‘୮୬ ୪୭’କୁ ନେଇ ଆମେରିକାରେ ହଇଚଇ: ଟ୍ରମ୍ପ୍‌ଙ୍କ ପ୍ରତି ବଢୁଛି ବିପଦ

ଓ୍ବାଶିଂଟନ୍‌, ୧୭।୫: ଆମେରିକାର ଘରୋଇ ଗୋଇନ୍ଦା ଏବଂ ସୁରକ୍ଷା ସେବା ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ)ର ପୂର୍ବତନ ଡାଇରେକ୍ଟର ଜେମ୍ସ କୋମେଙ୍କ ଏକ ରହସ୍ୟମୟ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ନେଇ ବିବାଦ ଦେଖାଦେଇଛି। ଏକ ସମୁଦ୍ର ବେଳାଭୂମିରେ ‘୮୬ ୪୭’ ଲେଖାଯାଇଥିବା ସଂଖ୍ୟାର ଫଟୋକୁ କୋମେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ପୋଷ୍ଟ’ର କ୍ୟାପ୍‌ଶନ୍‌ରେ ସେ ଲେଖିଥିଲେ, ସମୁଦ୍ର ବେଳାଭୂମିରେ ଚାଲିବା ସମୟରେ ଶାମୁକାରେ ତିଆରି ଏକ ମଜାଦାର ସଂଖ୍ୟା। ଏହି ପୋଷ୍ଟ ଖୁବ୍‌ଶୀଘ୍ର ଭାଇରାଲ ହୋଇଥିଲା। ଟ୍ରମ୍ପ୍‌ ରାଷ୍ଟ୍ରପତି ଭାବେ ନିଜ ପ୍ରଥମ କାର୍ଯ୍ୟକାଳରେ କୋମେଙ୍କୁ ଏଫ୍‌ବିଆଇ ଡାଇରେକ୍ଟର ପଦରୁ ବହିଷ୍କାର କରିଥିଲେ। ତେଣୁ କୋମେ ଏପରି ରହସ୍ୟଜନକ ପୋଷ୍ଟ ମାଧ୍ୟମରେ ଟ୍ରମ୍ପ୍‌ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ଆଣି ଏହାର ତଦନ୍ତ ପାଇଁ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଦାବି କରିଛନ୍ତି। ଟ୍ରମ୍ପ୍‌ଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୟୁଏସ୍‌ ସିକ୍ରେଟ ସର୍ଭିସ୍‌ ପକ୍ଷରୁ କୋମେଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଛି। ଘଟଣାକୁ ନେଇ ବିବାଦ ବଢ଼ିବା ପରେ କୋମେ ନିଜର ଏହି ପୋଷ୍ଟକୁ ଡିଲିଟ୍‌ କରିଦେଇଛନ୍ତି।
ସାଧାରଣତଃ ଆମେରିକାରେ ୮୬ ଶବ୍ଦର ବ୍ୟବହାର କୌଣସି ବ୍ୟକ୍ତିଙ୍କୁ ତାଙ୍କ ପଦରୁ ବିତାଡ଼ିତ କରିବା କିମ୍ବା ହତ୍ୟା କରିବା ପାଇଁ କରାଯାଇଥାଏ। ସେହିପରି ଟ୍ରମ୍ପ୍‌ ହେଉଛନ୍ତି ଆମେରିକାର ୪୭ତମ ରାଷ୍ଟ୍ରପତି। ତେଣୁ ଏହି ରହସ୍ୟଜନକ ‘୮୬ ୪୭’ ପୋଷ୍ଟ ଟ୍ରମ୍ପ୍‌ଙ୍କୁ ଗାଦିଚ୍ୟୁତ କରିବା କିମ୍ବା ତାଙ୍କୁ ହତ୍ୟା ପାଇଁ କୌଣସି ଷଡ଼ଯନ୍ତ୍ରକୁ ଦର୍ଶାଉଥିବା ନେଇ ସର୍ବପ୍ରଥମେ ଟ୍ରମ୍ପ୍‌ଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର