Posted inଜାତୀୟ

ଆଇଟି ନିୟମ ଉଲ୍ଲଂଘନ କରୁଛି ହ୍ବାଟ୍‌ସଆପ୍‌

ନୂଆଦିଲ୍ଲୀ, ୧୮ା୫: ସୋସିଆଲ ମେସେଜିଂ ଆପ୍ଲିକେଶନ ହ୍ବାଟ୍‌ସଆପ୍‌ର ନୂଆ ପଲିସି ଭାରତର ସୂଚନା ପ୍ରଯୁକ୍ତି (ଆଇଟି) ଆଇନକୁ ଉଲ୍ଲଂଘନ କରୁଛି ବୋଲି ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ଆପ୍‌ର ନୂଆ ପ୍ରାଇଭେସି ପଲିସି ବିରୋଧରେ ଦାଖଲ ହୋଇଥିବା ବିଭିନ୍ନ ପିଟିଶନର ଶୁଣାଣି ସମୟରେ କେନ୍ଦ୍ର ଏହା କହିଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଡି.ଏନ୍‌. ପଟେଲ ଏବଂ ଜଷ୍ଟିସ୍‌ ଜ୍ୟୋତି ସିଂଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। କୋର୍ଟରେ ହ୍ବାଟ୍‌ସଆପ ପକ୍ଷରୁ କୁହାଯାଇଥିଲା ଯେ, ମେ ୧୫ରୁ ଏହାର ନୂଆ ପ୍ରାଇଭେସି ପଲିସି ଲାଗୁ କରାଯାଇଛି। କିନ୍ତୁ ଏହି ନୀତିକୁ ଅସ୍ବୀକାର କରିଥିବା ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ଡିଲିଟ୍‌ କରାଯାଇନାହିଁ। ଏହି ପଲିସିକୁ ସ୍ବୀକାର କରିବାକୁ ନିଜ ଗ୍ରାହକଙ୍କୁ ପ୍ରୋତ୍ସାହିତ କରାଯିବ। କିନ୍ତୁ ଯେଉଁମାନେ ଏହି ପ୍ରାଇଭେସି ନୀତିକୁ ଗ୍ରହଣ କରିନାହାନ୍ତି ସେମାନଙ୍କ ଆକାଉଣ୍ଟ ହଟାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇନାହିଁ ବୋଲି ହ୍ବାଟ୍‌ସ୍‌ ଆପ୍‌ କହିଛି। ହ୍ବାଟ୍‌ସଆପ୍‌ ନୂଆ ନୀତି ଆଣି ଉପଭୋକ୍ତାଙ୍କ ଗୋପନୀୟତା ଅଧିକାର ଉଲ୍ଲଂଘନ କରୁଥିବା ନେଇ ଦିଲ୍ଲୀ ହାଇକୋର୍ଟରେ ପିଟିଶନ ଦାଖଲ କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର, ହ୍ବାଟ୍‌ସଆପ୍‌ ଏବଂ ଏହାର ମୂଳ କମ୍ପାନୀ ଫେସ୍‌ବୁକ୍‌ଠାରୁ ଏ ନେଇ ଜବାବ ମାଗିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍‌ ୩ରେ ହେବ। ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ତଥ୍ୟ ଏହାର ମୂଳ କମ୍ପାନୀ ଫେସ୍‌ବୁକ୍‌ ସହ ଶେୟାର ହେବା ସହ ତାହାକୁ ବ୍ୟବହାର କରିପାରିବ ବୋଲି ନୂଆ ପଲିସିରେ ରହିଛି। ଯଦି ଉପଭୋକ୍ତା ଏହି ନୀତିରେ ରାଜି ନ ହୁଅନ୍ତି ତେବେ ସେମାନେ ତାଙ୍କ ଆକାଉଣ୍ଟକୁ ବ୍ୟବହାର କରିପାରିବେନି। ତେବେ କମ୍ପାନୀ ପରେ ଏହି ନୀତିକୁ ପ୍ରତ୍ୟାହାର କରିନେଇଥିଲା। ୟୁରୋପୀୟ ଦେଶର ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଏହି ପଲିସି ବାଧ୍ୟତାମୂଳକ ନ ଥିବାବେଳେ ଭାରତୀୟ ଗ୍ରାହକଙ୍କ ନିମନ୍ତେ ଅଣାଯିବା ଚିନ୍ତାର ବିଷୟ ବୋଲି କେନ୍ଦ୍ର କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri