ଭୁବନେଶ୍ବର,୪।୯: ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଫୋନ୍ / ହ୍ୱାଟ୍ସଆପ୍ ହ୍ୟାକ୍ ହୋଇଯାଇଛି। ସୋସିଆଲ ମିଡିଆରେ ଆଚାର୍ଯ୍ୟ ଏ ନେଇ ଜଣାଇଛନ୍ତି। ତାଙ୍କ ନମ୍ବରୁ ଆସୁଥିବା ଟଙ୍କା କିମ୍ବା ସାହାଯ୍ୟ ମାଗୁଥିବା କୌଣସି ଅନୁରୋଧକୁ ଗ୍ରହଣ ନ କରିବା ପାଇଁ ଆଚାର୍ଯ୍ୟ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯାଉଛି ଏବଂ ତାଙ୍କ ନମ୍ବର / ହ୍ୱାଟ୍ସଆପରୁ ଆସୁଥିବା କୌଣସି ସନ୍ଦେହଜନକ ମେସେଜର ଉତ୍ତର ନ ଦେବା ଦିଅନ୍ତୁ ନାହିଁ କିମ୍ବା ସେଥିରେ ଜଡ଼ିତ ନ ହେବା ପାଇଁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଥାଉକି, ଶୁକ୍ରବାର ମୋବାଇଲ ନମ୍ବର 70081 30533ରୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାମରେ ଏକ ମ୍ୟାସେଜ୍ ଲେଖା ହୋଇ ଅନେକ ଲୋକଙ୍କ ପାଖକୁ ମ୍ୟାସେଜ ଆସିଛି ଏବଂ ଏହା ଚର୍ଚ୍ଚାର ବିଷୟ ହୋଇଛି।

