ଏକଦା ମହେଶ ଭଟ୍ଟଙ୍କ ଘରକୁ ପଶି ରାଗରେ ନିଆଁବାଣ ହୋଇଯାଇଥିଲେ ଅନୁପମ ଖେର; ଧୋକାବାଜ କହି…

ବମ୍ବେ: ବଲିଉଡ୍‌କୁ ଗୋଟିଏରୁ ବଳି ଗୋଟିଏ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି ନିର୍ଦ୍ଦେଶକ ମହେଶ ଭଟ୍ଟ। ହେଲେ ସର୍ବଦା ସିନେମାଠାରୁ ଅଧିକ ତାଙ୍କ ବିବାଦକୁ ନେଇ ଚର୍ଚ୍ଚା ହୋଇଥାଏ। ସେଭଳି ଏକ ବିବାଦ ଅଭିନେତା ଅନୁପମ ଖେରଙ୍କ ସହ ତାଙ୍କର ହୋଇଥିଲା।

୧୯୮୪ରେ ରିଲିଜ ହୋଇଥିଲା ମହେଶଙ୍କ ଫିଲ୍ମ ‘ସାରାଂଶ’। ଏହାକୁ ବେଶ ପସନ୍ଦ କରାଯାଇଥିଲା। ବିଶେଷକରି ଅନୁପମଙ୍କ ଅଭିନୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ହେଲେ ବହୁତ କମ୍‌ ଲୋକ ଜାଣନ୍ତି ଅନୁପମଙ୍କୁ ଫିଲ୍ମରୁ ବାହାର କରିବା ପାଇଁ ଚାହୁଁଥିଲେ ମହେଶ। ନିଜେ ଏକ ସାକ୍ଷାତକାରରେ ବିବାଦ ଉପରୁ ପରଦା ଉଠାଇଥିଲେ ଅନୁପମ।

ମହେଶଙ୍କୁ ଭେଟି କାମ ଦେବା ଲାଗି କହିଥିଲେ ଅନୁପମ। ଏଥିରେ ସେ ଷ୍ଟେଜ୍‌ରେ ତୁମେ ଭଲ ପ୍ରଦର୍ଶନ ଦିଅ ବୋଲି ଜାଣିଥିବା କହିଥିଲେ। ଏହା ଶୁଣି ନା, ଆପଣ ଭୁଲ ଶୁଣିଛନ୍ତି। ଷ୍ଟେଜ୍‌ରେ ମୁ ବହୁତ ଭଲ କାମ କରିଥାଏ ବୋଲି ଅଭିନେତା କହିଥିଲେ। ଏଭଳି ଜବାବ ଶୁଣି ମହେଶ ତାଙ୍କୁ ଫିଲ୍ମରେ କାମ କରିବାର ସୁଯୋଗ ଦେଇଥିଲେ।

କିଛି ଦିନ ପରେ ଫିଲ୍ମର ଶୁଟିଂ ଆରମ୍ଭ ହେବାକୁ ଯାଉଥିଲା। ଏହି ସମୟରେ ଫିଲ୍ମରେ ଅନୁପମ ଯେଉଁ ଚରିତ୍ରରେ ଅଭିନୟ କରିଥାନ୍ତେ, ସେଥିପାଇଁ ଅନ୍ୟଜଣେଙ୍କୁ ଠିକ୍‌ କରାଯାଇଥିବା ଖବର ମିଳିଥିଲା। ତାଙ୍କ ଚରିତ୍ର ସଞ୍ଜୀବ କୁମାରଙ୍କୁ ଦିଆଯାଇଥିଲା। ଏହା ଜାଣି ଅନୁପମ ଚକିତ ହେବା ସହ ବହୁତ ରାଗି ଯାଇଥିଲେ। ଏ ସହର ମୋ ପାଇଁ ନୁହେଁ ବୋଲି ଭାବିଥିଲେ। ଏପରିକି ନିଜର ଜିନିଷପତ୍ର ସଜାଡ଼ି ବମ୍ବେ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ଅନୁପମ।

ଯିବେ ଯେ, ହେଲେ ତା ପୂର୍ବରୁ ମହେଶଙ୍କ କଡ଼ା ଜବାବ ଦେବେ ବୋଲି ଅଭିନେତା ଚିନ୍ତା କରିଥିଲେ। ଏଥିପାଇଁ ସେ ମହେଶଙ୍କ ଘରକୁ ଯାଇଥିଲେ। ତାଙ୍କ ଘରର ଏଲିଭେଟର କାମ କରୁ ନ ଥିଲା। ଶେଷରେ ସେ ଶିଡି ଚଢ଼ି ଉପରକୁ ଯାଇଥିଲେ। କବାଟ ବାଡାଇଥିଲେ। କବାଟ ଖୋଲିବା ପରେ ମହେଶ କହିଥିଲେ, ଭଲ ହେଲା ତୁମେ ଆସିଲ। ସଞ୍ଜୀବ କୁମାର ଫିଲ୍ମ କରିବେ। ତୁମେ ଦ୍ୱିତୀୟ ଭାଗ କରିବ। ତୁମକୁ ପ୍ରଯୋଜକଙ୍କ ଏହି କଥାକୁ ବୁଝିବାକୁ ହେବ। ଚରିତ୍ରଟି ବଡ଼ ନ ହେଲେ ବି ପ୍ରଶଂସିତ ହେବ।

ରାଗରେ ଥିବା ଅନୁପମ କିନ୍ତୁ ଶାନ୍ତ ପଡ଼ି ନ ଥିଲେ। ସେ କହିଥିଲେ, ରୁହନ୍ତୁ। ଝରକା ପାଖକୁ ଯାଆନ୍ତୁ, ତଳେ ମୋର ଭଡ଼ାଗାଡ଼ି ଛିଡ଼ା ହୋଇଛି। ସେଥିରେ ମୋ ଜିନିଷପତ୍ର ରହିଛି। ମୁଁ ବମ୍ବେ ଛାଡ଼ି ଚାଲିଯାଉଛି। ହେଲେ ଯିବା ପୂର୍ବରୁ କହିବାକୁ ଆସିଛି ଯେ ପୃଥିବୀର ବଡ଼ ମିଛ କହୁଥିବା ବ୍ୟକ୍ତି ସହ ବିଶ୍ୱାସଘାତକ,ଧୋକାବାଜ ଆପଣ। ଆପଣ ‘ସଚ୍‌’ ଫିଲ୍ମ କରୁଛନ୍ତି ହେଲେ ସତ୍ୟତା ଆପଣଙ୍କ ଭିତରେ ନାହିଁ। ଏହା କହୁ କହୁ ଅନୁପମ କାନ୍ଦି ପକାଇଥିଲେ।

ଗାଳି କରି ଗାଡ଼ି ପାଖକୁ ଯିବା ବେଳେ ମହେଶ ତାଙ୍କୁ ପୁଣିଥରେ ଘରକୁ ଡ଼ାକିଥିଲେ। ଅନୁପମ ଫେରିବା ପରେ ମହେଶ ପ୍ରଯୋଜକଙ୍କୁ ଫୋନ କରି ଉକ୍ତ ଚରିତ୍ର ସଞ୍ଜିବ ନୁହେଁ ବରଂ ଅଭିନେତା କରିବେ ବୋଲି କହିଥିଲେ। ଏହି ଭୂମିକା ଅନ୍ୟ କେହି ଭଲ ଭାବେ ତୁଲାଇପାରିବେ ନାହିଁ ବୋଲି ମଧ୍ୟ କହିଥିଲେ। ଶେଷରେ ତାହାହିଁ ହୋଇଥିଲା।

ଆଜି ମହେଶଙ୍କ ଜନ୍ମଦିନ ହୋଇଥିବା ବେଳେ ପ୍ରଶଂସକମାନେ ବିବାଦକୁ ପଛରେ ପକାଇ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri