Posted inଫୁରସତ

୮୦୦ ଟଙ୍କାରେ ଶିକ୍ଷକତା କରୁଥିଲେ ନୀତା ଅମ୍ବାନୀ: ମାଗଣା ମ୍ୟାଚ୍‌ ଟିକେଟ ଦେଇ ଜଣେ ବ୍ୟକ୍ତି କହିଥିଲେ ଏଭଳି; ଆଉ ତା’ ପରେ

ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ନୀତା ଅମ୍ବାନୀ ନିଜର ଫ୍ୟାଶନ୍‌ ଏବଂ ସଉକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତେବେ ତାଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣନ୍ତି। ସେ ବିବାହ ପୂର୍ବରୁ ଜଣେ ଶିକ୍ଷୟିତ୍ରୀ ଥିଲେ। ବିବାହ ପରେ ମଧ୍ୟ ସେ କିଛି ଦିନଯାଏ ପଢ଼ାଉଥିଲେ। ମୁକେଶ ଏହାକୁ ବିରୋଧ ମଧ୍ୟ କରୁ ନ ଥିଲେ। କାରଣ ନୀତାଙ୍କ ସବୁ ନିଷ୍ପତ୍ତିକୁ ସେ ସମ୍ମାନ ଦେଉଥିଲେ। ଏକଦା ସ୍କୁଲରେ ପଢ଼ାଉଥିବା ସମୟରେ ଏକ ଅଜବ ଘଟଣା ଘଟିଥିଲା।

ନୀତାଙ୍କ ବିବାହକୁ ୨ ବର୍ଷ ହୋଇଥାଏ। ସେତେବେଳେ ମଧ୍ୟ ସେ ସ୍କୁଲରେ ଶିକ୍ଷକତା କରୁଥିଲେ। କାରଣ ତାଙ୍କୁ ଶିକ୍ଷାଦାନ କରିବାକୁ ଭଲ ଲାଗୁଥିଲା। ଏତେ ବଡ଼ ଉଦ୍ୟୋଗପତିଙ୍କ ବୋହୁ ହୋଇଥିବା ସତ୍ତ୍ୱେ ସେ ମାତ୍ର ୮୦୦ ଟଙ୍କାରେ ଏହା କରୁଥିଲେ। ବମ୍ବେର ଯେଉଁ ନର୍ସରୀରେ ସେ ପଢ଼ାଉଥିଲେ ସେଠାରେ ଏକଦା ଜଣେ ଶିଶୁଙ୍କ ବାପା ତାଙ୍କୁ ଭେଟିବାକୁ ଚାହିଁଥିଲେ। ସେ ତାଙ୍କୁ ଏକ ଉପହାର ଦେବାକୁ ଚାହୁଁଥିଲେ।

୧୯୮୭ ମସିହାରେ ହୋଇଥିବା ରିଲାଏନ୍ସ କ୍ରିକେଟ ବିଶ୍ୱକପ୍‌ର ଏକ କପଲ୍‌ ଟିକେଟ୍‌ ନେଇ ସେ ନୀତାଙ୍କୁ ଦେଇଥିଲେ। ଆପଣ ଯଦି ଚାହାନ୍ତି ତେବେ ସ୍ବାମୀ ନଚେତ ଅନ୍ୟ କାହା ସହ ଯାଇ ଷ୍ଟାଡିୟମରେ ମ୍ୟାଚ୍‌ ଦେଖିପାରିବେ ବୋଲି ଅଭିଭାବକଜଣଙ୍କ କହିଥିଲେ। ହେଲେ ନୀତା ତାହା ନେବାକୁ ମନା କରିଦେଇଥିଲେ। ପରେ ମ୍ୟାଚ୍‌ରେ ନୀତାଙ୍କୁ ପ୍ରେସିଡେନ୍ସ ବକ୍ସରେ ଦେଖି ଚମକି ପଡ଼ିଥିଲେ। ଆପଣ ଏଠାରେ କ’ଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ହେଲେ ନୀତା ହସି ଦେଇ ଚାଲି ଆସିଥିଲେ। ସେଠାରେ ଜଣେ ବ୍ୟକ୍ତି ସେ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ଏବଂ ଧିରୁଭାଇ ଅମ୍ବାନୀଙ୍କ ବୋହୁ ବୋଲି ତାଙ୍କର ପରିଚୟ ଦେଇଥିଲେ। ଏହାକୁ ଶୁଣି ଉକ୍ତ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଥିବା ନୀତା ଏକ ସାକ୍ଷାତକାରରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri