ସଜାଗ ହେବା ବେଳ

ବିପ୍ଳବ

ଦିଲ୍ଲୀ ବାୟୁ ପ୍ରଦୂଷଣ ସମସ୍ତଙ୍କୁ ଚିନ୍ତାରେ ପକେଇ ଦେଇଛି। ଏପରିକି ଏଥିପାଇଁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ତାଗିଦ କରିବାକୁ ପଡ଼ିଲା ଆଉ ସରକାର କଠୋର ନିଷ୍ପତ୍ତି ସ୍ବରୂପ ସ୍କୁଲ ବନ୍ଦ ରଖିବାକୁ ବାଧ୍ୟ ହେଲେ। ଖାଦ୍ୟ, ବସ୍ତ୍ର, ବାସଗୃହ ମଣିଷର ମାୈଳିକ ଆବଶ୍ୟକତା ହେଲେ ମଧ୍ୟ ପ୍ରକୃତି ସୃଷ୍ଟ ଜଳ ଆଉ ବାୟୁ ଜୀବ ଜଗତ ଅବା ମଣିଷ ସମାଜର ମାୈଳିକ ଆବଶ୍ୟକତା ଠୁଁ ଆହୁରି ଜରୁରୀ। ଜଳ ବିନା କିଛି ଘଣ୍ଟା ବଞ୍ଚତ୍ହେବ ମାତ୍ର ବାୟୁ ବିନା କିଛି ମୁହୂର୍ତ୍ତ। ବାୟୁରେ ଥିବା ଅମ୍ଳଜାନ ଜୀବଜଗତ ପାଇଁ ଈଶ୍ୱରଙ୍କ ବରଦାନ ବା ପ୍ରକୃତିର ଆଶୀର୍ବାଦ ସଦୃଶ। ଏଇ ଅମ୍ଳଜାନ ଆମକୁ ସବୁଜ ବୃକ୍ଷଲତାଠାରୁ ମିଳିଥାଏ। ମାତ୍ର ବାୟୁମଣ୍ଡଳରୁ ଧୀରେ ଧୀରେ ଅମ୍ଳଜାନ ହ୍ରାସ ପାଇ ବିଷାକ୍ତ ଗ୍ୟାସ୍‌ଗୁଡିକର ପରିମାଣ ବୃଦ୍ଧି ପାଇଛି, ଯାହା ପ୍ରାଣୀ ଜଗତ ପାଇଁ କ୍ଷତିକାରକ। କେବଳ ଦିଲ୍ଲୀ ନୁହେଁ, ଆମ ଓଡ଼ିଶାର ଭୁବନେଶ୍ୱରରେ ବି ପ୍ରଦୂଷଣ ହାର ବୃଦ୍ଧି ପାଇଛି ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏବେ ଭୁବନେଶ୍ୱରରେ ଗଡୁଛି ପ୍ରାୟ ଦଶ ଲକ୍ଷ ଗାଡ଼ି, ଆଉ ସେମାନେ ଦୈନିକ ଛାଡୁଛନ୍ତି ହଜାରେ ଟନ୍‌ରୁ ଅଧିକ ଅଙ୍ଗାରକାମ୍ଳ। ସାରା ସହର କନଷ୍ଟ୍ରକଶନ ଜୋନ୍‌ ପାଲଟିବା ସହ ସବୁଜବଳୟ ଉଭାନ ହୋଇଯାଇଛି। ପ୍ରାକୃତିକ ଜଳାଶୟଗୁଡ଼ିକ ପୋତା ହେଇଯିବା ଆଉ ତା’ଉପରେ ବିଲ୍‌ଡିଂ ଠିଆ କରିଦେବାର ନିଶା ଏବେ କିଛି ଲୋକଙ୍କୁ ଘାରିଛି। ଏହା ମଧ୍ୟମ ଧରଣର ବିପଦ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍ପଷ୍ଟ କରିଛି। ଭୁବନେଶ୍ୱରର ପରିସ୍ଥିତି ଦିଲ୍ଲୀ ପରି ହୋଇ ନ ଥିଲେ ମଧ୍ୟ ପାଖାପାଖି ଅବସ୍ଥା। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ଚିହ୍ନଟ କରିଥିବା ପ୍ରଦୂଷିତ ସହର ଭିତରେ ଓଡ଼ିଶାର ଭୁବନେଶ୍ୱର ସହିତ କଟକ, ଅନୁଗୋଳ, ତାଳଚେର, ବାଲେଶ୍ୱର ଓ ରାଉରକେଲା ରହିଛି। ମାତ୍ର ଏ ବିଷୟରେ ଉଭୟ ସରକାର ଓ ଜନସାଧାରଣ କେହି ଚିନ୍ତା କରୁନାହାନ୍ତି। ଆଉ ଏଥିପାଇଁ କ୍ରନିକ ଅବଷ୍ଟ୍ରକ୍ଟିଭ୍‌ ପଲ୍‌ ମୁନାରା ଡିଜିଜ୍‌ (ସିଓପିଡି) ରୋଗ ବୃଦ୍ଧି ପାଇଛି। ଧୂଳି, ଧୂଆଁ ଆଉ ଧୂମ୍ରପାନ ଏହି ରୋଗର ମୁଖ୍ୟ କାରଣ। ବିଭିନ୍ନ ଖଣି ଖାଦାନରୁ ନିର୍ଗତ ବିଷାକ୍ତ ଗ୍ୟାସ, ଚାଷ ଜମିରେ ବ୍ୟବହୃତ ରାସାୟନିକ ସାର, ମଶାବତିର ବିଷାକ୍ତ ଧୂଆଁ ଇତ୍ୟାଦି ପ୍ରାଣୀ ଜଗତ ଉପରେ ଖରାପ ପ୍ରଭାବ ପକାଇଥାଏ। ଆଉ ବାୟୁ ମଣ୍ଡଳ ବି ପ୍ରଦୂଷିତ କରିଥାଏ। ସୁସ୍ଥ ଲୋକଟିଏ ଏମିତି ପରିବେଶରେ କିଛି ଦିନ ରହିଲେ ନିଃଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା ସହିତ ଫୁସ୍‌ଫୁସ୍‌ଜନିତ ସମସ୍ୟା ଭୋଗେ।
କେବଳ ଦିଲ୍ଲୀ ବା ଭୁବନେଶ୍ୱର ନୁହେଁ ଦେଶର ଅନ୍ୟାନ୍ୟ ଜନବହୁଳ ସହରର ବାୟୁ ପ୍ରଦୂଷଣ ହେବାରେ ଲାଗିଛି। ୟୁରୋପ ପରିବେଶ ଏଜେନ୍‌ସି(ଇଇଏ) ଏକ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ କୁହାଯାଇଛି ବାୟୁ ପ୍ରଦୂଷଣ ଯୋଗୁ ୨୦୧୯ରେ ୟୁରୋପରେ ୩.୭ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ। ବାୟୁମଣ୍ଡଳରେ ନାଇଟ୍ରୋଜେନ୍‌ ଡାଇଅକସାଇଡ୍‌ ବୃଦ୍ଧି କାରଣରୁ ଏମିତି ଅକାଳ ମୃତ୍ୟୁ ଭୋଗିଲେ ଲୋକେ। ଯଦି ୟୁରୋପୀୟ ଦେଶଗୁଡିକ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ )ର ନିର୍ଦ୍ଦେଶନାମା ପାଳନ କରିଥାନ୍ତେ ତେବେ ୧.୭ଲକ୍ଷ ଲୋକଙ୍କୁ ବଞ୍ଚାଯାଇ ପାରିଥାନ୍ତା। ଗ୍ରୀନ୍‌ ପିସ୍‌ ଦକ୍ଷିଣ-ପୂର୍ବ ଏସିଆର ରିପୋର୍ଟ ଅନୁଯାୟୀ ଭାରତର ବାୟୁ ପ୍ରଦୂଷଣ ଯୋଗୁ୨୦୨୦ରେ ୧.୨୦ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। ଏହା ଆମ ପାଇଁ ଏକ ସତର୍କ ଘଣ୍ଟି।
ଦେଶର ଶିଳ୍ପ ବିପ୍ଳବ ଆରମ୍ଭ ହେବା ପରେ ଜଙ୍ଗଲ କଟା ଆରମ୍ଭ ହେଲା। ବିଜ୍ଞାନର ନୂତନ ଉଦ୍ଭାବନ ମଣିଷ ସମାଜ ପାଇଁ ଗୋଟେ ପଟେ ବରଦାନ ସଦୃଶ ହେଲା ବେଳେ ଅଜାଣତରେ ଘାତକ ପ୍ରମାଣିତ ହୋଇଛି। ଚିକିତ୍ସା ବିଜ୍ଞାନ ଲୋକଙ୍କର ଆୟୁଷ ବୃଦ୍ଧି କରିବାରେ ସାହାଯ୍ୟ କଲା। ସେଥିପାଇଁ କେବେ ଶିଳ୍ପ ପାଇଁ, କେବେ ବାସଗୃହ ପାଇଁ, କେବେ ଚାଷ ଜମି ପାଇଁ ବୃକ୍ଷ ବଳିପଡ଼ିବା ସହିତ ଜଙ୍ଗଲ ସମ୍ପଦର ଦ୍ରୁତ ହ୍ରାସ ଘଟିଲା। ପ୍ରାକୃତିକ ଜଙ୍ଗଲ ସଫାକରି କେବଳ କାଗଜ କଲମରେ କୃତ୍ରିମ ଜଙ୍ଗଲ ସୃଷ୍ଟିକରି ବନ ମହୋତ୍ସବ ପାଳିବାର ଫେଶନ ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି ମାନବ ସମାଜ ପାଇଁ। କ’ଣ ଏହାର ବିକଳ୍ପ ? ଏଠି ପ୍ରଶ୍ନ ଉଠେ ସରକାର ବା କୋର୍ଟ କଚେରି କ’ଣ ବାୟୁ ପ୍ରଦୂଷଣକୁ ରୋକିପାରିବେ, ଯଦି ମାନବ ନିଜେ ସତର୍କ ନ ହେବ!
ଏବେ ସଜାଗ ହେବାର ବେଳ। ପ୍ରାଥମିକ ସ୍ତରରେ ଏହି କାର୍ଯ୍ୟ ଆମଠୁ ଆରମ୍ଭ ହେବା ଦରକାର। ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ବୃକ୍ଷଲତା ହ୍ରାସ, କଳକାରଖାନା ବୃଦ୍ଧି, ଜନସଂଖ୍ୟା ବୃଦ୍ଧି ଆଉ ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାର। ଦୈନନ୍ଦିନ ଜୀବନରେ ଆମେ ପ୍ରାକୃତିକ ଗ୍ୟାସ, ତୈଳ ତଥା ଗାଡ଼ିର ବ୍ୟବହାରକୁ ହ୍ରାସ କରିପାରିବା। ପେଟ୍ରୋଲ, ଡିଜେଲ ଚାଳିତ ଗାଡ଼ି ବଦଳରେ ବ୍ୟାଟେରି ଚାଳିତ ଗାଡ଼ିକୁ ଗୁରୁତ୍ୱ ଦେବା। ଗ୍ୟାସ ଚାଳିତ ଉପକରଣ ବଦଳରେ ସାୈରଶକ୍ତି ବା ବିଦ୍ୟୁତ ଚାଳିତ ଇଣ୍ଡକସନ ରେଞ୍ଜକୁ ବ୍ୟବହାର କରି ପାରିବା। କୃଷି କ୍ଷେତରେ ରାସାୟନିକ ସାରର ବହୁଳ ବ୍ୟବହାର ରୋକି ଜୈବିକ ସାର ତଥା ଗୋବର, ଗୋ ମୂତ୍ର, ଖତ ଇତ୍ୟାଦି ବ୍ୟବହାରକୁ ଗୁରୁତ୍ୱ ଦେବା। କଳକାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସକୁ ବାୟୁମଣ୍ଡଳକୁ ନ ଛାଡ଼ି ଆଧୁନିକ ଜ୍ଞାନକାୈଶଳର ବ୍ୟବହାର ଦ୍ୱାରା ତାକୁ ନଷ୍ଟ କରିବା ଉଚିତ। ସବୁଠୁଁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରାକୃତିକ ଉପାୟରେ ସୃଷ୍ଟ ବୃକ୍ଷ ବା ଜଙ୍ଗଲର ରକ୍ଷଣାବେକ୍ଷଣ କରିବା। ତେବେ ଯାଇ ନିଜେ ବଞ୍ଚତ୍ବା ସହିତ ଆମ ଉତ୍ତର ପିଢ଼ିକୁ ନିଃଶ୍ୱାସପ୍ରଶ୍ୱାସରେ ସାହାଯ୍ୟ କରିପାରିବା।
ମକୁନ୍ଦପୁର, ବାଙ୍କୀ
ମୋ: ୯୪୩୭୪୬୮୦୧୬


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri