ଅମିତାଭଙ୍କ ନାୟିକା ହେବାକୁ ମନା କରିଥିଲେ ଏହି ଅଭିନେତ୍ରୀ, ସମ୍ମତି ପାଇଁ ଅଭିନେତା ପଠାଇଥିଲେ ଗୋଲାପ ଭର୍ତ୍ତି ଟ୍ରକ୍‌

ବମ୍ବେ: ବଲିଉଡ୍‌ର ମହାନାୟକ କହିଲେ ଅମିତାଭ ବଚ୍ଚନଙ୍କୁ ବୁଝାଯାଏ। ୧୯୬୯ରେ ଫିଲ୍ମ ‘ସାତ ହିନ୍ଦୁସ୍ତାନୀ’ରୁ ଡେବ୍ୟୁ କରିଥିଲେ ସେ। ଏବେ ପଚାଶ ବର୍ଷ ପରେ ମଧ୍ୟ ବିଗ୍‌ ବିଙ୍କ ଖ୍ୟାତି ପୂର୍ବବତ ରହିଛି। ନିଜ ଫିଲ କ୍ୟାରିୟରରେ ଅନେକ ଅଭିନେତ୍ରୀଙ୍କ ସହ ସେ କାମ କରିଛନ୍ତି। ହେଲେ ଏପରି ଜଣେ ଅଭିନେତ୍ରୀ ଥିଲେ ଯିଏ ଅମିତାଭଙ୍କ ସହ କାମ କରିବାକୁ ଆଦୈା ଚାହୁଁ ନ ଥିଲେ। ସେ ହେଲେ ଦିବଂଗତ ଶ୍ରୀଦେବୀ।

‘ଚାନ୍ଦନୀ’ ଚଳଚ୍ଚିତ୍ର ପରେ ଶ୍ରୀଦେବୀଙ୍କୁ ‘ଫିମେଲ୍‌ ଅମିତାଭ ବଚ୍ଚନ’ କୁହାଯାଉଥିଲା। ସେତେବେଳେ ସେ ଆଗଧାଡ଼ିର ଅଭିନେତ୍ରୀ ପାଲଟିଥିଲେ। ଏଣୁ ବଲିଉଡ୍‌ର ଆଗଧାଡ଼ିର ଅଭିନେତାମାନେ ତାଙ୍କ ସହ କାମ କରିବାକୁ ଚାହୁଁଥିଲେ। ସେଥିରୁ ଜଣେ ଥିଲେ ଅମିତାଭ। ୧୯୯୨ରେ ଫିଲ୍ମ ‘ଖୁଦା ଗବାହ୍‌’ ପାଇଁ ଅମିତାଭଙ୍କୁ ସାଇନ୍‌ କରାଯାଇଥିଲା। ସ୍କ୍ରିପ୍ଟ ପଢ଼ିବା ପରେ ବିଗ୍‌ ବି ଶ୍ରୀଦେବୀଙ୍କୁ ଫିଲ୍ମରେ ନିଆଯାଉ ବୋଲି କହିଥିଲେ। ହେଲେ ଅଭିନେତ୍ରୀ ରୋକଠୋକ ମନା କରିଦେଇଥିଲେ। ଅମିତାଭ ଲୋକପ୍ରିୟ ଥିବାରୁ ଫିଲ୍ମରେ ନିଜର ଭୂମିକା ନଗଣ୍ୟ ହୋଇଯିବ ବୋଲି ଭାବି ଶ୍ରୀଦେବୀ ଏଭଳି କରିଥିଲେ। ହେଲେ ଅମିତାଭ ତାଙ୍କ ସହ କାମ କରିବାକୁ ଅଡ଼ି ବସିଥିଲେ। ଶେଷରେ ଯାହା ହେଲା ଆପଣ ଆଶ୍ଚର୍ଯ୍ୟ ହେବେ।

ଶ୍ରୀଦେବୀଙ୍କୁ ରାଜି କରିବା ଲାଗି ଅମିତାଭ ତାଙ୍କ ଶୁଟିଂ ସେଟ୍‌କୁ ଗୋଲାପ ଭର୍ତ୍ତୀ ଟ୍ରକ୍‌ ପଠାଇଥିଲେ। ପରେ ଅଭିନେତ୍ରୀଙ୍କୁ ଟ୍ରକ୍‌ ପାଖକୁ ଡକା ଯାଇଥିଲା। ଏପରିକି ତାଙ୍କ ଉପରେ ଗୋଲାପ ବୃଷ୍ଟି କରାଯାଇଥିଲା। ଏଭଳି ଆପଣାର ମନୋଭାବ ଦେଖି ଶ୍ରୀଦେବୀ ତରଳି ଯାଇଥିଲେ। ସେ ଫିଲ୍ମରେ କାମ କରିବାକୁ ହଁ ଭରିଥିଲେ। ହେଲେ ଗୋଟିଏ ସର୍ତ୍ତ ରଖିଥିଲେ ଯେ, ତାଙ୍କୁ ଫିଲ୍ମରେ ଦୁଇଟି ଭୂମିକା ମିଳିବ। ସେ ଅଭିନେତାଙ୍କ ସ୍ତ୍ରୀ ଓ ଝିଅ ଉଭୟ ଭୂମିକାରେ ନଜର ଆସିବେ। ସେତେବେଳ ସମୟରେ ଅଭିନେତ୍ରୀ ଭାବେ ଏଭଳି ସର୍ତ୍ତ ରଖିବାରେ ପ୍ରଥମ ଥିଲେ ଶ୍ରୀଦେବୀ। ଏହାପରେ ସେ ଅମିତାଭଙ୍କ ସହ ଅନେକ ଫିଲ୍ମ କରିଥିଲେ। ଇନ୍କଲାବ ଏବଂ ଆଖରୀ ରାସ୍ତା ସେଥିମଧ୍ୟରୁ ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri