ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା କପଡ଼ା ବାନ୍ଧି ବୁଲୁଛନ୍ତି। ଏପରିକି ରବିବାର କେତେଜଣ ଦୁର୍ଗନ୍ଧ ଯୋଗୁ ବାନ୍ତି କରି ଅଠରବାଙ୍କି ବିଜୁ ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଗ୍ୟାସ୍‌ର ପ୍ରଭାବ ବାଲିଝରା, ବାଉରିଆପାଳନ୍ଦା, ରଙ୍ଗିଆଗଡ଼, ନିମିଢ଼ି, ରାମଚଣ୍ଡୀପଡ଼ା, ପାରାଦୀପଗଡ଼, ଅଠରବାଙ୍କି, ଲକପଡା ଆଦି ଅଞ୍ଚଳରେ ଅଧିକ ମାତ୍ରାରେ ହେଉଛି। ଏହାର ପ୍ରଭାବରେ ଗଛଗୁଡ଼ିକ ମଧ୍ୟ ପୋଡ଼ିଯାଉଛି। ଏହି ଦୁର୍ଗନ୍ଧ ପିପିଏଲ୍‌ ସାର କାରଖାନାରୁ ନିର୍ଗତ ହେଉଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ବାଉରିଆପାଳନ୍ଦା ବସ୍ତିର ଜ୍ୟୋତିକାନ୍ତ ମଲ୍ଲିକ କୁହନ୍ତି, ରାତି ୮ଟା ପରଠାରୁ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହେଉଛି। ଏଥିଯୋଗୁ ଆଖି ପୋଡ଼ିବା ସହ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି। ଏବେ ଶୀତ କାକର ଯୋଗୁ ଗ୍ୟାସ ଗନ୍ଧ ଅଧିକ ସମୟ ରହୁଛି। ଏପରି ଦୁର୍ଗନ୍ଧ ଗତ ସପ୍ତାହ ହେବ ହେଉଛି ବୋଲି ଲକ୍‌ପଡା ବାସିନ୍ଦା ଦେବ ମଣ୍ଡଳ କୁହନ୍ତି। ଶୀତ ଯୋଗୁ ପବନର ଗତି ଏବେ ଶିଥିଳ ଅବସ୍ଥାରେ ଅଛି। ଏହି ସମୟରେ ରାସାୟନିକ କାରଖାନାରୁ ବାହାରୁଥିବା ଗ୍ୟାସ ଅଧିକ ଯନ୍ତ୍ରଣା ଦେଉଛି ବୋଲି ଦେବ କୁହନ୍ତି। ଏପରିକି ସେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜନଗର ବନଖଣ୍ଡ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ପିପିଏଲ୍‌ କର୍ପୋରେଟ ଆଫେୟାର୍ସ ମୁଖ୍ୟ ବିଭୁଦତ୍ତ ପାଣିଗ୍ରାହୀ କୁହନ୍ତି, ଏବେ ଅଭିଯୋଗ ଶୁଣିବାକୁ ପାଇଛୁ। କମ୍ପାନୀ ମ୍ୟାନେଜ୍‌ମେଣ୍ଟ ସହ ଆଲୋଚନା କରି ଏହାର ନିରାକରଣ ବ୍ୟବସ୍ଥା ଯଥାଶୀଘ୍ର କରିବାକୁ ଚେଷ୍ଟା କରୁଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ପୁଷ୍କରଚନ୍ଦ୍ର ବେହେରାଙ୍କୁ ପଚାରିଲେ କୁହନ୍ତି, ସେ ଏବେ (ରାତି ୧୦ଟା ୩୦) ଘଟଣାସ୍ଥଳରେ ପହଞ୍ଚତ୍ ଯାଞ୍ଚ କରିଛନ୍ତି। ଏଥିସହ ମେଡିକାଲରେ ଥିବା ଲୋକଙ୍କ ସହ ଆଲୋଚନା କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri