Posted inଜାତୀୟ

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ସେ ଏହା ଶେଷ ନ କରିବା ଯାଏଁ ଛାଡନ୍ତି ନାହିଁ। ସେ ଭାରତ ରାଜନୀତି ଇତିହାସରେ ଜଣେ ସଫଳ ମହିଳା ରାଜନେତ୍ରୀ। ଆଜିକୁ ୧୩ବର୍ଷ ଧରି ସେ ପଶ୍ଚିମବଙ୍ଗରେ କ୍ଷମତାରେ ଅଛନ୍ତି। ବେଙ୍ଗଲ, ଯାହା ଏକଦା ବାମ ଦଳର ଗଡ଼ ଥିଲା, ଏବେ ମମତା ତାକୁ ତାଙ୍କ ଦୁର୍ଗରେ ପରିଣତ କରିଛନ୍ତି। ତାଙ୍କର ରାଜନୈତିକ କ୍ୟାରିୟର କଂଗ୍ରେସରୁ ଆରମ୍ଭ ହୋଇଥିଲା, କିନ୍ତୁ ଦିଦିଙ୍କୁ ଏକଲା ଚଲୋରେ ପଥ ଅନୁରଣ କରି ଦଳ ଛାଡିବାକୁ ପଡିଥିଲା। ୧୯୯୮ରେ ାସ ତୃଣମୂଳ କଂଗ୍ରେସ ଗଠନ କରିଥିଲେ। କେବଳ କଂଗ୍ରେସ ନୁହେଁ, ମମତା ଭାରତୀୟ ଜନତା ପାର୍ଟିର ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ ମଧ୍ୟ ସେ ନେତୃତ୍ୱାଧୀନ ଏନଡିଏ ସରକାରରେ ମନ୍ତ୍ରୀ ମଧ୍ୟ ରହିଛନ୍ତି।

ତେବେ ଉଭୟ ଭାଜପା ଓ କଂଗ୍ରେସ ମମତାଙ୍କ କ୍ରୋଧର ଶିକାର ହୋଇଛନ୍ତି। ଯେତେବେଳେ ମମତା ଅଟଳ ବିହାରୀ ବାଜପେୟୀ ସରକାରରେ ରେଳ ମନ୍ତ୍ରୀ ଥିଲେ, ପ୍ରତିଦିନ କିଛି ସମସ୍ୟାକୁ ନେଇ ବିବାଦ ଘେରକୁ ଆସୁଥିଲେ। ପ୍ରତିଟି କଥାରେ ସେ ଜିଦ ଧରୁଥିଲେ। କେତେବେଳେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ହେଲେ ଜାତୀୟ ରାଜନୀତିକୁ ଉଠାଇବସାଇ ଦେଉ ନ ଥିଲେ।

ଜାନୁଆରୀ ୨୦୦୧ ପଶ୍ଚିମବଙ୍ଗର ହମିଦ ନାପୁରର ଛୋଟା ଅଙ୍ଗଡିଆ ଅଞ୍ଚଳରେ ହିଂସା ହୋଇଥିଲା। ଏଥିରେ ୧୧ ଟିଏମସି ସମର୍ଥକ ନିହତ ହୋଇଥିଲେ। ସିପିଏମ ବିରୋଧରେ ହିଂସା ଅଭିଯୋଗ ହୋଇଥିଲା। ଏବେଇ ପଶ୍ଚିମବଙ୍ଗର ବାମପନ୍ଥୀ ସରକାରଙ୍କୁ ବରଖାସ୍ତ କରିବାକୁ ମମତା ବାନାର୍ଜୀ ଅଡି ବସିଥିଲେ। କିନ୍ତୁ ବାଜପେୟୀ ସରକାର ଏଥିରେ ସହମତି ହୋଇ ନ ଥିଲେ।
ଏନେଇ ବାଜପେୟୀଙ୍କୁ ଭେଟିବା ପାଇଁ ମମତା ସଙ୍ଗେସଙ୍ଗେ ଦିଲ୍ଲୀରେ ପହଞ୍ଚି ଯାଇଥିଲେ। ସେ ତାଙ୍କ ବ୍ୟାଗରୁ ହାଡ଼ ସ ମଣିଷ ଖପୁରୀ ବାହାର କରି ସବୁକୁ ବାଜପେୟୀଙ୍କ ଟେବୁଲ ଉପରେ ରଖି ଦେଇଥିଲେ। ଯାହାକୁ ଦେଖି ବାଜପେୟୀ ହଠାତ୍‌ ତାଜୁବ ହୋଇ ଯାଇଥିଲେ। ବାଜପେୟୀ ମମତାଙ୍କ ରାଗକୁ ପ୍ରଶମିତ କରିବା ପାଇଁ କହିଥିଲେ, ଏହା ଏକ ଗୁରୁତର ବିଷୟ। କିନ୍ତୁ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବା ଗୃହ ମନ୍ତ୍ରଣାଳୟର କାମ। କେବଳ ତାଙ୍କ ସୁପାରିଶ ଅନୁଯାୟୀ କ୍ୟାବିନେଟ ନିଷ୍ପତ୍ତି ନେବ। ସେଥିପାଇଁ ତୁମେ ଆଡଭାନୀଙ୍କୁ ଭେଟି ଏ ସମ୍ପର୍କରେ ଜଣାଅ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri