ହାଟ୍ସଆପ (WhatsApp) ରେ ଆମେ ଅନେକ ସମୟରେ ଏପରି କିଛି ସୂଚନା କାହାକୁ ପଠାଇଥାଉ, ଯାହା ଆମେ ଚାହୁଁନଥାଉ ଯେ ତାହା ତାଙ୍କ ଚାଟ୍ରେ ଅଧିକ ସମୟ ପର୍ଯ୍ୟନ୍ତ ରହୁ। ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତିରେ ଫଟୋ, ଭିଡିଓ ଏବଂ ଭଏସ ମେସେଜ ପାଇଁ ‘View Once’ ର ବିକଳ୍ପ ଥିଲା। ଅର୍ଥାତ ସାମନା ବ୍ୟକ୍ତି ଜଣକ ଏଗୁଡ଼ିକୁ କେବଳ ଥରେ ଦେଖି କିମ୍ୱା ଶୁଣି ପାରୁଥିଲେ। କିନ୍ତୁ ବର୍ତ୍ତମାନ ହାଟ୍ସଆପ ଏହି ସୁବିଧାକୁ ଟେକ୍ସଟ ମେସେଜ (Text Message) ପାଇଁ ମଧ୍ୟ ଆଣିବାକୁ ପ୍ରସ୍ତୁତି ଚଳାଇଛି। ଏହା ଆସିବା ପରେ ଆପଣ କାହାକୁ ଏପରି ମେସେଜ ପଠାଇ ପାରିବେ, ଯାହା ପଢ଼ିବା ପରେ ନିଜେ-ନିଜେ ଗାଏବ ହୋଇଯିବ। ସବୁଠାରୁ ବଡ଼ କଥା ହେଉଛି ସାମନା ବ୍ୟକ୍ତି ଜଣକ ସେହି ମେସେଜ୍ର ସ୍କ୍ରିନସଟ (Screenshot) ନେବା କିମ୍ୱା ଏହାକୁ କପି କରିବାକୁ ସକ୍ଷମ ହେବେ ନାହିଁ। ବର୍ତ୍ତମାନ କମ୍ପାନୀ ଏହାର ଟେଷ୍ଟିଂ (Testing) କିଛି ମନୋନୀତ ଆଣ୍ଡ୍ରଏଡ ବିଟା (Android Beta) ବ୍ୟବହାରକାରୀଙ୍କ ସହିତ କରୁଛି।
WABetaInfo ର ଏକ ରିପୋର୍ଟ ଅନୁଯାୟୀ, ହାଟ୍ସଆପ ଏହାର ଆଣ୍ଡ୍ରଏଡ ଭର୍ସନ 2.26.45.6 ରେ ଏହି ନୂତନ ଫିଚର୍ର ଟେଷ୍ଟିଂ କରୁଛି। ଏପର୍ଯ୍ୟନ୍ତ ‘View Once’ ର ବିକଳ୍ପ କେବଳ ଫଟୋ, ଭିଡିଓ ଏବଂ ଭଏସ ମେସେଜ ପାଇଁ ମିଳୁଥିଲା। କିନ୍ତୁ ନୂତନ ଫିଚର୍ ଆସିବା ପରେ ବ୍ୟବହାରକାରୀମାନେ ଟେକ୍ସଟ ମେସେଜ ମଧ୍ୟ ଏହିପରି ପଠାଇ ପାରିବେ। ଅର୍ଥାତ୍ ମେସେଜ ପଢ଼ିସାରିବା ପରେ ଗ୍ରାହକ (Receiver) ଏହାକୁ ପୁନର୍ୱାର ଦେଖିପାରିବେ ନାହିଁ।
ଏହି ଫିଚର୍କୁ ବ୍ୟବହାର କରିବା ଅତି ସହଜ ହେବ। ବ୍ୟବହାରକାରୀଙ୍କୁ ଚାଟ ୱିଣ୍ଡୋରେ ସେମାନଙ୍କର ମେସେଜ ଟାଇପ କରିବା ପରେ ସେଣ୍ଡ (Send) ବଟନକୁ କିଛି ସମୟ ଧରି ଦବାଇ ରଖିବାକୁ ପଡ଼ିବ। ଏହାପରେ ସ୍କ୍ରିନରେ ’View Once’ ର ବିକଳ୍ପ ଦେଖାଯାଇପାରେ। ଏହି ବିକଳ୍ପକୁ ଚୟନ କରିବା ପରେ ମେସେଜ ସାଧାରଣ ଉପାୟରେ ସେଣ୍ଡ ହେବ ନାହିଁ।
ଅନ୍ୟପକ୍ଷରେ ଗ୍ରାହକଙ୍କୁ ମେସେଜ ପଢ଼ିବା ପାଇଁ ସେଥିରେ ଟ୍ୟାପ (Tap) କରିବାକୁ ପଡ଼ିବ। ଏହାପରେ ମେସେଜ ଏକ ଅଲଗା ୱିଣ୍ଡୋରେ ଖୋଲିବ। ସେ ଯେମିତି ଏହି ୱିଣ୍ଡୋକୁ ବନ୍ଦ କରିବେ, ମେସେଜ ନିଜେ-ନିଜେ ଗାଏବ ହୋଇଯିବ। ଏହାପରେ ତାକୁ ପୁନର୍ୱାର ଖୋଲି ପଢ଼ିବାର ବିକଳ୍ପ ମିଳିବ ନାହିଁ। ପ୍ରଥମ ଥର ପାଇଁ ଏହି ଫିଚର୍ ବ୍ୟବହାର କରିବା ସମୟରେ ହାଟ୍ସଆପ ଏହାର ସୂଚନା ଦେବା ପାଇଁ ଏକ ଛୋଟ ଟ୍ୟୁଟୋରିଆଲ (Tutorial) ମଧ୍ୟ ଦେଖାଇପାରେ।
ହାଟ୍ସଆପ୍ର ଏହି ଫିଚର୍ର ସବୁଠାରୁ ବଡ଼ ବିଶେଷତା ହେଉଛି ଏହାର ପ୍ରାଇଭେସି ସେଟିଂ (Privacy Setting)। ’View Once’ ଟେକ୍ସଟ ମେସେଜ ମିଳିବା ପରେ ଗ୍ରାହକ ଏହାର ସ୍କ୍ରିନସଟ ନେଇପାରିବେ ନାହିଁ। ଏହାବ୍ୟତୀତ ମେସେଜ୍କୁ କପ କିମ୍ୱା ଫରୱାର୍ଡ କରିବାର ବିକଳ୍ପ ମଧ୍ୟ ବନ୍ଦ ରହିବ। ସ୍କ୍ରିନ ରେକର୍ଡିଂ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇପାରେ। ଯଦି ମେସେଜ ପଠାଉଥିବା ବ୍ୟବହାରକାରୀ ’Read Receipts’ ଅନ ରଖିଛନ୍ତି, ତେବେ ସାମନା ବ୍ୟକ୍ତି ମେସେଜ ପଢ଼ିଛନ୍ତି କି ନାହିଁ ସେ ସମ୍ପର୍କରେ ମଧ୍ୟ ସେ ସୂଚନା ପାଇପାରିବେ।
ତଥାପି, ଏହାର ଅର୍ଥ ଏହା ନୁହେଁ ଯେ ମେସେଜ୍କୁ କୌଣସି ପ୍ରକାରେ ସେଭ କରାଯାଇପାରିବ ନାହିଁ। ଯଦି କୌଣସି ବ୍ୟକ୍ତି ଅନ୍ୟ ଏକ ମୋବାଇଲ ଜରିଆରେ ସ୍କ୍ରିନ୍ର ଫଟୋ ଉଠାଇ ନିଅନ୍ତି, ତେବେ ଏହି ଫିଚର୍ ଦ୍ୱାରା ତାହାକୁ ରୋକିବା ସମ୍ଭବ ହେବ ନାହିଁ।
ହାଟ୍ସଆପ୍ର ଏହି ଫିଚର୍ ସେହି ଲୋକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରେ, ଯେଉଁମାନଙ୍କୁ କାହାକୁ ଅସ୍ଥାୟୀ ଭାବରେ ପାସୱାର୍ଡ, OTP ବା ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା ପଠାଇବାର ଥାଏ। ସାଧାରଣତଃ ଏଭଳି ମେସେଜ ଚାଟ ହିଷ୍ଟ୍ରିରେ ସେଭ ହୋଇ ରହିଥାଏ ଏବଂ ପରେ ମଧ୍ୟ ଦେଖାଯାଇପାରେ। କିନ୍ତୁ ’View Once’ ଟେକ୍ସଟ ଫିଚର୍ ଆସିବା ପରେ ଏପରି ସୂଚନା ପଢ଼ିବାକ୍ଷଣି ଗାଏବ ହୋଇଯିବ। ଏହାଦ୍ୱାରା ଚାଟ୍ରେ ସମ୍ୱେଦନଶୀଳ ସୂଚନା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାର ବିପଦ କମିପାରିବ।
ବର୍ତ୍ତମାନ ହାଟ୍ସଆପ ଗୁଗଲ ପ୍ଲେ ଷ୍ଟୋର୍ ମାଧ୍ୟମରେ କିଛି ମନୋନୀତ ଆଣ୍ଡ୍ରଏଡ ବିଟା (Android Beta) ବ୍ୟବହାରକାରୀଙ୍କ ସହିତ ଏହି ଫିଚର୍ର ଟେଷ୍ଟିଂ କରୁଛି। ବର୍ତ୍ତମାନ ସୁଦ୍ଧା କମ୍ପାନୀ ଏହାକୁ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଜାରି କରିବାର ତାରିଖ ଘୋଷଣା କରିନାହିଁ। ଆଶା କରାଯାଉଛି ଯେ ଟେଷ୍ଟିଂ ସମ୍ପୂର୍ଣ୍ଣ ହେବା ପରେ ଏହାକୁ ଧୀରେ ଧୀରେ ଅଧିକ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚାଯିବ। ବର୍ତ୍ତମାନ ସାଧାରଣ ହାଟ୍ସଆପ ବ୍ୟବହାରକାରୀଙ୍କୁ ଏହି ଫିଚର୍ ପାଇଁ ଅପେକ୍ଷା କରିବାକୁ ପଡ଼ିବ।