୯୯୮ରେ ଓମାର ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ଲୋକ ସଭା ନିର୍ବାଚନରେ ଜିତିଥିଲେ। ଏହା ପରେ ସେ ୧୯୯୯ରେ ପୁନର୍ବାର ଏମପି ହୋଇଥିଲେ ଏବଂ ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପଦ ପାଇଥିଲେ। ୨୦୦୧ରେ ତାଙ୍କୁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ କରାଯାଇଥିଲା। ୨୦୦୫ସୁଦ୍ଧା ଓମାର ଅବଦୁଲ୍ଲା ଜମ୍ମୁ କାଶ୍ମୀରର ରାଜନୀତିରେ ମନ ବଳାଇଥିଲେ ଏବଂ ପରେ ୨୦୦୯ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେତେବେଳେ ସେ CM ହେବାରେ ସବୁଠାରୁ କନିଷ୍ଠ ବ୍ୟକ୍ତି ଥିଲେ।

ଓମାର ଅବଦୁଲ୍ଲାଙ୍କ ରାଜନୈତିକ କ୍ୟାରିୟର ଠାରୁ ତାଙ୍କ ଲଭ୍‌ ଷ୍ଟୋରୀ ମଧ୍ୟ ସେତିକି ଆକର୍ଷଣୀୟ। ସେ ସେପ୍ଟେମ୍ବର ୧୯୯୪ରେ ପାୟଲ ନାଥଙ୍କୁ ବିବାହ କରିଥିଲେ। ପାୟଲ ଶିଖ୍‌ ପରିବାରରୁ ଅଟନ୍ତି। ତାଙ୍କ ବାପା ଭାରତୀୟ ସେନାର ଜଣେ ମେଜର ଜେନେରାଲ ଥିଲେ। ଏକ ସାକ୍ଷାତକାରରେ ଓମାର ଅବଦୁଲ୍ଲା କହିଛନ୍ତି ଯେ ରାଜନୀତିରେ ଆସିବା ପୂର୍ବରୁ ସେ ୯୦ଦଶକରେ ଦିଲ୍ଲୀର ଓବରୋଇ ହୋଟେଲରେ କାମ କରୁଥିଲେ। ଏଠାରେ ସେ ପ୍ରଥମ ଥର ପାଇଁ ପାୟଲଙ୍କୁ ଭେଟିଥିଲେ। ପାୟଲ ମଧ୍ୟ ଏଠାରେ କାମ କରୁଥିଲେ। କିଛି ସମୟ ପରେ, ଦୁହେଁ ପରସ୍ପରର ନିକଟତର ହେଲେ ଏବଂ ପରେ ୧୯୯୪ରେ ବିବାହ କଲେ। ଓମାର ଅବଦୁଲ୍ଲା ଏବଂ ପାୟଲଙ୍କ ବିବାହକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା।

ଏକ ସାକ୍ଷାତକାରରେ ଓମାର କହିଛନ୍ତି ଯେ, ଉଭୟ ପରିବାର ବିବାହର ବିରୋଧୀ ନ ଥିଲେ, କିନ୍ତୁ କଶ୍ମୀରୀ ପଣ୍ଡିତଙ୍କ ଏକ ବିଭାଗ ଏହି ବିବାହ ଉପରେ ଅତ୍ୟଧିକ କ୍ରୋଧିତ ଥିଲେ ଏବଂ ସେମାନେ ଏହାକୁ ବିରୋଧ କରିଥିଲେ କିନ୍ତୁ ଉଭୟ ପଛକୁ ଫେରି ନଥିଲେ। ଓମାର ଅବଦୁଲ୍ଲା ଏବଂ ପାୟଲଙ୍କର ଜହିର ଏବଂ ଜାମିର ନାମକ ଦୁଇ ପୁଅ ଅଛନ୍ତି।

ତେବେ ପର ମୂହୁର୍ତ୍ତରେ ଓମାର ଅବଦୁଲ୍ଲା ଏବଂ ପାୟଲଙ୍କ ଛାଡପତ୍ର ହୋଇଥିଲା। ପାୟଲ ଏହାକୁ କୋର୍ଟ ଯାଏ ନେଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୧ରୁ ଉଭୟ ଅଲଗା ରହୁଛନ୍ତି। କୁହାଯାଏ ଯେ ୨୦୦୫ ପରେ ଯେତେବେଳେ ଓମାର ଅବଦୁଲ୍ଲା ଜମ୍ମୁ କଶ୍ମୀରର ରାଜନୀତିରେ ସକ୍ରିୟ ହୋଇଥିଲେ, ସେତେବେଳେ ପାୟଲଙ୍କଠାରୁ ତାଙ୍କର ଦୂରତା ବଢିଥିଲା। ତା’ପରେ କିଛି ସମୟ ପରେ ଦୁହେଁ ଅଲଗା ରହିବାକୁ ସ୍ଥିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri