ଶୟନ କକ୍ଷରେ କ’ଣ ରଖିବେ, କ’ଣ ନୁହେଁ; ଜାଣନ୍ତୁ ଏନେଇ ବାସ୍ତୁ…

ଦିନଯାକର ଅକ୍ଳାନ୍ତ ପରିଶ୍ରମ ପରେ ଟିକେ ବିଶ୍ରାମ ପାଇଁ ଯେବେ ଶୋଇବା ଘରେ ପାଦ ପଡ଼ିଯାଏ ସେତେବେଳେ ମନକୁ ଖୁବ୍‌ ଶାନ୍ତି ମିଳିଥାଏ। କାରଣ ଶୋଇବା ଘର ହେଉଛି ଏପରି ଏକ ସ୍ଥାନ, ଯେଉଁଠି ବ୍ୟକ୍ତି ଆରାମ କରିପାରେ। ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ବି ଶୋଇବା ଘରର ଭୂମିକା ଯଥେଷ୍ଟ ଥାଏ ବୋଲି କୁହାଯାଏ। ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଶୋଇବା ଘର କିପରି ହେବା ଦରକାର ଆସନ୍ତୁ ଜାଣିବା:

* ଦାମ୍ପତ୍ୟ ସୁଖ ପାଇଁ ଶୋଇବା ଘର ଦକ୍ଷିଣ ପଶ୍ଚିମ କୋଣରେ ରହିଲେ ଭଲ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

* ସେହିପରି ସୁଖୀ ଦାମ୍ପତ୍ୟ ପାଇଁ ଶୋଇବା ଘରର ଖଟକୁ କେବେ ବି କାନ୍ଥକୁ ଲଗାଇ ରଖିବା ଠିକ୍‌ ନୁହେଁ।

* ଶୟନ କକ୍ଷରେ ଆଇନା ରଖିବା ଉଚିତ ନୁହେଁ। ଯଦି ଅଛି ସାଜଶୃଙ୍ଗାର ପରେ ଆଇନା ଉପରେ ପରଦା ପକାଇଦେବା ଠିକ୍‌ ହେବ। କାରଣ ଶୋଇବା ସମୟର ଛବି ଆଇନାରେ ପ୍ରତିଫଳିତ ହେବା ଅଶୁଭ ବୋଲି କୁହାଯାଇଥାଏ।

* ଶୟନ କକ୍ଷରେ ପୂଜାଘର ରଖିବା ମଧ୍ୟ ଭଲ ନୁହେଁ।

* ସବୁଠୁ ବଡ଼ କଥା ହେଉଛି, ଶୋଇବା ଘରେ ଭୁଲ୍‌ରେ ବି ଦୁଇଟି ଖଟକୁ ଯୋଡ଼ି ଶୁଅନ୍ତୁ ନାହିଁ। କାରଣ ଏହା ଦାମ୍ପତ୍ୟ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ।

* ଶୟନ କକ୍ଷରେ କାନ୍ଦିବା ଚିତ୍ର, ଯୁଦ୍ଧ ଚିତ୍ର କିମ୍ବା ମୃତ ବ୍ୟକ୍ତିଙ୍କ ଫଟୋ ନ ରଖି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି, ଉଭୟ ପତ୍ନୀପତିଙ୍କ ଖୁସି ସମୟର ଚିତ୍ର କିମ୍ବା ଯୁଗଳ ଚଢ଼େଇଙ୍କ ଚିତ୍ର ରଖିଲେ ଦାମ୍ପତ୍ୟ ଜୀବନରେ ସୁପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

ନ୍ୟାଶନାଲ କିକ୍‌ ବକ୍ସିଂରେ ଗୋଲଡ଼ ମେଡାଲ ଜିତିବାକୁ ଲକ୍ଷ୍ୟ

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ୬ ବର୍ଷରୁ ୧୫ ବର୍ଷ ସବ ଜୁନିୟର ନ୍ୟାଶନାଲ କିକ୍‌ ବକ୍ସିଂ ଚମ୍ପିୟାନଶିପ୍‌ ପ୍ରତିଯୋଗିତାରେ ଗଞ୍ଜାମରେ ୫ ଜଣ ଅଂଶ ଗ୍ରହଣ କରିଛନ୍ତି। କୋଚ…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଆକ୍ସନରେ ପୋଲିସ, ଡକାୟତି ଘଟଣାର ୨୪ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତ ଗିରଫ

ଛତ୍ରପୁର,୨୧ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଅଭିଯୋଗର ୨୪ ଘଣ୍ଟା ନ ପୁରୁଣୁ ଗ୍ୟାଙ୍ଗର ୭ ଜଣଙ୍କୁ ପୋଲିସ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri