ବାରମ୍ବାର ହାତ ଧୋଇବା ପରେ ବି ମନରୁ ଯାଉନି କରୋନା ଭୂତାଣୁ ଭୟ, ହୋଇପାରେ ଏହି ରୋଗର ଲକ୍ଷଣ..

ମହାମାରୀ କରୋନା କବଳରେ ସାରା ବିଶ୍ୱ। ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏଭଳି ସ୍ଥିତିରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅଥବା ଡାକ୍ତରମାନେ ରୋଗରୁ ରକ୍ଷା ପାଇବା ଲାଗି ଲୋକମାନଙ୍କୁ ବିଭିନ୍ନ ପରାମର୍ଶ ଦେଉଛନ୍ତି। ଯେପରିକି ମାସ୍କର ବ୍ୟବହାର, ବାରମ୍ବାର ହାତ ଧୋଇବା ଏବଂ ସାମାଜିକ ଦୂରତା ନିୟମ ପାଳନ ଆଦି। ଲୋକମାନେ ମଧ୍ୟ ସମସ୍ତ ରାସ୍ତା ଆପଣାଉଛନ୍ତି। ହେଲେ ଯଦି ଏହି ଅଭ୍ୟାସ ବାରମ୍ବାର ଆପଣଙ୍କ ମନକୁ ଆସୁଛି, ଅର୍ଥାତ ବାରମ୍ବାର ହାତ ଧୋଇବାକୁ ଇଚ୍ଛା ହେଉଛି। ଏହାଛଡ଼ା ସବୁ ଜିନିଷରେ ଭାଇରସ ଥିବା ମନେ ହେଉଛି ତେବେ ଏହା କରୋନାଠାରୁ ବଡ ସମସ୍ୟା ହୋଇପାରେ। ଏଥିପାଇଁ ଆପଣଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କୁ ଭେଟିବା ଆବଶ୍ୟକ। ତେବେ ଏହା ପୂର୍ବରୁ ସବିଶେଷ ଜାଣି ରଖନ୍ତୁ ଏବଂ ନିଜର ବ୍ୟବହାରକୁ ପରଖନ୍ତୁ..

ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହ୍ୟୁମାନ୍‌ ବିହେଭିଅର୍‌ ଆଣ୍ଡ ଆଲାଏଡ୍‌ ସାଇନ୍ସେସର ପ୍ରଫେସର କୁହନ୍ତି, କରୋନା କିଛି ଲୋକଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି କରିଛି। ହେଲେ ଏହା ବେଶି ଚିନ୍ତାଜନକ ନୁହେଁ। କାରଣ ଏହା ଜଣାଶୁଣା ଭୟ। ଯେଉଁଥିରେ ଆମେ ଜାଣୁ ଯେ ହାତ ଧୋଇବା ଆବଶ୍ୟକ। ନଚେତ ଆମକୁ କରୋନା ସଂକ୍ରମଣ ହୋଇପାରେ। ହେଲେ ଯଦି ଏହି ଡର ବ୍ୟକ୍ତିର ନିୟନ୍ତ୍ରଣରେ ରୁହେନାହିଁ ତେବେ ଜଣେ ହାତ ଧୋଇବା ପରେ ମଧ୍ୟ ବାମ୍ବାର ହତ ଧୋଇବାକୁ ଇଚ୍ଛା ହୋଇଥାଏ। ଏହା ଓସିଡି ଅର୍ଥାତ ଅବ୍‌ସେସିଭ୍‌ କପଲ୍ସିଭ୍‌ ଡିସ୍‌ଅର୍ଡରର ଲକ୍ଷଣ। ତେବେ ଯେଉଁ ଲୋକଙ୍କ ମନରେ ପୂର୍ବରୁ ଏହି ସମସ୍ୟା ରହିଥିଲା ସେମାନଙ୍କଠାରେ କରୋନା ଆସିବା ପରେ ଏହା ଆହୁରୀ ବଢ଼ି ଯାଇଛି।

କ’ଣ ଏହି ଓସିଡି:
ମାନବ ମସ୍ତିଷ୍କ ମଧ୍ୟରେ ସାଇରୋଟୋନିନ୍‌ ନାମକ ଏକ ରାସାୟନିକ ପଦାର୍ଥ ରହିଛି। ଯେତେବେଳେ ଏହା ମସ୍ତିସ୍କରେ କମିଯାଏ, ସେତେବେଳେ ଲୋକମାନଙ୍କର ଅନେକ ଆଚରଣଗତ ସମସ୍ୟା ଏବଂ ମାନସିକ ସମସ୍ୟା ବଢ଼ିଥାଏ। ଏପରିକି ସେମାନଙ୍କ ମଧ୍ୟରେ ଭୟ ଏତେ ବଢ଼ିବାକୁ ଲାଗେ ଯେ ଧିରେ ଧିରେ ଏହା ଅବସାଦରେ ପରିଣତ ହୋଇଥାଏ। ପ୍ରାୟତଃ ଏହି କାର୍ଯ୍ୟ ମଧ୍ୟ ମନର ନିୟନ୍ତ୍ରଣ ବାହାରେ। ପରିଷ୍କାର ପରିଚ୍ଛନ୍ନତା ଏବଂ ବାରମ୍ବାର ହାତ ଧୋଇବା ଭଳି ସମସ୍ୟା ଏଥିରେ ରହିଛି।
ସେହିଭଳି କୌଣସି ଭୂତାଣୁ, ଜୀବାଣୁ ସଂକ୍ରମଣର ଭୟ ଡାକ୍ତରୀ ବିଜ୍ଞାନରେ ଜର୍ମୋଫୋବିୟା ଶ୍ରେଣୀରେ ଆସିଥାଏ। ଏହାଦ୍ୱାରା ପ୍ରଭାବିତ ଲୋକମାନେ କୌଣସି ଜୀବାଣୁ ଅଥବା ବ୍ୟାକ୍ଟେରିଆକୁ ଭୟ କରନ୍ତି। ପ୍ରାୟତଃ ଚିକିତ୍ସା କିମ୍ବା ଥେରାପି ଅଭାବ ଯୋଗୁ ଏହି ଭୟ ବେଳେବେଳେ ଓସିଡିରେ ପରିବର୍ତ୍ତନ ହୋଇଯାଏ।

ଡାକ୍ତର କୁହନ୍ତି ଆମକୁ ଏଭଳି ମାନସିକ ସମସ୍ୟାକୁ ଅତି ସହଜରେ ଗ୍ରହଣ କରିବା ଉଚିତ ନୁହେଁ। ଯଦି କୌଣସି ବ୍ୟକ୍ତି ତାର ଗୋଟିଏ କାର୍ଯ୍ୟକଳାପ ନଚେତ ପରିଷ୍କାର ପରିଚ୍ଛନ୍ନତା ଆଦିକୁ ବିଶେଷ ଭାବେ ଅନୁସରଣ କରିବା ଆରମ୍ଭ କରେ, ତେବେ ଏହା ତାଙ୍କ ପାଇଁ ସାଂଘାତିକ ହୋଇଥାଏ। ଯେପରିକି ସେମାନେ କରୁଥିବା କାମ ଛାଡ଼ି ବାରମ୍ବାର ହାତ ଧୋଇବା, ଥଣ୍ଡା ଦିନରେ ଶିଶୁଙ୍କୁ ବାରମ୍ବାର ଗାଧୋଇ ଦେବା, ଘରର କାନ୍ଥକୁ ସବୁଦିନ ଧୋଇବା ଆଦି ଦୈନନ୍ଦିନ ଜୀବନର ଅଂଶବିଶେଷ ପାଲଟୁଛି। ଆମକୁ ସତର୍କ ରହିବା ଉଚିତ।

ଏହାର ଚିକିତ୍ସା ସମ୍ଭବ:
ଡାକ୍ତରଙ୍କ ମତରେ ଏହାର ଚିକିତ୍ସା ସମ୍ଭବ। ଯଦି ଜଣେ ରୋଗୀ ଓସିଡି ଲକ୍ଷଣ ଅନୁଭବ କରୁଛନ୍ତି ତେବେ ସେଗୁଡ଼ିକ ଔଷଧ ଦ୍ୱାରା ଆରୋଗ୍ୟ ହୋଇପାରିବ। ଏହାବ୍ୟତିତ ପରାମର୍ଶ ଓ ଆଚରଣ ଥେରାପିର ଚିକିତ୍ସା କରାଯାଇପାରିବ। ବାରମ୍ବାର ଇଚ୍ଛା ହେଉଥିବା କାମର ଅଭ୍ୟାସକୁ କରିବାକୁ ବାରଣ କରାଯାଇଛି। ଫଳରେ ରୋଗୀ ଭଲ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri