ଏକଦା ଏମ୍‌ଏସ୍‌ ଧୋନୀଙ୍କ ଉପରେ ରାଗିଯାଇଥିଲେ କୋକିଳକଣ୍ଠୀ

କୋକିଳକଣ୍ଠୀ ଲତା ମଙ୍ଗେସ୍‌କରଙ୍କ ପୂର୍ଣ୍ଣ ରାଜକୀୟ ସମ୍ମାନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ତେବେ ତାଙ୍କ ମୃତ୍ୟୁ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛ। ‘ଲତା ଦିଦି’ ନାମରେ ଜଣାଶୁଣା ଲତା ମଙ୍ଗେସକର କ୍ରିକେଟର ଜଣେ ବଡ଼ ପ୍ରଶଂସକ ଥିଲେ । କ୍ରିକେଟ ବିଷୟରେ, ପ୍ରାୟତଃ ମ୍ୟାଚ ବିଷୟରେ କିମ୍ବା ସୋସିଆଲ ମିଡିଆ ଆକାଉଣ୍ଟରୁ ଏହା ସମ୍ବନ୍ଧୀୟ ଖବର ପୋଷ୍ଟ କରୁଥିଲେ । କ୍ରିକେଟ ଖେଳ ସହିତ ସେ ଜଡିତ ଥିଲେ।
ଏକଦା ଲତା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ରାଗିଥିଲେ। ସେ ଧୋନୀଙ୍କ ଜଣେ ବଡ଼ ପ୍ରଶଂସକ ଥିଲେ । ୨୦୧୯ ବିଶ୍ୱକପର ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ଭାରତ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା। ସେତେବେଳେ ଧୋନୀ କ୍ରିକେଟରୁ ବିଦାୟ ନେବା ଖବର ଚର୍ଚ୍ଚା ହୋଇଥିଲା। । ଏହି ଖବର ଶୁଣି ଲତା ବିରକ୍ତ ହୋଇ ଧୋନୀଙ୍କ ପାଇଁ ଏକ ଟୁଇଟ କରିଥିଲେ ।
ଏଥିରେ ଲତା ଲେଖିଥିଲେ, ‘ପ୍ରିୟ ଧୋନି ଜୀ, ମୁଁ ଶୁଣୁଛି ଯେ ଆପଣ ଖେଳରୁ ଅବସର ନେବାକୁ ଚାହୁଁଛନ୍ତି । ଦୟାକରି ଏହା ବିଷୟରେ ଚିନ୍ତା କରନ୍ତୁ ନାହିଁ । ଦେଶ ଆପଣଙ୍କୁ ଏବଂ ଆପଣଙ୍କ ଅବଦାନ ଆବଶ୍ୟକ କରେ । ଦୟାକରି ଖେଳରୁ ଅବସର ନେବାକୁ ଚିନ୍ତା କରନ୍ତୁ ନାହିଁ । ଧୋନୀ ସେତେବେଳେ ଅବସର ନେଇ ନଥିଲେ କିନ୍ତୁ ଏକ ବର୍ଷ ପରେ ସେ ଅବସର ଘୋଷଣା କରିଥିଲେ ।

Share