ମେୟର ହେବା ପରେ କ’ଣ ଖାଇଲେ ଜୋହରାମ, ଯାହାକୁ ନେଇ ହେଉଛି ଚର୍ଚ୍ଚା? ଜାଣନ୍ତୁ ଭାରତୀୟ ଖାଦ୍ୟ ସହ ଏହାର କ’ଣ ରହିଛି ସମ୍ପର୍କ

ଓ୍ବାଶିଂଟନ,୬।୧୧: ନ୍ୟୁୟର୍କର ନବନିର୍ବାଚିତ ମେୟର ଜୋହରାନ ମାମଦାନି ତାଙ୍କ ବିଜୟ ପରେ ପ୍ରଥମ ଦିନର ଆରମ୍ଭ ଭାରତୀୟ ମଧ୍ୟାହ୍ନ ଭୋଜନ ସହିତ କରିଥିଲେ।
ତାଙ୍କ ସହିତ ଡେମୋକ୍ରାଟିକ ନେତା ଆଲେକଜାଣ୍ଡ୍ରିଆ ଓକାସିଓ-କର୍ଟେଜ ଯୋଗ ଦେଇଥିଲେ। ଭାରତୀୟ-ଆମେରିକୀୟ ନେତା ସୋସିଆଲ ମିଡିଆରେ ତାଙ୍କର ବ୍ୟସ୍ତ ପ୍ରଥମ ଦିନର ଏକ ଝଲକ ଶେୟାର କରିଥିଲେ, ଯେଉଁଥିରେ ସାକ୍ଷାତକାର ଏବଂ ବୈଠକଗୁଡ଼ିକର ଝଲକ ଥିଲା।
ଗୋଟିଏ ପୋଷ୍ଟରେ ସେ ଲେଖିଛନ୍ତି, ‘ଆପଣଙ୍କ ନବନିର୍ବାଚିତ ମେୟର ଭାବରେ ଏହା ମୋର ପ୍ରଥମ ଦିନ। କିନ୍ତୁ କଂଗ୍ରେସ ମହିଳା ଆଲେକଜାଣ୍ଡ୍ରିଆ ଓକାସିଓ-କର୍ଟେଜଙ୍କ ସହିତ ଲିଗୁରାସ ବିଷ୍ଟ୍ରୋରେ ମୋର ମଧ୍ୟାହ୍ନ ଭୋଜନ।’
ଫଟୋଗୁଡ଼ିକରେ, ଓକାସିଓ-କର୍ଟେଜ ଚା’ ଏବଂ ମୋମୋଜ, ଆଲୁ ଦମ ଏବଂ ପନିର ଟିକ୍କା ଭଳି ଖାଦ୍ୟ ଉପଭୋଗ କରୁଥିବାର ଦେଖାଯାଇଥିଲା। ଲିଗୁରାସ ବିଷ୍ଟ୍ରୋ ହେଉଛି କୁଇନ୍ସର ଜ୍ୟାକସନ ହାଇଟ୍ସରେ ଏକ ଭାରତୀୟ-ନେପାଳୀ ରେଷ୍ଟୁରାଣ୍ଟ।
ଓକାସିଓ-କର୍ଟେଜ ମମଦାନିଙ୍କ ମେୟର ପ୍ରଚାରକୁ ସମର୍ଥନ କରିଥିବା କିଛି ଡେମୋକ୍ରାଟ ମଧ୍ୟରୁ ଜଣେ। ମମଦାନି ମଧ୍ୟାହ୍ନ ଭୋଜନକୁ ତାଙ୍କ ବ୍ୟସ୍ତ ଦିନର ମୁଖ୍ୟ ଆକର୍ଷଣ ବୋଲି ବର୍ଣ୍ଣନା କରିଥିଲେ।
ଜୋହରାନ ମାମଦାନି ନ୍ୟୁୟର୍କ ସିଟି ମେୟର ଦୌଡ଼ରେ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଥିଲେ। ସେ ଆମେରିକାର ସବୁଠାରୁ ବଡ଼ ସହରର ପ୍ରଥମ ମୁସଲମାନ ଏବଂ ପ୍ରଥମ ଦକ୍ଷିଣ ଏସୀୟ ମେୟର ହୋଇଥିଲେ। ମାତ୍ର ୩୪ ବର୍ଷ ବୟସରେ, ସେ ଏକ ଶତାବ୍ଦୀର ସବୁଠାରୁ କମ ବୟସ୍କ ମେୟର। ତାଙ୍କର ବିଜୟ ବାମପନ୍ଥୀ ଏଜେଣ୍ଡା ଉପରେ ଆଧାରିତ ଥିଲା, ଯାହାର ମୁଖ୍ୟ ପ୍ରସଙ୍ଗ ଥିଲା ଧନୀ ଏବଂ ଗରିବଙ୍କ ମଧ୍ୟରେ ପାର୍ଥକ୍ୟକୁ ହ୍ରାସ କରିବା ଏବଂ ସହରକୁ ସୁଲଭ କରିବା।
ତାଙ୍କ ବିଜୟ ଭାଷଣରେ, ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପ୍ରସିଦ୍ଧ ‘ଟ୍ରାଇଷ୍ଟ ୱିଥ ଡେଷ୍ଟିନ’ ଭାଷଣର ଉଲ୍ଲେଖ କରିଥିଲେ। ସେ ମଞ୍ଚକୁ ଓହ୍ଲାଇବା ସମୟରେ, ବ୍ୟାକ ଗ୍ରାଉଣ୍ଡ ସଙ୍ଗୀତ ବାଜିଲା, ନ୍ୟୁୟର୍କ ଗୀତ ନୁହେଁ, ବରଂ ବଲିଉଡ ହିଟ ‘ଧୂମ’ ର ବିଟସ୍‌।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ପୁଣି ଲଘୁଚାପ! ୧୩ ତାରିଖରୁ ଏହି ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ବର,୧୦।୧୧: ପୁଣି ବଦଳିବ ପାଗ। କିଛିଦିନର ଶୁଖିଲା ଓ ଆରାମଦାୟକ ପାଗ ପରେ ରାଜ୍ୟରେ ପୁନର୍ବାର ବର୍ଷା ହୋଇପାରେ । ୧୩ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ…

ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ

ବରୀ, ୧୦।୧୧ (ମହେନ୍ଦ୍ର ସ୍ୱାଇଁ): ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ କଳାମାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର କୈଳାସ ଚନ୍ଦ୍ର ପତିଙ୍କ ବଦଳିକୁ ବିରୋଧ କରି…

ବକ୍ସ ଅଫିସ୍‌ରେ ‘ରାମାୟଣ’ ଧମାକା: ‘ଧୁରନ୍ଧର ୨’କୁ ପକାଇଲା ପଛରେ

ମୁମ୍ବାଇ:ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ: ପାର୍ଟ ୧’ ବକ୍ସ ଅଫିସ୍‌ରେ ଆଉ ଏକ ବଡ଼ ରେକର୍ଡ କରିଛି। ରିଲିଜ୍‌ର ମାତ୍ର ୫ ଦିନ ମଧ୍ୟରେ ଫିଲ୍ମର…

ଅର୍ଶଦୀପ ସିଂହଙ୍କ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବା ଖବରକୁ ନେଇ ତାଙ୍କ ପିତା କହିଲେ ଏମିତି…

ନୂଆଦିଲ୍ଲୀ,୧୦।୧୧: ଏହା ନିଶ୍ଚିତ ଯେ ଆଇପିଏଲ (IPL) ୨୦୨୭ରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହ ନୂତନ ଦଳ ସହ ରହିବେ। କିଛି ଦିନ ପୂର୍ବରୁ ଆସିଥିବା…

ମନର ସ୍ୱାସ୍ଥ୍ୟ ନେଇ ସ୍କୁଲରେ ବଡ଼ …

କେସିଙ୍ଗା, ୧୦।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ବୋରିଆ ପଞ୍ଚାୟତ ହାଇସ୍କୁଲ ପରିସରରେ ମଙ୍ଗଳବାର ମାନସିକ ସ୍ୱାସ୍ଥ୍ୟ ସନ୍ତୁଳନ ଉପରେ ଏକ ସଚେତନତା…

ଗୋବର୍ଦ୍ଧନ ପୂଜା ଅବସରରେ ଗାଈକୁ ଘାସ ଖୁଆଇଲେ ପ୍ରଧାନମନ୍ତ୍ରୀ ମୋଦି, ଫଟୋ ବି ଶେୟାର କଲେ

ନୂଆଦିଲ୍ଲୀ,୧୦।୧୧: ପ୍ରଧାନମନ୍ତ୍ରୀ ମୋଦି ଗୋବର୍ଦ୍ଧନ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ଗାଈକୁ ଘାସ…

ବାଣରୁ ଅଭିନେତାଙ୍କ ଘରେ ଲାଗିଗଲା ନିଆଁ, ଜଳି ପାଉଁଶ ହେଲା….

ମୁମ୍ବାଇ: ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ଅଭିନେତା ଗୁରଫତେହ ପିରଜାଦାଙ୍କ ଘରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ନେଟ୍‌ଫ୍ଲିକ୍ସର ‘ଲଷ୍ଟ ଷ୍ଟୋରିଜ୍‌ ୩’ରେ ଅଭିନୟ କରି…

‘ସାକ୍ଷାତ ସମୟରେ ଆଖି ମିଶାଇ କଥା ହୁଅନ୍ତି ନାହିଁ ମୋଦି’, ପ୍ରଧାନମନ୍ତ୍ରୀଙ୍କୁ ନେଇ ଏମିତି କିଛି କଥା ଉଲ୍ଲେଖ ରହିଛି ସୋନିଆଙ୍କ ପୁସ୍ତକରେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୧: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର କେବେବି କୌଣସି ପ୍ରକୃତ କିମ୍ବା ଗମ୍ଭୀର ଆଲୋଚନା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?