ଭାରତୀୟ କ୍ରିକେଟ୍‌କୁ ଲଜ୍ଜିତ ହେବାରୁ ବଞ୍ଚାଇଥିଲେ ଲତା

ନୂଆଦିଲ୍ଲୀ,୬।୨: ୧୯୮୩ରେ ଲର୍ଡସରେ ଇତିହାସ ରଚିଥିଲା କପିଳ ଦେବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଏଥିରେ ଖୁସି ହେବା ବଦଳରେ ଚିନ୍ତିତ ଥିଲେ ବିସିସିଆଇ ସଭାପତି ତଥା ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଏନ୍‌କେପି ସାଲଭେ। ସେତେବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଆର୍ଥିକ ରୂପେ ସ୍ବଚ୍ଛଳ ନ ଥିଲା। ବିଶ୍ୱକପ୍‌ ଜିତିଥିବା ଖେଳାଳିଙ୍କୁ ସମ୍ବର୍ଦ୍ଧନା କରାଯିବାର ଆବଶ୍ୟକତା ଥିଲା। କିନ୍ତୁ ପ୍ରସାରଣ ଚୁକ୍ତି ବାବଦକୁ ୫ ବିଲିୟନ ଡଲାର (୩୭ ହଜାର କୋଟିରୁ ଊର୍ଦ୍ଧ୍ୱ) ରୋଜଗାର କରୁଥିବା ବିସିସିଆଇ ପାଖରେ ସେତେବେଳେ ଅର୍ଥ ନ ଥିଲା। ଏପରି କି ଖେଳାଳିଙ୍କୁ ଦୈନିକ ଭତ୍ତା ବାବଦକୁ ୨୦ ପାଉଣ୍ଡ (୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କା) ଦେବାକୁ ସକ୍ଷମ ନ ଥିଲା ବୋର୍ଡ।

ସମସ୍ୟାର ସମାଧାନ ପାଇଁ ସାଲଭେ ପହଞ୍ଚିଥିଲେ ରାଜ ସିଂଙ୍କ ପାଖରେ। ଆଉ କୌଣସି ଉପାୟ ନ ପାଇଁ ରାଜ ସିଂ ତାଙ୍କ ଘନିଷ୍ଠ ବନ୍ଧୁ ତଥା କ୍ରିକେଟର ଅତ୍ୟତମ ପ୍ରଶଂସକ ଲତା ମଙ୍ଗେଶକରଙ୍କୁ ଯୋଗାଯୋଗ କରିଥିଲେ। ଜାତୀୟ ରାଜଧାନୀସ୍ଥିତ ଜଓ୍ବାହରଲାଲ ନେହରୁ ଷ୍ଟାଡିୟମରେ ଲତା ଜୀ ପାଖାପାଖି ୨ ଘଣ୍ଟାର ପ୍ରୋଗ୍ରାମ କରିଥିଲେ। ଏହି ଇଭେଣ୍ଟରୁ ଏତିକି ଆୟ ହୋଇଥିଲା, ଯେଉଁଥିରେ ବିସିସିଆଇ ୧୪ ଖେଳାଳିଙ୍କୁ ଏକ ଲକ୍ଷ ଲେଖାଏ ଟଙ୍କାର ପୁରସ୍କାର ରାଶି ଦେଇଥିଲା। ଏଥିଯୋଗୁ ଲଜ୍ଜିତ ହେବାରୁ ବର୍ତ୍ତି ଯାଇଥିଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri