Posted inଜାତୀୟ

ଭାରତୀୟ ଯବାନମାନେ ଆତଙ୍କବାଦୀଙ୍କୁ ମାରିବା ପରେ ସେମାନଙ୍କ ମୃତଦେହକୁ କ’ଣ କରନ୍ତି? ସର୍ବସାଧାରଣ ସ୍ଥାନରେ…

ନୂଆଦିଲ୍ଲୀ,୧୨।୯: ଭାରତର ପ୍ରତିରକ୍ଷାରେ ନିୟୋଜିତ ଭାରତୀୟ ଯବାନମାନେ ସୀମା ଇଲାକାରେ କଡ଼ା ନଜର ରଖିଥାନ୍ତି। ଯେମିତି କୌଣସି ଅନୁପ୍ରବେଶକାରୀ କିମ୍ବା ଆତଙ୍କବାଦୀ ଦେଶ ଭିତରକୁ ପଶି ପାରିବେନି। ତେବେ ଧରାପଡିବା ପରେ ଯବାନମାନେ ସେମାନଙ୍କୁ ସିଧା ଆଟାକ୍‌ କରି ନିପାତ କରିଥାନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କ ମୃତଦେହ ସହିତ କଣ କରାଯାଏ ତାହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଅଟେ। ଏହି ପ୍ରସଙ୍ଗ କେବଳ ମାନବିକ ଦୃଷ୍ଟିକୋଣରୁ ନୁହେଁ ବରଂ ଆଇନଗତ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ହତ୍ୟା କରାଯାଇଥିବା ଆତଙ୍କବାଦୀଙ୍କ ମୃତଦେହ ସହିତ ସେନା କଣ କରେ? ଜାଣନ୍ତୁ ସେ ସମ୍ପର୍କରେ…

ଯେତେବେଳେ ସେନା ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରେ, ପ୍ରଥମେ ସେହି ମୃତଦେହର ମେଡିକାଲ ଏବଂ ପରିଚୟ ଯାଞ୍ଚ ପାଇଁ ନିଆଯାଏ। ଶରୀରକୁ ଚିହ୍ନିବା ଏବଂ ସିଏ ଆତଙ୍କବାଦୀ ବୋଲି ନିଶ୍ଚିତ କରିବା ପାଇଁ ପୋଷ୍ଟମର୍ଟମ ଏବଂ ଡିଏନଏ ପରୀକ୍ଷା କରାଯାଏ। ବେଳେବେଳେ, ସୁରକ୍ଷା କାରଣରୁ ଶରୀରକୁ ତୁରନ୍ତ ସେଠାରୁ ହଟାଇ ଦିଆଯାଏ ଯାହାଦ୍ୱାରା ଅନ୍ୟ ଆତଙ୍କବାଦୀ କିମ୍ବା ସେମାନଙ୍କ ସମର୍ଥକମାନେ ଏହାକୁ ଫେରାଇ ନେଇ ପାରିବେ ନାହିଁ।

ଯଦି ତାହା ଆତଙ୍କବାଦୀଙ୍କ ମୃତଦେହ ଚିହ୍ନଟ ହୁଏ ଏବଂ ତାଙ୍କ ପରିବାର କିମ୍ବା ସମ୍ପର୍କୀୟମାନେ ତାଙ୍କ ମୃତଦେହ ନେବାକୁ ପ୍ରସ୍ତୁତ, ତେବେ ତାଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥାଏ। ଏଥି ସହିତ, ଯଦି ମୃତଦେହ ନେବାକୁ କେହି ପ୍ରସ୍ତୁତ ନୁହଁନ୍ତି, ତେବେ ମୃତଦେହକୁ ସ୍ଥାନୀୟ ପ୍ରଶାସନ କିମ୍ବା ନ୍ୟାୟିକ ପ୍ରକ୍ରିୟା ଦ୍ୱାରା ମୃତଦେହ ସଂସ୍କାର କରାଯାଏ। ବେଳେବେଳେ ମୃତଦେହକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇ ପାରମ୍ପାରିକ ଉପାୟରେ ପୋତି ଦିଆଯାଇଥାଏ। ତେବେ କେତେକ ଦେଶରେ ଆତଙ୍କବାଦୀଙ୍କ ମୃତଦେହ ସର୍ବସାଧାରଣ ସ୍ଥାନରେ ପ୍ରଦର୍ଶିତ ହୁଏ ଯେଉଁଥିରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୁଏ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ଏକ ଦୃଢ ବାର୍ତ୍ତା ପଠାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍ରିୱାଲଙ୍କୁ ହତ୍ୟା ଧମକ: ଲରେନ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ୭ କୋଟି ଟଙ୍କା ଦାବି

ମୋହାଲି, ୧୨ା୧୧: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଜର୍ନେଲ ସିଂହଙ୍କ ଅଭିଯୋଗ ଆଧାରରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରିଛି। ଦଳର ନେତା…

ଘରେ ଭୟଙ୍କର ବିସ୍ଫୋରଣ, ୩ ଗୁରୁତର, କାରଣ ଖୋଜୁଛି ବମ୍‌ ସ୍କ୍ବାଡ

ଖଲ୍ଲିକୋଟ,୧୨ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ସହର ଅରବିନ୍ଦ ନଗର ଦ୍ୱିତୀୟ ଗଳିରେ ବୁଧବାର ବିଳମ୍ବିତ ରାତିରେ ଜଣଙ୍କ ଘର ଭିତରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି।…

ପରଷ୍ପରଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ପରଷ୍ପରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କେ.ନୂଆଗାଁ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦା ଗ୍ରାମର ସୀମାଞ୍ଚଳ ଦଳାଇ(୨୮), ଅଭି…

ଆତଙ୍କ ଖେଳାଇଲା ପିକଅପ୍‌ ଭ୍ୟାନ୍‌: ଦୁଇ ବାଇକ୍‌କୁ ଧକ୍କା ଦେଇ ଘର କାନ୍ଥ ଭାଙ୍ଗିଲା, ଆଉ ତା’ ପରେ…

ଭବାନୀପାଟଣା,୧୨।୧୧(ଉତ୍ତମ କୁମାର ଦାଶ): ଦ୍ରୁତ ଏବଂ ବେପରୁଆ ଗାଡ଼ି ଚାଳନାର କରୁଣ ପରିଣାମ ଘଟିଛି। ଗୋଟିଏ ପରେ ଗୋଟିଏ ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତାକଡ଼ରେ…

ନିର୍ଦ୍ଦିଷ୍ଟ ପ୍ରଶଂସକଙ୍କୁ କାହିଁକି ଅଟୋଗ୍ରାଫ ଦେବାକୁ ସିଧା ମନା କଲେ ବିରାଟ କୋହଲି? ଜାଣନ୍ତୁ ଏହାର ବଡ଼ କାରଣ, ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ନଭେମ୍ବର ୧୩ ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇର ‘ବେ ଓଭାଲ’…

ଘରୁ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପାଟଣା,୧୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଭୀମାପଡ଼ା ନାଏକ ସାହିରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଲିସ ଘରୁ ଜଣେ କଲେଜ…

ଶିକ୍ଷକ ସୁନ୍ଦରଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମହାକାଳପଡ଼ା,୧୨।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ…

ରୋହିତ-ଗାଏକୱାଡ କରିବେ ଓପନିଂ, ସିରାଜଙ୍କ ପ୍ରତ୍ୟାବର୍ତ୍ତନ… ଚତୁର୍ଥ ODI ପାଇଁ ଭାରତର Playing XI କିପରି ରହିବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ ପାଇଁ ଭାରତର ଚୂଡ଼ାନ୍ତ ଏକାଦଶରେ (Playing XI) କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଶୁବମନ ଗିଲ ବାକି ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?