କହିଥିଲେ। ଟ୍ରମ୍ପ୍‌ଙ୍କୁ ହତ୍ୟା ପାଇଁ ଧମକ ଦିଆଯାଇଥିବା ଦର୍ଶାଇ ଏହି ପୋଷ୍ଟ’ର ତଦନ୍ତ ପାଇଁ ଟ୍ରମ୍ପ୍‌ଙ୍କ ଅନେକ ସମର୍ଥକ ତଥା ରିପବ୍ଲିକାନ ପାର୍ଟିର ନେତାମାନେ ସୋସିଆଲ ମିଡିଆରେ ଦାବି କରିଛନ୍ତି। ଘଟଣାକୁ ନେଇ ୟୁଏସ୍‌ ସିକ୍ରେଟ ସର୍ଭିସ୍‌ ପକ୍ଷରୁ କୁହାଯାଇଛି, କୋମେଙ୍କ ଦ୍ୱାରା କରାଯାଇଥିବା ପୋଷ୍ଟ ସମ୍ପର୍କରେ ଅବଗତ ରହିଛୁ। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସୁରକ୍ଷାକୁ ଚ୍ୟାଲେଞ୍ଜ କରୁଥିବା ଏହି ପୋଷ୍ଟକୁ ଗମ୍ଭୀରତାର ସହ ନିଆଯାଇ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଏହି ପୋଷ୍ଟକୁ ନେଇ ବିବାଦ ବଢ଼ିବା ପରେ କୋମେ କହିଛନ୍ତି, ବେଳାଭୂମିରେ ବୁଲୁଥିବା ସମୟରେ ସେଠାରେ ସଂଖ୍ୟା ଆକାରରେ ପଡ଼ିଥିବା କିଛି ଶାମୁକାର ଫଟୋ ନେଇ ସେ ଏହାକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ତେବେ ଏହି ପୋଷ୍ଟକୁ ଟ୍ରମ୍ପ୍‌ଙ୍କ ହତ୍ୟାର ଷଡ଼ଯନ୍ତ୍ର ଭାବେ ଦେଖାଯିବ ବୋଲି ସେ କେବେ ମଧ୍ୟ ଭାବି ନ ଥିଲେ। ସେ କୌଣସି ପ୍ରକାର ହିଂସାକୁ ସମର୍ଥନ କରନ୍ତି ନାହିଁ। ତେଣୁ ଏହି ପୋଷ୍ଟକୁ ସେ ହଟାଇ ଦେଇଥିବା କୋମେ କହିଛନ୍ତି। ହ୍ବାଇଟ ହାଉସ୍‌ର ଡେପୁଟି ଚିଫ୍‌ ଅଫ୍‌ ଷ୍ଟାଫ୍‌ ଟେଲର ବୁଡୋଓ୍ବିଚ୍‌ କହିଛନ୍ତି, ଟ୍ରମ୍ପ୍‌ଙ୍କ ରାଷ୍ଟ୍ରପତିତ୍ୱ ଅନେକ ବ୍ୟକ୍ତିଙ୍କୁ ହତାଶ କରି ରଖିଛି। ରାଷ୍ଟ୍ରପତି ଟ୍ରମ୍ପ୍‌ ମଧ୍ୟପ୍ରାଚ୍ୟ ଗସ୍ତରେ ଥିବାବେଳେ ପୂର୍ବତନ ଏଫ୍‌ବିଆଇ ଡାଇରେକ୍ଟରଙ୍କ ଏପରି ପୋଷ୍ଟ ନିଶ୍ଚିତ ଭାବେ ରାଷ୍ଟ୍ରପତିଙ୍କ ଉପରେ ଆକ୍ରମଣ ପାଇଁ ଏକ ବାର୍ତ୍ତା ଭାବେ ଧରାଯିବ। ଦେଶର ନ୍ୟାଶ୍‌ନାଲ ଇଣ୍ଟେଲିଜେନ୍ସର ଡାଇରେକ୍ଟର ତୁଲସୀ ଗବ୍ବାର୍ଡ କହିଛନ୍ତି, ଏହି ରହସ୍ୟଜନକ ପୋଷ୍ଟକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ପୂର୍ବରୁ ୨ ଥର ହତ୍ୟା ଉଦ୍ୟମ ହୋଇସାରିଛି। ତେଣୁ ଏହି ପୋଷ୍ଟର ବିପଜ୍ଜନକ ପ୍ରଭାବକୁ ନେଇ ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri