ବିବାହ ପରେ ସ୍ବାମୀଙ୍କ ବିଷୟରେ ଏମିତିି କହିଥିଲେ ମୁକେଶ ଅମ୍ବାନୀଙ୍କ ଝିଅ ଈଶା

ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଥିବା ମୁକେଶ ଅମ୍ବାନୀଙ୍କ ଝିଅ ହେଉଛନ୍ତି ଈଶା ଅମ୍ବାନୀ। ଈଶାଙ୍କ ବିବାହ ୧୨ ଡିସେମ୍ବର ୨୦୧୮ରେ ପିରାମଲ ଗ୍ରୁପ୍‌ର ଆନନ୍ଦ ପିରାମିଲଙ୍କ ସହ ହୋଇଥିଲା। ସମଗ୍ର ବିଶ୍ୱର ବହୁ ବଡ଼ ବଡ଼ ବ୍ୟକ୍ତି ଏହି ବିବାହରେ ସାମିଲ ହୋଇଥିଲେ। ବଲିଉଡ୍‌ ସହ ହଲିଉଡ୍‌ କଳାକାର ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ବିବାହର ଅଳ୍ପ କିଛି ମାସ ପରେ ଈଶା ସ୍ବାମୀ ଆନନ୍ଦଙ୍କ ବିଷୟରେ କିଛି ରାଜ୍‌ ଖୋଲିଛନ୍ତି।


ଏକ ସାକ୍ଷାତକାରେ ଇଶା ବିବାହ ପରେ ତାଙ୍କ ଜୀବନ କିପରି ଚାଲିଛି ସେ ନେଇ କହିଥିଲେ। ଏହି ଅବସରରେ ସେ ସ୍ବାମୀ ଆନନ୍ଦଙ୍କ ବିଷୟରେ ମଧ୍ୟ କିଛି କହିଥିଲେ। ଈଶା କହିଥିଲେ, ତାଙ୍କର ଏବଂ ସ୍ବାମୀ ଆନନ୍ଦଙ୍କ ସ୍ବଭାବ ଭିନ୍ନ ପ୍ରକାରର। ଆନନ୍ଦ ନିଜର ଅଧିକାଂଶ ସମୟ କାମ କରିବାରେ ବିତାଇଥାନ୍ତି। କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ପସନ୍ଦ କରନ୍ତି ନାହିଁ। କିନ୍ତୁ ଇଶା କାମ ସହ ସମାରୋହରେ ଯୋଗ ଦେବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଉଭୟ ଖାଇବା ପ୍ରେମୀ ବୋଲି ଇଶା କହିଥିଲେ। ସମୟ ମିଳିଲେ ସେମାନେ ବାହାରକୁ ଖାଇବା ପାଇଁ ଯାଇଥାନ୍ତି। ଇଶା ତାଙ୍କ ବିବାହ ଦିନକୁ ଖୁବ୍‌ ଉପଭୋଗ କରିଥିଲେ ବୋଲି କହଥିଲେ। ସେ ତାଙ୍କ ବନ୍ଧୁଙ୍କ ସହ ନୃତ୍ୟ ମଧ୍ୟ କରିଥିଲେ। ଆନନ୍ଦ ନୃତ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ମୋ ଖୁସି ପାଇଁ ସେ ନୃତ୍ୟ କରିଥିଲେ ବୋଲି ଈଶା କହିଥିଲେ। ଉଭୟ ପରିବାରର ଖୁବ୍‌ ନିକଟତର ତେଣୁ ସେମାନେ ଅଧିକାଂଶ ସମୟ ପରିବାର ସହ ବିତାଉବାକୁ ଭଲ ପାଆନ୍ତି। ଆନନ୍ଦଙ୍କ ବ୍ୟବହାର ଇଶାଙ୍କ ସହ ଜଣେ ବନ୍ଧୁ ପରି ବୋଲି ସେ କହିଥିଲେ। ଆନନ୍ଦଙ୍କର କୌଣସି ପ୍ରକାରର ଖରାପ ଅଭ୍ୟାସ ନାହିଁ। ତାଙ୍କ ସହ ବିବାହ ହୋଇଥିବାରୁ ମା’ ନୀତା ଅମ୍ବାନୀ ବହୁତ ଖୁସି ବୋଲି ଇଶା କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri