ଜୁନ୍‌ରେ ୨୨ ଲକ୍ଷରୁ ଅଧିକ ଭାରତୀୟଙ୍କ ହ୍ବାଟସଆପ୍‌ ଆକାଉଣ୍ଟ୍‌ ନିଷିଦ୍ଧ…

ନୂଆଦିଲ୍ଲୀ, ୨।୮ : ଜୁନ ୨୦୨୨ରେ ହ୍ଟାଟସ୍‌ଆପ୍‌ ୨୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟକୁ ନିଷିଦ୍ଧ କରିଛି। ବ୍ୟବହାରକାରୀଙ୍କଠାରୁ ଆସିଥିବା ଅଭିଯୋଗ ଆଧାରରେ ଏବଂ ନୀତିକୁ ଉଲ୍ଲଂଘନକୁ ଚିହ୍ନଟ କରିବା ନେଇ ମେଟା ମାଲିକାନା ମେସେଜିଂ ପ୍ଲାଟଫର୍ମ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ଏହା ପୂର୍ବରୁ ମେ ମାସରେ ୧୯ ଲକ୍ଷ ଆକାଉଣ୍ଟ, ଏପ୍ରିଲରେ ୧୬ ଲକ୍ଷ ଏବଂ ମାର୍ଚ୍ଚରେ ୧୮.୦୫ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ଗତ ବର୍ଷ ଲାଗୁ ହୋଇଥିବା ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ଅନୁଯାୟୀ, ୫୦ ଲକ୍ଷରୁ ଅଧିକ ଉପଭୋକ୍ତାବୃହତ ଡିଜିଟାଲ ପ୍ଲାଟଫର୍ମଗୁଡିକ ପ୍ରତି ମାସରେ ଅନୁପାଳନ ରିପୋର୍ଟ ପ୍ରକାଶ କରିବା ଆବଶ୍ୟକ, ଗ୍ରହଣ କରାଯାଇଥିବା ଅଭିଯୋଗ ଏବଂ କାର୍ଯ୍ୟାନୁଷ୍ଠାନର ବିବରଣୀର ରିପୋର୍ଟ ମଧ୍ୟ ଉପସ୍ଥାପନ କରିବେ।

ରିପୋର୍ଟ ଅନୁଯାୟୀ, ଅପବ୍ୟବହାର କରୁଥିବା ଚିହ୍ନଟ ହେବା ପରେ ୨୦୨୨ ଜୁନ ୧ରୁ ଜୁନ ୩୦ ମଧ୍ୟରେ ହ୍ବାଟସ ଆପ ପକ୍ଷରୁ ୨୨ ଲକ୍ଷ ୧୦ ହଜାର ଲକ୍ଷ ଭାରତୀୟ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏଥିରେ, ଉପଭୋକ୍ତାମାନଙ୍କଠାରୁ ଗ୍ରହଣ କରାଯାଇଥିବା ନକାରାତ୍ମକ ମତାମତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ୟବହାରକାରୀଙ୍କୁ ପ୍ଲାଟଫର୍ମରେ ସୁରକ୍ଷିତ ରଖିବା ପାଇଁ ଆଟିଫିସିଆଲ ଇଣ୍ଟେଲଜେନ୍ସି ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା, ଡାଟା ବୈଜ୍ଞାନିକ, ବିଶେଷଜ୍ଞଙ୍କୁ ଏହି ପ୍ରକ୍ରିୟାରେ କ୍ରମାଗତ ବ୍ୟବହାର କରାଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଜୁନ ୨୦୨୨ ରେ, ୬୩୨ ଅଭିଯୋଗ ରିପୋର୍ଟ କରାଯାଇଥିଲା ଏବଂ ୬୪ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପ୍ରାପ୍ତ ମୋଟ ରିପୋର୍ଟ ମଧ୍ୟରୁ ୪୨୬ ଟି ପ୍ରତିବନ୍ଧକ ଲାଗୁ କରିବାକୁ ଆବେଦନ ସମ୍ବନ୍ଧୀୟ ଥିଲା।

Share