ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ, ବାଛୁରୀ, ଷଣ୍ଢ ଇତ୍ୟାଦି ଛିଡ଼ା ହୋଇଥାଆନ୍ତି। ଉଭୟ ପଟରୁ ଆସୁଥିବା ଦୁଇଚକିଆ, ଚାରିଚକିଆ ଯାନଗୁଡ଼ିକର ବିକଟାଳ ହର୍ନ ଏବଂ ସମସ୍ତେ କେମିତି ରାସ୍ତା ପାରିହେବେ, ସେଥିପାଇଁ ବିଭିନ୍ନ କଳାକୌଶଳ ଲଗାଇବାରେ ବ୍ୟସ୍ତ; ଯାହା ଫଳରେ ରାସ୍ତାରେ ଅସମ୍ଭାଳ ଭିଡ଼। ମନେମନେ ଭାବୁଥିଲି ଡଲ୍‌ଫିନ, ନାଲି କଙ୍କଡ଼ା ତଥା ଚିଲିକାର ମନୋରମ ଦୃଶ୍ୟ ସାଙ୍ଗକୁ ମନକୁ ହାଲୁକା କରିବା ପାଇଁ ଦେଶ ବିଦେଶରୁ ଧାଇଁ ଆସୁଥିବା ପର୍ଯ୍ୟଟକମାନଙ୍କର ମାନସିକତା ଓଡ଼ିଶାରୁ କି ଅନୁଭୂତି ନେଇ ଫେରିବେ? କଥା ହେଉଛି, ଯେଉଁ ଗାଈମାନଙ୍କର କ୍ଷୀର ଦୁହିଁ ସ୍ଥାନୀୟ ଲୋକମାନେ ପରିବାର ପ୍ରତିପୋଷଣ କରିଥାଆନ୍ତି, ସେମାନେ କେମିତି ଉକ୍ତ ଗାଈମାନଙ୍କୁ ରାସ୍ତାରେ ଶୀତ, କାକର, ବର୍ଷା ଓ ଖରାରେ ନିଶ୍ଚିନ୍ତରେ ଛାଡ଼ିଦେଇ ପାରୁଛନ୍ତି ତାହା ଏକ ବିରାଟ ପ୍ରଶ୍ନବାଚୀ। ତା’ଛଡ଼ା ଯେଉଁମାନେ ଗାଈକୁ ଗୋମାତା କହି ପୂଜା କରିଥାଆନ୍ତି, ବୃଷଭକୁ ଶିବଙ୍କର ବାହନ ଭାବେ ଶ୍ରଦ୍ଧା କରିଥାଆନ୍ତି, ହଳ ଲଙ୍ଗଳକୁ ବଳଭଦ୍ରଙ୍କର ଅସ୍ତ୍ର ଭାବେ ପୂଜା କରି ଆମେ ବଳଦମାନଙ୍କୁ ସମ୍ମାନ ଦେଇଥାଉ, ସେମାନଙ୍କ ପ୍ରତି ଏ ପ୍ରକାର ହତାଦର କେତେ ସମୀଚୀନ? ଦିନଥିଲା ଗାଈ, ବଳଦ, ଷଣ୍ଢ ଆମ କୃଷି ପରମ୍ପରାର ଏକ ମୁଖ୍ୟ ଅଙ୍ଗ ଭାବେ ପରିଗଣିତ ହେଉଥିଲା। ବାହାଘର ସମୟରେ ଏଇ ପଶୁ ଜନ୍ତୁମାନେ ବର ଓ କନ୍ୟାଘରର ଆର୍ଥିକ ପରିସ୍ଥିତିର ପ୍ରତୀକ ଥିଲେ। ତେବେ ଜାଣିଶୁଣି ଉକ୍ତ ଗୃହପାଳିତ ପଶୁମାନଙ୍କୁ ଆମେ ଶୀତ, କାକର, ବର୍ଷା ଏବଂ ଖରାରେ ଛାଡ଼ିଦେବା ସହିତ ଟ୍ରାଫିକ୍‌ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେବା କ’ଣ ମଣିଷପଣିଆ?
ନିକଟରେ ହାତୀମାନଙ୍କ ଦାଉରୁ ଲୋକମାନେ ନିଜକୁ ରକ୍ଷା କରିବା ପାଇଁ ଖାଦ୍ୟରେ ବିସ୍ଫୋରକ ରଖିଦେବା ଫଳରେ ହାତୀ ତା’ର ଶୁଣ୍ଢ ଦ୍ୱାରା ଖାଦ୍ୟ ଖାଇବା ଆରମ୍ଭ କରୁକରୁ ମୃତ୍ୟୁବରଣ କରିବା କଥାକୁ ନେଇ ଅନେକ ଆଲୋଚନା ଚାଲିଛି। ଜୈବ ବିବିଧତାର ସୁରକ୍ଷା ପାଇଁ ଆମେ ଅଣ୍ଟା ଭିଡ଼ୁଥିବାବେଳେ ଏ ପ୍ରକାର ଅମାନବୀୟ କାର୍ଯ୍ୟକଳାପ ମଣିଷପଣିଆର ପରିପନ୍ଥୀ ନୁହେଁ କି? ଅନେକ ସମୟରେ ଦେଖାଯାଉଛି, ବିଭିନ୍ନ ବଣ୍ୟପ୍ରାଣୀଙ୍କ ଦାଉରୁ ରକ୍ଷା ପାଇବା ତଥା ପଶୁ ଶିକାର ପାଇଁ ବିଦ୍ୟୁତ ସଂଯୁକ୍ତ ହୋଇଥିବା ତାରବାଡ଼ ସଂସ୍ପର୍ଶରେ ଆସିବା ଯୋଗୁ ସାଧାରଣ ଜନତାଙ୍କର ମୃତ୍ୟୁ ଘଟୁଛି। ଏଥିପାଇଁ ଆମେ କାହାକୁ ଦାୟୀ କରିବା? ଆମ ବିପର୍ଯ୍ୟସ୍ତ ଆଇନ ଓ ଦଣ୍ଡ ବ୍ୟବସ୍ଥା ନା ଆମର ମଣିଷପଣିଆ? ସୂକ୍ଷ୍ମ ରୂପରେ ଦେଖିବାକୁ ଗଲେ ଅନ୍ୟ ସମସ୍ତ ପଶୁ ଓ ପକ୍ଷୀମାନଙ୍କ ଅପେକ୍ଷା ମଣିଷ ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭରଶୀଳ। କାରଣ ତା’ର ଚାହିଦା ଅନେକ। ସିଏ କେବଳ ବଞ୍ଚତ୍ବା କଥା ଚିନ୍ତା ନ କରି ବିକାଶର କଥା ଭାବେ। ଆଉ ଏହି ବିକାଶ କଥା ଚିନ୍ତା କଲାବେଳେ ସିଏ ଅନ୍ୟମାନଙ୍କ ବିନାଶ କଥା ପ୍ରତି ଆଖି ବୁଜିଦିଏ। ସମୟକ୍ରମେ ଏହି ବିନାଶ ପ୍ରକ୍ରିୟାରେ ନିଜକୁ ମଧ୍ୟ ସାମିଲ କରିଦେଇଥାଏ। ଯେଉଁ ପଶୁ-ପକ୍ଷୀ, ନଦୀ-ନାଳ, ବୃକ୍ଷ-ଲତାଗୁଡ଼ିକୁ ଗୁରୁତ୍ୱ ଦେଇ ସେମାନଙ୍କୁ ପୂଜା କରିବା ପାଇଁ ବିଧାନ ରଚିଥିବା ମଣିଷ ଅନ୍ୟ କେଉଁ ଆଳ ଦେଖାଇ ସେମାନଙ୍କୁ ସମୂଳେ ବିନାଶ କରିବା ପାଇଁ ଯୁକ୍ତି ଖୋଜି କହେ ‘ଯେ ହେଲା ପ୍ରାଣର ବଇରୀ, ଗୁରୁ ବ୍ରାହ୍ମଣ ହେଲେ ମାରି’। ଏଠାରେ ଯେଉଁ ବଇରୀ କଥା କୁହାଯାଇଛି ତାହା କ’ଣ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ? ଖୁବ୍‌ କମ୍‌ କ୍ଷେତ୍ରରେ ପଶୁ-ପକ୍ଷୀମାନେ ନିଜ ତରଫରୁ ମଣିଷମାନଙ୍କ ପ୍ରତି ଶତ୍ରୁତା ଆଚରଣ କରିଥାଆନ୍ତି ବରଂ ମଣିଷ ନିଜର ସ୍ବାର୍ଥ ହାସଲ ନିମିତ୍ତ ସେମାନଙ୍କ ପ୍ରତି ଶତ୍ରୁତା ଆଚରଣ କରିଥାଏ। ନିଜର ସ୍ବାର୍ଥ ସରିଗଲେ ମଣିଷ ସେମାନଙ୍କୁ ବିନାଶ କରିବା ପାଇଁ ପଛଘୁଞ୍ଚା ଦେଇନଥାଏ।
ମହାକବି କାଳିଦାସଙ୍କ ସସେମିରା ଉପାଖ୍ୟାନ ଏଠାରେ ବେଶ୍‌ ପ୍ରଯୁଜ୍ୟ। ଭାଲୁଟିଏ ଗଛ ଉପରେ ମଣିଷ ସାଙ୍ଗରେ ବନ୍ଧୁ ବାନ୍ଧି ତା’ର ଜୀବନ ସୁରକ୍ଷା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ମଧ୍ୟ ମଣିଷ କିନ୍ତୁ ତା’ ପ୍ରତି ଶତ୍ରୁ ଆଚରଣ କରିଥିଲା। ପଶୁର ହୃଦୟ ଆଗରେ ମାନବିକତା ତୁଚ୍ଛ ମନେହେଲା। ତେଣୁ ମଣିଷର ସଂଜ୍ଞା କ’ଣ, ତା’ର ଗୁଣ କ’ଣ ସେକଥା ଚିନ୍ତା କରିବା କିମ୍ବା ସ୍ଥିର କରିବା ଏକ କଷ୍ଟକର ବ୍ୟାପାର। କାରଣ ଅନ୍ୟ ସମସ୍ତ ପ୍ରାଣୀ, ଜୀବ, ଜନ୍ତୁ, ଗଛ ସମସ୍ତଙ୍କର ଅଳ୍ପ ବହୁତେ ସମାନ ଗୁଣ ରହିଛି ଏବଂ ଖୁବ୍‌ କମ୍‌ମାତ୍ରାରେ ପରିବର୍ତ୍ତନଶୀଳ। କିନ୍ତୁ ସର୍ବଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷର ଗୁଣ, କର୍ମ ସବୁ ସମୟରେ ପରିବର୍ତ୍ତନଶୀଳ, ଯାହାକୁ ବୁଝିବା କିମ୍ବା ବୁଝାଇବା ବଡ଼ କଷ୍ଟକର ବ୍ୟାପାର। ସେଥିପାଇଁ ଲୋକମାନେ ଶାସକମାନଙ୍କ ଦ୍ୱାରା ଅତ୍ୟାଚାରିତ ଏବଂ ଅସମ୍ମାନିତ ହେବାର ଅନେକ ଉଦାହରଣ ରହିଛି। ଯେଉଁମାନେ ମଣିଷମାନଙ୍କୁ ବୁଝି ବା ବୁଝାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରୟାସ କରିଥାଆନ୍ତି, ସେମାନଙ୍କୁ ଆମେ ମହାମାନବ ବୋଲି ସମ୍ମାନ କରିଥାଉ। ସେମାନଙ୍କ ମତରେ ମଣିଷ କେବଳ ନିଜ ପାଇଁ ବଞ୍ଚେ ନାହିଁ ବରଂ ଅନ୍ୟମାନଙ୍କ ପାଇଁ ବଞ୍ଚତ୍ଥାଏର ଆଦର୍ଶକୁ କେବଳ କହିବା ସହଜ, କିନ୍ତୁ କାମରେ ଦେଖାଇବା କଷ୍ଟକର ହୋଇପାରେ; କିନ୍ତୁ ଅସମ୍ଭବ ନୁହେଁ। ଏହି ଉକ୍ତିଟି ସ୍ବତଃ ପ୍ରଶ୍ନ କରେ ଆମେ କ’ଣ ସତରେ ମଣିଷ!

ଡ. ସୀତାକାନ୍ତ ତ୍ରିପାଠୀ
ଅର୍ଣ୍ଣପାଳ, ଭଦ୍ରକ
ମୋ: ୯୭୭୮୭୬୪୩୯୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri