‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କିଛି ବିରୋଧୀ ଦଳ ଏହାକୁ ସମର୍ଥନ କରିଥିବାବେଳେ କଂଗ୍ରେସ, ଏଏପି, ଏସପି ଓ ଟିଏମସି ଭଳି ଦଳ ଏହାକୁ ବିରୋଧ କରୁଛନ୍ତି। ତେବେ ଏହାରି ଭିତରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ହୋଇଛି। ବିଧାନସଭାରେ କଡ଼ା ପରାଜୟ ପରେ ଲୋକ ସଭାରେ ମଧ୍ୟ ଦଳକୁ ଗୋଟିଏ ବି ଆସନ ମିଳିପାରି ନାହିଁ। ସେପଟେ ରାଜ୍ୟ ସଭାରୁ ମଧ୍ୟ ୨ଜଣ ଇସ୍ତଫା ଦେଇ ଭାଜପାରେ ସାମିଲ୍‌ ହୋଇଛନ୍ତି। ନିର୍ବାଚନରେ ପରେ ବିଜେଡି ଏବେ ରାଜ୍ୟ ତଥା ଜାତୀୟ ରାଜନୀତିରେ ଭାଜପାର କଡ଼ା ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଛି। ପ୍ରତିଟି ବିଲ୍‌ ଓ ପଦକ୍ଷେପକୁ ନବୀନ ତଥା ବିଜେଡି ଜୋରଦାର ଟାର୍ଗେଟ କରୁଛନ୍ତି। ବର୍ତ୍ତମାନ ବିତର୍କ ସୃଷ୍ଟି କରିଥିବା ଏକକାଳୀନ ନିର୍ବାଚନକୁ ନେଇ ନବୀନଙ୍କ ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏସବୁ ଭିତରେ ବିଜେଡି ସୁପ୍ରିମୋଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି।

ଓଡିଶା ସାହିତ୍ୟ ମହୋତ୍ସବର ଦ୍ୱାଦଶ ସଂସ୍କରଣରେ ଏକ ବାର୍ତ୍ତାଳାପବେଳେ ନବୀନ କହିଛନ୍ତି , ବିଜେଡି ଏହି ପ୍ରସ୍ତାବର ସବିଶେଷ ତଥ୍ୟ ଅଧ୍ୟୟନ କରିବ। ଏହା ପରେ ହିଁ ନିଷ୍ପତ୍ତି ନେବ। ଏକକାଳୀନ ନିର୍ବାଚନ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏନେଇ ସଂସଦର ଶୀତକାଳୀନ ଅଧିବେଶନରେ ଏହା ଉପରେ ଏକ ବିଲ ଉପସ୍ଥାପିତ ହେବ।

କହିରଖୁଛୁ କି, ଓ୍ବାନ ନେଶନ ଓ୍ବାନ ଇଲେକ୍ସନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। କଂଗ୍ରେସ ଏହାକୁ କଡ଼ା ବିରୋଧ କରିଛି। କଂଗ୍ରେସ କହିଛି ଯେ, ଦେଶ ଏହାକୁ କେବେ ଗ୍ରହଣ କରିବ ନାହିଁ। ଯେତେବେଳେ କି ଭାଜପା କହିଛି ଯେ ଏହି ପ୍ରସ୍ତାବ ଦେଶର ସ୍ବାର୍ଥରେ। ଏକକାଳୀନ ନିର୍ବାଚନ କରିବା ଦ୍ୱାରା ଅର୍ଥ ସଞ୍ଚୟ ହେବା ସହ ଦେଶର ବିକାଶ କାର୍ଯ୍ୟରେ ପ୍ରେରଣା ଯୋଗାଇବ।

ତେବେ ଇଣ୍ଡିଆ ଆଲାଏନ୍ସ ଖୋଲାଖୋଲି ଭାବେ ଏକକାଳୀନ ନିର୍ବାଚନକୁ ବିରୋଧ କରିଛି। ଏସପି ଜାତୀୟ ସଭାପତି ଅଖିଳେଶ ଯାଦବ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି। ଆମ ଆଦମୀ ପାର୍ଟି କହିଛି ଯେ, ଭାଜପା ଏହା ମାଧ୍ୟମରେ ନିଜକୁ ଦାୟିତ୍ୱରୁ ମୁକ୍ତ କରିବାକୁ ଚାହୁଁଛି। ଏଥି ସହ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ସଂଘୀୟ ଢାଞ୍ଚା ଗଠନ ବିରୋଧୀ ବୋଲି କହିଛନ୍ତି। କୁହାଯାଉଛି ଯେ, ସଂସଦର ଶୀତକାଳୀନ ଅଧିବେଶନରେ ଏହି ପ୍ରସଙ୍ଗ ଗୃହର ଉଷ୍ମତାକୁ ଆହୁରି ବଢାଇବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri