କ’ଣ ମିଳିବ

ଭାରତର ଚନ୍ଦ୍ରୟାନ-୩ ଏବେ ଚନ୍ଦ୍ର କକ୍ଷପଥରେ ଘୂରିବା ସହ ତାହାର ନିକଟତର ହେଉଛି। ଏହା ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ବା ଯାନରେ କୌଣସି କ୍ଷତି ନ ଘଟି ଅବତରଣ କରିବ ବୋଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ତରଫରୁ କୁହାଯାଇଛି। ଅବତରଣ ସଫଳ ହେଲେ ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ପୃଥିବୀର ପ୍ରଥମ ଦେଶ ହେବ। ଏଠାରେ ଉଲ୍ଲେଖଯୋଗ୍ୟ, ଚନ୍ଦ୍ରୟାନ-୧ ଚନ୍ଦ୍ର ଚାରିପାଖରେ ଘୂରି ତଥ୍ୟ ଦେବା ସହ କ୍ରାସ୍‌ ଲାଣ୍ଡିଂ କରିଥିଲା ଏବଂ ଏଥିରେ ଆଂଶିକ ସଫଳତା ମିଳିଥିଲା। ଏହାପରେ ଚନ୍ଦ୍ରୟାନ-୨କୁ ବହୁ ଆଡ଼ମ୍ବରରେ ପଠାଯାଇଥିଲେ ମଧ୍ୟ ତାହା ସଫ୍ଟ ଲାଣ୍ଡିଂ କରିବାରେ ବିଫଳ ହୋଇଥିଲା।
ଚନ୍ଦ୍ରୟାନ-୩ର ଲକ୍ଷ୍ୟ ହାସଲ ସମୟ ପାଖେଇ ଆସୁଥିବାବେଳେ ରୁଷିଆ ଅଗଷ୍ଟ ୧୧ରେ ତାହାର ଲୁନା-୨୫ ଲ୍ୟାଣ୍ଡରକୁ ଦକ୍ଷିଣ ମେରୁକୁ ପଠାଇବ ବୋଲି ଘୋଷଣା କରିଛି। ପୂର୍ବରୁ ୧୯୭୬ରେ ଶେଷଥର ଲୁନା-୨୪ ଚନ୍ଦ୍ରରୁ ମାଟି ସଂଗ୍ରହ କରି ଆଣିବା ପରେ ସୋଭିଏଟ୍‌ ତା’ ଚନ୍ଦ୍ର ମିଶନ ବନ୍ଦ ରଖିଥିଲା। ତାହାର ପାଖାପାଖି ୫୦ ବର୍ଷ ପରେ ପୁନର୍ବାର ଚନ୍ଦ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଚନ୍ଦ୍ରୟାନ-୩ ଅବତରଣ କରିବା ପୂର୍ବରୁ କିମ୍ବା ପରେ ଲୁନା-୨୫ ଲ୍ୟାଣ୍ଡ କରିବ ଓ ଉଭୟ ଯାନର ପୃଥକ୍‌ ଲ୍ୟାଣ୍ଡିଂ ସ୍ଥଳ ରହିଥିବାରୁ କୌଣସି ବାଧା ଉପୁଜିବ ନାହିଁ ବୋଲି ରୁଷୀୟ ମହାକାଶ ସଂସ୍ଥା ରସ୍‌କସ୍‌ମସ୍‌ କହିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଯାନ ଅବତରଣ କରିବାରେ କେଉଁ ଦେଶ ପୃଥିବୀରେ ପ୍ରଥମ ହେଉଛି, ତାହା ଅଗଷ୍ଟ ୨୩ରେ ସ୍ପଷ୍ଟ ହୋଇଯିବ।
ସୋଭିଏଟ୍‌ ଯୁଗର ଅବସାନ ପରେ ଆଧୁନିକ ରୁଷିଆ ଏବେ ମହାକାଶ ଦୌଡ଼ରେ ଆମେରିକା ଓ ଚାଇନା ପଛରେ ରହିଯାଇଥିବାରୁ ତା’ କାର୍ଯ୍ୟକ୍ରମକୁ ଜୋରଦାର କରି ଭାରତ ସହିତ ପ୍ରତିଯୋଗିତା କଲାଭଳି ମନେହେଉଛି। କେତେ ବଡ଼ ଦେଶ କେଉଁ ସ୍ତରକୁ ଖସି ଆସିଲା ଦେଖି ମନରେ ଦୁଃଖ ସୃଷ୍ଟି ହେଉଛି। ଚଳିତବର୍ଷ ଜାପାନ, ଦକ୍ଷିଣ କୋରିଆ, ସଂଯୁକ୍ତ ଆରବ ସଂଘ ଏବଂ ଆମେରିକା ସେମାନଙ୍କ ଚନ୍ଦ୍ର ଅଭିଯାନ ଯୋଜନା ରଖିଛନ୍ତି। ଏବେ ସୁଦ୍ଧା ୧୧ଟି ଦେଶ ଚନ୍ଦ୍ରକୁ ଯାନ ପଠାଇବାରେ ସକ୍ଷମ ହୋଇପାରିଛନ୍ତି। ଆମେରିକା ୧୯୬୯ରେ ଚନ୍ଦ୍ରରେ ପ୍ରଥମେ ମଣିଷ ପହଞ୍ଚାଇ ଥିଲା ଓ ରୁଷିଆ ଏଥିପାଇଁ ବହୁ ପ୍ରୟାସ କରି ବିଫଳ ହୋଇଥିଲା। ତେବେ ୭୦ ଦଶକରୁ ଉଭୟ ଆମେରିକା ଓ ରୁଷିଆ ଅତ୍ୟଧିକ ଖର୍ଚ୍ଚ ଯୋଗୁ ସେମାନଙ୍କ ଚନ୍ଦ୍ର ଅଭିଯାନକୁ ବନ୍ଦ କରିଦେଇଥିଲେ। ସେବେଠାରୁ ୫୦ ବର୍ଷ ହେଲା ଚନ୍ଦ୍ରକୁ ମଣିଷ ପଠାଇବାର ଆଗ୍ରହ ଦେଖାଯାଇ ନାହିଁ। ଏବେ ପୁନର୍ବାର ଚନ୍ଦ୍ରକୁ ମଣିଷ ପଠାଯାଇ ବସତି ସ୍ଥାପନ କରିବା ସକାଶେ ଦକ୍ଷିଣ ମେରୁରେ ସ୍ଥିତି ପରଖିବା ଲାଗି ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି। ଚନ୍ଦ୍ରରେ ଯଦି ମଣିଷ ଘର କରି ରହେ, ତେବେ ଏହା ପୃଥିବୀରେ କିି ପରିବର୍ତ୍ତନ ଆଣିବ ତାହା ବୁଝାପଡ଼ୁନାହିଁ। ପୃଥିବୀର ମେରୁ ଅଞ୍ଚଳରେ ପ୍ରତିକୂଳ ପରିସ୍ଥିତିରେ ମଣିଷ ରହିବା କଷ୍ଟକର ହେଉଥିବାବେଳେ ଜୀବ ପାଇଁ କୌଣସି ଅନୁକୂଳ ପରବେଶ ନ ଥିବା ଚନ୍ଦ୍ରରେ ମଣିଷ ବସତି ସ୍ଥାପନ କରିବା ଅସମ୍ଭବ ମନେହୁଏ। ଅନ୍ୟପକ୍ଷରେ ଚନ୍ଦ୍ରରେ ଥିବା ପ୍ରଚୁର ଶକ୍ତି ସମ୍ପନ୍ନ ଧାତବ ହିଲିୟମ-୩ ଉପରେ ଚାଇନା ଓ ଆମେରିକା ଆଖି ପକାଇଛନ୍ତି। କୁହାଯାଇପାରେ, ସେଠାରେ ମାଇନିଂ ପଦ୍ଧତିରେ ଏହି ଧାତବ ଆଣିବା ଅତ୍ୟନ୍ତ ବ୍ୟୟବହୁଳ ଓ କଠିନ ବ୍ୟାପାର। ତେବେ ଏହିସବୁ କାର୍ଯ୍ୟକ୍ରମ ପଛର ବାସ୍ତବ ଲାଭ କ୍ଷତିକୁ ହିସାବ କଲେ ଏଥିରୁ ମାନବ ଜାତିକୁ ଅତୀତରେ ମିଳିଛି କ’ଣ କିମ୍ବା ଆଗକୁ ମିଳିବ କ’ଣ ତାହା ସ୍ପଷ୍ଟ ହେଉନି। ଏବେ ଚନ୍ଦ୍ର ବିଜୟ ଲକ୍ଷ୍ୟରେ ସାମିଲ ହେଉଥିବା ଦେଶଗୁଡ଼ିକୁ ଅନେକ ବିଲିୟନ ଡଲାର ବ୍ୟୟ କରିବାକୁ ପଡ଼ୁଛି। ବିକଶିତ ଅର୍ଥ ବ୍ୟବସ୍ଥା ଥିବା ଦେଶଗୁଡ଼ିକ ଏହା କରିବାକୁ ସମର୍ଥ। କିନ୍ତୁ ସମ୍ପ୍ରତି ବିଶ୍ୱ ଖାଦ୍ୟାଭାବ, ଜଳବାୟୁ ସଙ୍କଟ ଦେଇ ଗତି କରୁଥିବା ବେଳେ ଏହା ଉପରେ ପ୍ରଶ୍ନ ଉଠିବା ବାସ୍ତବିକ। ବିଶେଷକରି ଭାରତ ଭଳି ଦେଶ ପାଇଁ ଏଭଳି ଗବେଷଣାମତ୍କ କାର୍ଯ୍ୟକ୍ରମ ଦ୍ୱାରା ଗରିବ ଲୋକଙ୍କୁ କୌଣସି ଲାଭ ପହଞ୍ଚିବ ନାହିଁ। ଏହା ସ୍ବୀକାର କରିବାକୁ ହେବ ଯେ,ମୌଳିକ ବୈଜ୍ଞାନିକ ଅନୁସନ୍ଧାନ କରୁଥିବା ଦେଶଗୁଡ଼ିକ ଅନେକ ଦିଗରେ ସଫଳତା ଲାଭ କରିଆସିଛନ୍ତି। ଏକବିଂଶ ଶତାବ୍ଦୀରେ ସେହି ଚିନ୍ତାଧାରାର ପରିବର୍ତ୍ତନ ଘଟିଛି। ମଣିଷର ବ୍ୟବହାର ପାଇଁ ପ୍ରସ୍ତୁତ ହେଉଥିବା ଓଷଧ, ଯାନବାହନ ଏବଂ ଶିକ୍ଷା ଭଳି ଅନେକ ବିଷୟରେ ଗବେଷଣା କରାଯାଇ ପାଟେଣ୍ଟ ନିଆଯାଇପାରନ୍ତା। ମହାକାଶ ପରିବର୍ତ୍ତେ ଭାରତ ଭଳି ଦେଶ ତାହାର ଲମ୍ବା ଉପକୂଳରେ ଥିବା ସମୁଦ୍ରକୁ ଉଚିତ ପଦ୍ଧତିରେ ଯଦି ବୈଜ୍ଞାନିକ ଅନୁସନ୍ଧାନ କରିପାରନ୍ତା, ତେବେ ସେଥିରୁ ନାଗରିକଙ୍କ ପାଇଁ ତତ୍‌କ୍ଷଣାତ ଅନେକ ଲାଭ ହାସଲ କରିହୁଅନ୍ତା। ଚନ୍ଦ୍ରରେ ପହଞ୍ଚିବା ପୂର୍ବରୁ ବଙ୍ଗୋପସାଗରର ନ୍ୟାୟିକ କ୍ଷେତ୍ର ଏବଂ ଭାରତ ମହାସାଗରର ଅନୁସନ୍ଧାନ ଓ ଗବେଷଣା କରି ଲାଭ ଉଠାଇବା ଅଧିକ ଯୁକ୍ତିଯୁକ୍ତ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri