ବିବାହ ପରେ ସ୍ବାମୀଙ୍କ ବିଷୟରେ ଏମିତିି କହିଥିଲେ ମୁକେଶ ଅମ୍ବାନୀଙ୍କ ଝିଅ ଈଶା

ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଥିବା ମୁକେଶ ଅମ୍ବାନୀଙ୍କ ଝିଅ ହେଉଛନ୍ତି ଈଶା ଅମ୍ବାନୀ। ଈଶାଙ୍କ ବିବାହ ୧୨ ଡିସେମ୍ବର ୨୦୧୮ରେ ପିରାମଲ ଗ୍ରୁପ୍‌ର ଆନନ୍ଦ ପିରାମିଲଙ୍କ ସହ ହୋଇଥିଲା। ସମଗ୍ର ବିଶ୍ୱର ବହୁ ବଡ଼ ବଡ଼ ବ୍ୟକ୍ତି ଏହି ବିବାହରେ ସାମିଲ ହୋଇଥିଲେ। ବଲିଉଡ୍‌ ସହ ହଲିଉଡ୍‌ କଳାକାର ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ବିବାହର ଅଳ୍ପ କିଛି ମାସ ପରେ ଈଶା ସ୍ବାମୀ ଆନନ୍ଦଙ୍କ ବିଷୟରେ କିଛି ରାଜ୍‌ ଖୋଲିଛନ୍ତି।


ଏକ ସାକ୍ଷାତକାରେ ଇଶା ବିବାହ ପରେ ତାଙ୍କ ଜୀବନ କିପରି ଚାଲିଛି ସେ ନେଇ କହିଥିଲେ। ଏହି ଅବସରରେ ସେ ସ୍ବାମୀ ଆନନ୍ଦଙ୍କ ବିଷୟରେ ମଧ୍ୟ କିଛି କହିଥିଲେ। ଈଶା କହିଥିଲେ, ତାଙ୍କର ଏବଂ ସ୍ବାମୀ ଆନନ୍ଦଙ୍କ ସ୍ବଭାବ ଭିନ୍ନ ପ୍ରକାରର। ଆନନ୍ଦ ନିଜର ଅଧିକାଂଶ ସମୟ କାମ କରିବାରେ ବିତାଇଥାନ୍ତି। କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ପସନ୍ଦ କରନ୍ତି ନାହିଁ। କିନ୍ତୁ ଇଶା କାମ ସହ ସମାରୋହରେ ଯୋଗ ଦେବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଉଭୟ ଖାଇବା ପ୍ରେମୀ ବୋଲି ଇଶା କହିଥିଲେ। ସମୟ ମିଳିଲେ ସେମାନେ ବାହାରକୁ ଖାଇବା ପାଇଁ ଯାଇଥାନ୍ତି। ଇଶା ତାଙ୍କ ବିବାହ ଦିନକୁ ଖୁବ୍‌ ଉପଭୋଗ କରିଥିଲେ ବୋଲି କହଥିଲେ। ସେ ତାଙ୍କ ବନ୍ଧୁଙ୍କ ସହ ନୃତ୍ୟ ମଧ୍ୟ କରିଥିଲେ। ଆନନ୍ଦ ନୃତ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ମୋ ଖୁସି ପାଇଁ ସେ ନୃତ୍ୟ କରିଥିଲେ ବୋଲି ଈଶା କହିଥିଲେ। ଉଭୟ ପରିବାରର ଖୁବ୍‌ ନିକଟତର ତେଣୁ ସେମାନେ ଅଧିକାଂଶ ସମୟ ପରିବାର ସହ ବିତାଉବାକୁ ଭଲ ପାଆନ୍ତି। ଆନନ୍ଦଙ୍କ ବ୍ୟବହାର ଇଶାଙ୍କ ସହ ଜଣେ ବନ୍ଧୁ ପରି ବୋଲି ସେ କହିଥିଲେ। ଆନନ୍ଦଙ୍କର କୌଣସି ପ୍ରକାରର ଖରାପ ଅଭ୍ୟାସ ନାହିଁ। ତାଙ୍କ ସହ ବିବାହ ହୋଇଥିବାରୁ ମା’ ନୀତା ଅମ୍ବାନୀ ବହୁତ ଖୁସି ବୋଲି ଇଶା କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?