ଟାର୍ଗେଟରେ WhatsApp: ଯୁବକଙ୍କ ପାଖକୁ ଆସିଲା ଗୋଟିଏ ଫଟୋ ଡାଉନ୍‌ଲୋଡ ପରେ ଆକାଉଣ୍ଟରୁ କଟିଗଲା ୨ଲକ୍ଷ

ଭୋପାଳ,୨୭।୫: WhatsApp ଆମସମସ୍ତଙ୍କୁ ଏକ ସାଥିରେ ଯୋଡି ରଖିଛି। ଯୁବକ ହୁଅନ୍ତୁ କି ବୟସ୍କ ପ୍ରାୟ ସମସ୍ତେ ଏହି ମେସେଜିଂ ଆପକୁ ବ୍ୟବହାର କରୁଛନ୍ତି। ଫ୍ୟାମିଲି ଗ୍ରୁପ୍‌ ଟିଏ କରି ମଧ୍ୟ ସେଥିରେ କିଛି ଫଟୋ, ଭିଡିଓ ଶେୟାର କରୁଛନ୍ତି। ସବୁଠୁ ବଡ଼ କଥା ହେଲା ପ୍ରିୟଜନଙ୍କ ସହିତ ସିଧା ସଳଖ ଭିଡିଓ କଲ୍‌ରେ କଥା ହେଇହଉଛି। ତେବେ ଏହା ଏବେ ସାଇବର ଅପରାଧୀଙ୍କ ପାଇଁ ଏକ ବଡ଼ ଅସ୍ତ୍ର ପାଲଟିଛି । କଲ ଏବଂ ଫିସିଂ ଲିଙ୍କ ପରେ, ହ୍ୟାକର୍ସ ଏବେ ଏକ ନୂଆ ପଦ୍ଧତି ଆପଣାଇଛନ୍ତି। ସେମାନେ ଇମେଜ ଫାଇଲ ମାଧ୍ୟମରେ ଲୋକଙ୍କ ବ୍ୟକ୍ତିଗତ ସୂଚନା ଏବଂ ଟଙ୍କା ହଡପ କରୁଛନ୍ତି । ସାମାନ୍ୟ ଏକ ଫୋଟ ଆକାଉଣ୍ଟ ଖାଲି କରିଦେଉଛି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଜବଲପୁରରେ । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜଣେ ଯୁବକଙ୍କୁ WhatsAppରେ ଏକ ଫଟୋ ପଠାଯାଇଥିଲା। ସେ ଉକ୍ତ ଫଟୋଟିକୁ ଡାଉନ୍‌ଲୋଡ କରିଥିଲେ। ପରେ ତାଙ୍କ ତାଙ୍କ ଆକାଉଣ୍ଟରୁ ପ୍ରାୟ ୨ ଲକ୍ଷ ଟଙ୍କା କୁଆଡ଼େ ଗାଏବ ହୋଇଗଲା। ସେ ଏନେଇ ସାଇବର ସେଲ୍‌କୁ ଜଣାଇଥିଲେ । ଘଟଣାକୁ ନେଇ ଏବେ ତଦନ୍ତ ଚାଲିଛି।

ତେବେ ସାଇବର ଅପରାଧୀମାନେ ଏବେ ‘ଷ୍ଟେଗାନୋଗ୍ରାଫୀ’ ନାମକ ଏକ କୌଶଳ ବ୍ୟବହାର କରୁଛନ୍ତି, ଯେଉଁଥିରେ ଏକ ମିଡିଆ ଫାଇଲ (ଯେପରିକି ଫଟୋ, ଭିଡିଓ କିମ୍ବା ଅଡିଓ)ରେ ଲୁଚାଯାଇଥିବା ତଥ୍ୟ ରହିଛି । ଏହି ଫାଇଲଗୁଡ଼ିକ ସମ୍ପୂର୍ଣ୍ଣ ସାଧାରଣ ଦେଖାଯାଏ, ମାତ୍ର ଏଥିରେ ମାଲେୱର ଥାଏ ଯାହା ଫୋନ୍‌ରେ ପହଞ୍ଚିବା ମାତ୍ରେ ସକ୍ରିୟ ହୋଇଯାଏ । କାରଣ ସେମାନେ ଜାଣନ୍ତି WhatsApର ମାସିକ ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ୩ ବିଲିୟନରୁ ଅଧିକ । ଭାରତରେ ପ୍ରାୟ ୫୦ କୋଟି ଲୋକ ମଧ୍ୟ ଏହାକୁ ବ୍ୟବହାର କରନ୍ତି । ଯାହାକୁ ଏବେ ସେମାନେ ଟାର୍ଗେଟ କରିଛନ୍ତି।

ତେବେ ଆପଣଙ୍କ ମନକୁ ଆସୁଥିବ ଷ୍ଟେଗାନୋଗ୍ରାଫୀ କ’ଣ?
ଷ୍ଟେଗାନୋଗ୍ରାଫୀ ଏକ କୌଶଳ ଯେଉଁଥିରେ ତଥ୍ୟକୁ କୌଣସି ଏକ ମିଡିଆ ଫାଇଲ ଭିତରେ ଲୁଚାଇ ରଖାଯାଏ। jpg କିମ୍ବା .png ଭଳି ଇମେଜ ଫାଇଲଗୁଡ଼ିକରେ ଏହି ଡାଟା ମେଟାଡାଟା କିମ୍ବା ‘ଲିଷ୍ଟ ସିଗ୍ନିଫିକେଣ୍ଟ ବିଟ୍ସ’ (LSB) ରେ ଲୁଚି ରହିଥାଏ । ଏହି ଅଂଶଟି ଇମେଜର ଗୁଣବତ୍ତା ଉପରେ ପ୍ରଭାବ ପକାଇବ ନାହିଁ, କିନ୍ତୁ ଏହା ମାଧ୍ୟମରେ ଫୋନ୍‌ରେ ମାଲୱେର ପ୍ରବେଶ କରାଯାଇପାରିବ ।

ଯେତେବେଳେ ବ୍ୟକ୍ତି ଏହି ଇମେଜ ଫାଇଲଗୁଡ଼ିକୁ ଡାଉନ୍‌ଲୋଡ଼ଡ କରିନ୍ତି ଏହି ଫାଇଲଗୁଡ଼ିକରେ ଏକ ମାଲୱେର୍‌ ସକ୍ରିୟ କରନ୍ତି । ଏହି ମାଲୱେର କେବଳ ଫୋନରେ ସଂରକ୍ଷିତ ପାସୱାର୍ଡଗୁଡ଼ିକୁ ଆକ୍ସେସ କରିବ ନାହିଁ, ବରଂ OTPଗୁଡ଼ିକୁ ମଧ୍ୟ ଅଟକାଇ ପାଇବ । ବିଶେଷ କଥା ହେଉଛି ଯେ ପାରମ୍ପରିକ ଫିସିଂ ଲିଙ୍କ ପରି, ଏହି ମାଲୱେର ସହଜରେ ଚିହ୍ନଟ ହୁଏ ନାହିଁ, ଫଳରେ ଏହା ଆହୁରି ବିପଦପୂର୍ଣ୍ଣ ହୋଇଥାଏ । ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ମତରେ, ସାଧାରଣ ଆଣ୍ଟିଭାଇରସ ଆପ କ୍ଷେତ୍ରରେ ଏପରି ଷ୍ଟେଗ୍ନୋଗ୍ରାଫିକ ମାଲୱେର୍‌ ଚିହ୍ନଟ କରିବା ସହଜ ନୁହେଁ । ଏସବୁକୁ ଚିହ୍ନଟ କରିବା ପାଇଁ, ଆଡ୍ଭାନସଡ ଫୋରେନ୍ସିକ ଟୁଲ୍ସ ଏବଂ ବିହେଭିଏରାଲ ଆନାଲିସିସ ଆବଶ୍ୟକ ହୋଇଥାଏ ।
ଏହି ଠକେଇରୁ ରକ୍ଷା ପାଇବା ପାଇଁ, ପ୍ରଥମେ ଆପଣଙ୍କୁ WhatsAppରେ ଅଟୋ ଡାଉନଲୋଡ ବନ୍ଦ କରିବାକୁ ପଡିବ । WhatsApp ସେଟିଂକୁ ଯାଆନ୍ତୁ ଏବଂ ଷ୍ଟୋରେଜ ଏବଂ ଡାଟା’ରେ ଅଟୋମେଟିକ ମିଡିଆ ଡାଉନଲୋଡ ବନ୍ଦ କରନ୍ତୁ । ଏହି କାରଣରୁ, ଫୋନ୍‌ରେ କୌଣସି ଫାଇଲ ସେଭ ହେବ ନାହିଁ ।

ଯଦି ଆପଣ କୌଣସି ଅଜଣା ବ୍ୟକ୍ତିଙ୍କଠାରୁ କୌଣସି ଫଟୋ କିମ୍ବା ଭିଡିଓ ପାଆନ୍ତି, ତେବେ ଏହାକୁ ଖୋଲନ୍ତୁ ନାହିଁ କିମ୍ବା ଡାଉନଲୋଡ କରନ୍ତୁ ନାହିଁ । ଆବଶ୍ୟକ ହେଲେ ନମ୍ବରଟି ରିପୋର୍ଟ କରନ୍ତୁ ଏବଂ ବ୍ଲକ କରନ୍ତୁ ।

ପ୍ରାଇଭେସୀ ଶେଟିଂସକୁ ଯାଇ ଗ୍ରୁପ ଇନ୍‌ଭାଇଟ୍ସକୁ ‘ My Contacts’ ପର୍ଯ୍ୟନ୍ତ ସୀମିତ କରନ୍ତୁ ଯାହା ଦାରା ଆପଣଙ୍କୁ ଅଜଣା ଗ୍ରୁପ୍‌ରେ ଆଡ ଯାଇପାରିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri