ଗହମ କଳାବଜାର, ମୂଲ୍ୟବୃଦ୍ଧିରେ ଲାଗିବ ରୋକ୍‌

ଭୁବନେଶ୍ୱର,୩୦।୩(ଅନୁରାଧା ମହାରଣା): ଗହମର ମୂଲ୍ୟବୃଦ୍ଧି କିମ୍ବା କଳାବଜାର ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଗହମ ଷ୍ଟକ୍‌ ଘୋଷଣା କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ସରକାର ପୂର୍ବରୁ ଗହମ ଉପରେ ଏକ ଷ୍ଟକ୍‌ ସୀମା ଧାର୍ଯ୍ୟ କରିଥିଲେ। ଏହାର ବୈଧତା ମାର୍ଚ୍ଚ ୩୧ରେ ଶେଷ ହେଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଖାଉଟି ବ୍ୟାପାର ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ କହିଛି, ଗହମ ଏବଂ ଚାଉଳ ଆଦିର ମୂଲ୍ୟବୃଦ୍ଧିରେ ରୋକ୍‌ ଲଗାଇବା ପାଇଁ ଷ୍ଟକ୍‌ ଉପରେ ତୀକ୍ଷ୍ଣ ନଜର ରଖିଛି । ଏହାଦ୍ୱାରା ସାରା ଦେଶରେ ଗହମ ଉପଲବ୍ଧତା ନିଶ୍ଚିତ ହୋଇପାରିବ। ଖାଉଟି ବ୍ୟାପାର ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛି। ମନ୍ତ୍ରଣାଳୟ ଏହାର ବିବୃତିରେ କହିଛି , ଖାଦ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଗହମର ମୂଲ୍ୟକୁ ରୋକିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି, ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବ୍ୟବସାୟୀ, ହୋଲ୍‌ସେଲର, ଖୁଚୁରା ବ୍ୟବସାୟୀ, ବଡ ଚେନ୍‌ ରିଟେଲର ୱେବ୍‌ସାଇଟ ଗହମ ଷ୍ଟକ୍‌ ସ୍ଥିତି ଘୋଷଣା କରିବାକୁ ପଡ଼ିବ। ଏହି ସମସ୍ତ ବ୍ୟବସାୟୀଙ୍କୁ ସେମାନଙ୍କ ମହଜୁଦ ରଖିଥିବା ଗହମ ବିଷୟରେ ସୂଚନା ପ୍ରଦାନ କରିବାକୁ ପଡ଼ିବ। ଏପ୍ରିଲ ୧ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର https://evegoils.nic.in/wheat/login.html ରେ ଗହମ ଷ୍ଟକ୍‌ ବିଷୟରେ ନିୟମିତ ଏବଂ ଠିକ୍‌ ସୂଚନା ପ୍ରଦାନ କରାଯିବାକୁ କୁହାଯାଇଛି। ଯେଉଁମାନଙ୍କର ପୋର୍ଟାଲରେ ପଞ୍ଜୀକରଣ ହୋଇନାହିଁ, ସେମାନେ ମଧ୍ୟ ପ୍ରତି ଶୁକ୍ରବାର ଗହମ ଏବଂ ଚାଉଳର ଷ୍ଟକ୍‌ ଘୋଷଣା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri