Posted inଫୁରସତ

ଚରଖା ପ୍ରତିକୃତୀ

ସୂତା କାଟୁଥିବା ଚରଖା ଦିନେ ଭାରତ ସ୍ବାଧୀନତା ସଂଗ୍ରାମର ଏକ ପ୍ରମୁଖ ଅଂଶ ପାଲଟିଥିଲା। କାରଣ ବିଦେଶୀ ବସ୍ତ୍ର ବର୍ଜନ ଓ ସ୍ବଦେଶୀ ବସ୍ତ୍ର ପରିଧାନ ପାଇଁ ବାର୍ତ୍ତା ଦେଇଥିଲେ ଦେଶର ପିତା ମହାତ୍ମା ଗାନ୍ଧୀ। ଆଉ ଏଇ କାଟି ପିନ୍ଧ ନିତୀରେ ଖଦୀ ଆନ୍ଦୋଳନ ହୋଇଥିଲା ସକ୍ରିୟ। ସ୍ବଦେଶୀ ହେବାର ବାର୍ତ୍ତା ବହନ କରୁଥିବା ଏହି ଚରଖାର ମହତ୍ୱ ଯେମିତି କାହାରି ମନରୁ ଲିଭି ନ ଯାଉ, ସେଥିପାଇଁ ଭାରତର ବିଭିନ୍ନ ସ୍ଥାନରେ ତିଆରି ହୋଇଛି ଚରଖାର ବଡ଼ ବଡ଼ ପ୍ରତିକୃତୀ। ସେଥିମଧ୍ୟରୁ କିଛି..

ନୋଏଡାସ୍ଥ ଚରଖା: ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଉତ୍ତରପ୍ରଦେଶ, ନୋଏଡାସ୍ଥ ସେକ୍ଟର ୯୪ରେ ଏକ ବଡ଼ ଚରଖାର ଉନ୍ମୋଚନ କରାଯାଇଥିଲା। ଉକ୍ତ ଚରଖାଟି ତିଆରି ହୋଇଥିଲା ଓ୍ବେଷ୍ଟ ପ୍ଲାଷ୍ଟିକ୍‌ରେ। ୧୬୫୦ କି.ଗ୍ରା. ଓଜନର ଏହି ଚରଖା ଓ୍ବେଷ୍ଟ ପ୍ଲାଷ୍ଟିକରେ ତିଆରି ପୃଥିବୀର ସବୁଠାରୁ ବଡ଼ ଚରଖାର ମାନ୍ୟତା ପାଇଛି। ଉକ୍ତ ଚରଖା ଗାନ୍ଧୀଜୀଙ୍କର ସ୍ବଦେଶୀ ହେବାର ସ୍ବପ୍ନକୁ ଦର୍ଶାଇଥାଏ। ତା’ସହ ପ୍ଲାଷ୍ଟିକ୍‌ ମୁକ୍ତ ହେବାର ବାର୍ତ୍ତା ବି ବହନ କରେ। ଏଥିରେ ୧୨୫୦ କି.ଗ୍ରା. ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର କରାଯାଇଛି।

ଦିଲ୍ଲୀ ବିମାନ ବନ୍ଦରରେ ଚରଖା: ସେହିଭଳି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଅଛି ପୃଥିବୀର ସବୁଠାରୁ ବଡ଼ ଚରଖା। ଭାରତର ସମୃଦ୍ଧ ସଂସ୍କୃତିର ନିଦର୍ଶନ ହେଉଛି ଏହି ଚରଖା। ୪ ଟନ୍‌ର ଉକ୍ତ ଚରଖା ଉଚ୍ଚମାନର ବର୍ମା ଟିକ୍‌ ଉଡ୍‌ ବା ବର୍ମା ଶାଗୁଆନ୍‌ କାଠରେ ତିଆରି। ୧୭ ଫୁଟ୍‌ ଉଚ୍ଚ, ୯ ଫୁଟ୍‌ ଓସାର ଓ ୩୦ ଫୁଟ୍‌ ଲମ୍ବା ଏହି ଚରଖାଟି ୫୫ ଦିନରେ ଗୁଜୁରାଟ, ଅହମ୍ମଦାବାଦର ୪୨ ଜଣ କାଠ କାରିଗରଙ୍କ ଦ୍ୱାରା ନିର୍ମିତ ହୋଇଥିଲା।

କୋଏମ୍ବାଟୋର ଚରଖା ପ୍ରତିକୃତୀ: କୋଏମ୍ବାଟୋର୍‌ର ରେସ୍‌ କୋର୍ସ ରୋଡ୍‌ରେ ୧୫ ଫୁଟ ଲମ୍ବ, ୯ ଫୁଟ ଉଚ୍ଚତାର ଏକ ଚରଖା ସ୍ଥାପନ କରାଯାଇଛି। ପ୍ରାୟ ସାଢେ ଛଅ ଫୁଟ୍‌ ଓସାରର ଏହି ଚରଖା ସ୍ବାଧୀନତା ସଂଗ୍ରାମରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ମହାତ୍ମା ଗାନ୍ଧୀଙ୍କ ଚରଖାର ଏକ ପ୍ରତିରୂପ। ଆଜିକାର ଯୁବପିଢିଙ୍କ ମଧ୍ୟରେ ଖଦୀ ଆନ୍ଦୋଳନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ପ୍ରତିକୃତୀର ଉଦ୍ଦେଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri