ନୂଆବର୍ଷରୁ ଏହିସବୁ ଫୋନ୍‌ରେ କାମ କରିବନି ହ୍ବାଟ୍ସଆପ୍‌: ଜାଣନ୍ତୁ କେମିତି ଜାଣିବେ

ହ୍ବାଟ୍ସଆପ୍‌ ଆପ୍‌ ପ୍ରତିବର୍ଷ ଅପରେଟିଂ ସିଷ୍ଟମ ପାଇଁ କିଛି ଫୋନ୍‌ରେ ସପୋର୍ଟ କରିବା ବନ୍ଦ କରିଦିଏ। ଯାହା ପରେ ହ୍ବାଟ୍ସଆପ୍‌ ଆପ ପୁରୁଣା ସିଷ୍ଟମରେ କାମ କରେ ନାହିଁ। ଗତ ବର୍ଷ ହ୍ବାଟ୍ସଆପ୍‌ ଆପ ୱିଣ୍ଡୋଜ ଏବଂ ବ୍ଲାକବେରୀ ଫୋନରେ ସପୋର୍ଟ ବନ୍ଦ କରିଦେଇଥିଲା ଏବଂ ନୂଆବର୍ଷ ୨୦୨୧ରେ ହ୍ବାଟ୍ସଆପ ଆପ ଅନେକ ଆଇଫୋନ ଏବଂ ଅନେକ ଆଣ୍ଡ୍ରଏଡ ଫୋନରେ କାମ କରିବ ନାହିଁ।
ନୂଆ ବର୍ଷର ଆରମ୍ଭ ସହିତ ହ୍ବାଟ୍ସଆପ ଆପ କିଛି ଡିଭାଇସ ପାଇଁ ସପୋର୍ଟ ବନ୍ଦ କରିବ। ରିପୋର୍ଟ ଅନୁଯାୟୀ, ନୂଆ ବର୍ଷରେ ହ୍ବାଟ୍ସଆପ ଆପ ଆଇଓଏସ ୯ ଏବଂ ଆଣ୍ଡ୍ରଏଡ ୪.୦.୩ରେ ଚାଲୁଥିବା ଫୋନରେ ଚାଲିବ ନାହିଁ। ସରଳ ଭାବରେ କହିବାକୁ ଗଲେ ହ୍ବାଟ୍ସଆପ ଆପ ଆଇଫୋନ ୪ ଏବଂ ଏହାପୂର୍ବର ଆଇଫୋନ୍‌ରେ ମଧ୍ୟ ହ୍ବାଟ୍ସଆପ କାମ କରିବ ନାହିଁ, କିନ୍ତୁ ଯଦି ଆପଣଙ୍କର ଆଇଫୋନ ୪ଏସ୍‌, ଆଇଫୋନ ୫, ଆଇଫୋନ ୫ ଏସ, ଆଇଫୋନ ୫ସି, ଆଇଫୋନ ୬ ଏବଂ ଆଇଫୋନ ୬ଏସ୍‌ ତେବେ ଆପଣ ହ୍ବାଟ୍ସଆପ ନିଜ ଫୋନରେ ଅପଡେଟ କରିପାରିବେ। ଆଇଓଏସ ପରି ଆଣ୍ଡ୍ରଏଡ ବିଷୟରେ କହିବାକୁ ଗଲେ, ଯେଉଁ ଫୋନରେ ଆଣ୍ଡ୍ରଏଡ୍ର ୪.୦.୩ ଭର୍ସନ ଅଛି, ନୂଆ ବର୍ଷରେ ହ୍ବାଟ୍ସଆପ ଆପ ବ୍ୟବହାର କରିପାରିବ ନାହିଁ। ଏହି ତାଲିକାରେ, HTC Desire, LG Optimus Black, Motorola Droid Razr ଏବଂ ସାମସଙ୍ଗ ଗାଲାକ୍ସି S2 ଭଳି ଫୋନର ନାମକରଣ କରାଯାଇଛି।
ଯଦି ଆପଣ ଜାଣିବାକୁ ଚାହାଁନ୍ତି ଆପଣଙ୍କ ଫୋନରେ କେଉଁ ଅପରେଟିଂ ସିଷ୍ଟମ ଅଛି ଏବଂ ଏହାର ଭର୍ସନ କ’ଣ, ତେବେ ଫୋନର ସେଟିଙ୍ଗକୁ ଯାଆନ୍ତୁ ଏବଂ ବିକଳ୍ପ ଉପରେ କ୍ଲିକ କରନ୍ତୁ। ଏଠାରେ ଆପଣ ସମ୍ପୂର୍ଣ୍ଣ ସୂଚନା ପାଇବ, ଯାହା ପରେ ତୁମେ ଜାଣିବ ନୂଆ ବର୍ଷରେ ହ୍ବାଟ୍ସଆପ ଆପ ଆପଣଙ୍କ ଫୋନରେ ଚାଲିବ କି ନାହିଁ ।
ନୂଆ ବର୍ଷରେ ହ୍ବାଟ୍ସଆପ ଆପ୍‌ରେ ଅନେକ ନୂଆ ଫିଚର୍‌ ଆସୁଛି। ଅପଡେଟ ପରେ ଏହା ଆପଣଙ୍କ ଫୋନ୍‌ରେ ଉପଲବ୍ଧ ହେବ। ଅପଡେଟ୍‌ ହେବାପରେ ଆପଣ ଗୋଟିଏ ଚାଟରେ ଏକାସାଙ୍ଗରେ ଅନେକ ଫଟୋ ଏବଂ ଭିଡିଓ କପି କରି ଅନ୍ୟ ଏକ ଚାଟ୍‌ରେ ପେଷ୍ଟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri