କି ଲାଭ ମିଳିଛି

ଆକାର ପଟେଲ

ଜମ୍ମୁ କଶ୍ମୀରରେ ଅନୁଚ୍ଛେଦ ୩୭୦କୁ ନିଷ୍ପ୍ରଭାବୀ କରିବାର ପଦକ୍ଷେପ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଯାଇ ୮ ଅଗଷ୍ଟ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଅନୁଚ୍ଛେଦ ୩୭୦ ଦ୍ୱାରା ଜମ୍ମୁ କଶ୍ମୀର ଏବଂ ଲଦାଖର ବିକାଶ ପଛେଇଯାଉଥିଲା ଏବଂ ସେହି ସମସ୍ୟା ଦୂର ହୋଇଯିବା ସହ ଏକ ନୂଆ ଯୁଗ ଆରମ୍ଭ ହେଲା ବୋଲି ମୋଦି କହିଥିଲେ। ସେ ମଧ୍ୟ କହିଥିଲେ ଯେ, ଅନୁଚ୍ଛେଦ ୩୭୦ ହିଁ ବିଚ୍ଛିିନ୍ନତାବାଦ, ସନ୍ତ୍ରାସବାଦ, ବଂଶବାଦ ଏବଂ ଦୁର୍ନୀତିର ମୂଳ କାରଣ। ତେବେ ପ୍ରଧାନମନ୍ତ୍ରୀ ଏସବୁ କହିବା ପରେ ବିଗତ ଦୁଇ ବର୍ଷ ମଧ୍ୟରେ କ’ଣ ଘଟିଛି ତାହା ସମୀକ୍ଷା କରିବା। ପ୍ରଥମ ବିଷୟ ହେଉଛି, କଶ୍ମୀରରେ ଗଣତନ୍ତ୍ର ନାହିଁ। ଭାରତର ଏହି ଅଞ୍ଚଳରେ ନିର୍ବାଚିତ ସରକାର ନାହିଁ ଏବଂ ଏହାକୁ କେନ୍ଦ୍ର ରାଜ୍ୟପାଳଙ୍କ ଦ୍ୱାରା ଶାସନ କରୁଛି। ଦ୍ୱିତୀୟରେ, ଏଭଳି ପ୍ରତ୍ୟକ୍ଷ ଶାସନ ସହ ନିର୍ଦ୍ଦିଷ୍ଟ ଭାବେ କଶ୍ମୀର ଲାଗି ଉଦ୍ଦିଷ୍ଟ ପବ୍ଲିକ ସେଫ୍ଟି ଆକ୍ଟକୁ ଲାଗୁ କରାଯାଇଛି। ଏହି ଆଇନ୍‌ ବଳରେ ଜଣେ ବ୍ୟକ୍ତିକୁ ବିନା କାରଣରେ ଅଟକ ରଖାଯାଇପାରିବ। କଶ୍ମୀର ପାଇଁ ଏକ ସ୍ବତନ୍ତ୍ର ଆଇନ ଭାବେ ଏହା ଲାଗୁ କରାଯାଇଛି; ଯଦିଓ ଅନୁଚ୍ଛେଦ ୩୭୦ ହଟାଇବା ପାଇଁ ‘ଗୋଟିଏ ଦେଶ ଗୋଟିଏ ସମ୍ବିଧାନ’କୁ ଏକ କାରଣ ଭାବେ ଦର୍ଶାଯାଇଥିଲା। ତୃତୀୟରେ, ଗତ ଦୁଇ ବର୍ଷ ମଧ୍ୟରେ କଶ୍ମୀରରେ କେବଳ ଦୁଇ ଜଣ ଲୋକ ଜାଗା କିଣିଛନ୍ତି। କଶ୍ମୀରର ସ୍ଥାୟୀ ବାସିନ୍ଦା ନିରୂପଣ କରୁଥିବା ଅନୁଚ୍ଛେଦ ୩୫ର ଉଚ୍ଛେଦକୁ ଏକ ବଡ଼ କାରଣ ବୋଲି କୁହାଯାଇଥିଲା। କିନ୍ତୁ ବାସ୍ତବରେ ତୃଣମୂଳ ସ୍ତରରେ ଏଥିରେ ପରିବର୍ତ୍ତନ ହେବା ଦେଖାଯାଇନାହିଁି। ଚତୁର୍ଥତଃ, କଶ୍ମୀର ପଣ୍ଡିତମାନେ ଭ୍ୟାଲିକୁ ଫେରିନାହାନ୍ତି। ସହରରେ ରହୁଥିବା ଏକ ଶିକ୍ଷିତବର୍ଗ ସ୍ବଳ୍ପ ଚାକିରି ଏବଂ ବହୁ ସମୟରେ ଇଣ୍ଟର୍‌ନେଟ ଉପଲବ୍ଧ ଦେଉ ନ ଥିବା ସ୍ଥାନକୁ କାହିଁକି ଯିବେ। ପଣ୍ଡିତମାନେ ଜମ୍ମୁ-କଶ୍ମୀରକୁ ଫେରିବାକୁ ଆଗ୍ରହ ପ୍ରକାଶ କରୁ ନ ଥିବାରୁ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ସେମାନଙ୍କ ଉପରେ ଦୋଷ ଲଦିଛନ୍ତି। ହୁଏତ ମୂଳ କଥା ଲେଖି ବୁଝିପାରିନାହାନ୍ତି। ପଞ୍ଚମ ବିଷୟ ହେଉଛି, ଲଦାଖର ଷ୍ଟାଟସ୍‌ ପରିବର୍ତ୍ତନ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନୂଆ ମ୍ୟାପ୍‌ ଜାରି କରିବା ଯୋଗୁ ସେଠାରେ ଚାଇନା ଆକ୍ରମଣାମତ୍କ ଭାବ ଦେଖାଉଛି। ସରକାର ଏହାକୁ ସ୍ବୀକାର କରିନାହାନ୍ତି, କିନ୍ତୁ ବାସ୍ତବରେ ସେଠାରେ ୧୯୫୯ରେ ଚାଇନା ଦାବି କରିଥିବା ସୀମା ସେମିତି ରହିଛି ବୋଲି ସେହି ଦେଶ ନିଶ୍ଚିତ ଅଛି। ସୁରକ୍ଷା ଲାଗି ଭାରତ ଉକ୍ତ ସୀମାରେ ପାଖାପାଖି ୨ ଲକ୍ଷ ସୈନ୍ୟ ମୁତୟନ କରିଛି। ଷଷ୍ଠତଃ, ମନମୋହନ ସିଂଙ୍କ ଶାସନର ଶେଷ ୩ ବର୍ଷରେ ସନ୍ତ୍ରାସବାଦ ଯୋଗୁ ବାର୍ଷିକ ହାରାହାରି ମୃତ୍ୟୁ ସଂଖ୍ୟା ୧୫୦ ଥିଲା। ଏବେ ମୋଦି ସରକାରରେ ଗତ ୩ ବର୍ଷରେ ବାର୍ଷିକ ହାରାହାରି ମୃତ୍ୟୁ ସଂଖ୍ୟା ୨୫୦ ରହିଛି। ଏଥିରୁ ଜଣାପଡ଼ୁଛି, ଆମେ ଅନୁଚ୍ଛେଦ ୩୭୦କୁ ନିଷ୍କ୍ରିୟ କରିଥିଲେ ମଧ୍ୟ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ହ୍ରାସ ପାଇନାହିଁ। ସପ୍ତମରେ ରହିଛି କଶ୍ମୀରର ବିକାଶ କଥା। ପ୍ରକୃତରେ ବିଗତ ଦୁଇ ବର୍ଷରେ ଏଠାରେ ବିକାଶ ହୋଇ ନାହିଁ। ଆମେରିକାର ହାର୍ପର ମାଗାଜିନରୁ ଜଣାପଡ଼ିଛି ଯେ, କଶ୍ମୀରରେ ସୈନ୍ୟ ଓ ନାଗରିକଙ୍କ ଅନୁପାତ ୧:୭ ଥିବାବେଳେ ସେଠାରେ ଡାକ୍ତର ଓ ରୋଗୀଙ୍କ ଅନୁପାତ ରହିଛି ୧:୩୦୬୦। ବିଶ୍ୱ ସ୍ତରରେ ଏଭଳି ସଂଖ୍ୟା ଉପସ୍ଥାପନ କରି ଆମକୁ ବିରୋଧ କରାଯାଉଥିବାବେଳେ ଜମ୍ମୁ କଶ୍ମୀର ବିକାଶ ବିଷୟ କହିବା ନିରର୍ଥକ।
ଅଷ୍ଟମରେ, ଦୀର୍ଘ ୫ ଦଶନ୍ଧି ପରେ ଜାତିସଂଘ ସୁରକ୍ଷା ପରିଷଦ କଶ୍ମୀର ପ୍ରସଙ୍ଗ ଉଠାଇଥିଲା। ୧୬ ଅଗଷ୍ଟ ୨୦୧୯ରେ ଜାତିସଂଘ ଓ୍ବେବ୍‌ସାଇଟ୍‌ ଏ ସମ୍ପର୍କରେ ଏକ ଖବର ପ୍ରକାଶ କରିଥିଲା। ‘ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇଛି ଓ ଭାରତ ଏବଂ ପାକିସ୍ତାନ ଉତ୍ତେଜନା ହ୍ରାସ କରନ୍ତୁ ବୋଲି ଚାଇନା ଆଶା କରୁଛି’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ପରିଷଦର ବୈଠକରେ କେବଳ ଏହି ବିବାଦ ଉପରେ ଆଲୋଚନା କରାଯାଇଥିଲା ଓ ସୁରକ୍ଷା ପରିଷଦ କଶ୍ମୀରର ପାରିପାର୍ଶ୍ୱିକ ଅସ୍ଥିର ସ୍ଥିତି ଉପରେ ବିଚାର କରିଥିଲା ବୋଲି ଖବରର ପ୍ରଥମ ପାରାରେ ଉଲ୍ଲେଖ ଥିଲା। ଏହା ମଧ୍ୟ ପ୍ରକାଶ ପାଇଥିଲା ଯେ, ୧୯୬୫ରୁ ପ୍ରଥମ ଥର ପାଇଁ ଜାତିସଂଘ ଶାନ୍ତି ଓ ସୁରକ୍ଷା ମାମଲାର ସମାଧାନ କରିବାକୁ ସକ୍ଷମ। ତେଣୁ ଏଥିରୁ ବୁଝାପଡ଼ୁଛି, ପୂର୍ବରୁ ସୁପ୍ତ ଅବସ୍ଥାରେ ଥିବା କଶ୍ମୀର ପ୍ରସଙ୍ଗରେ ବିଶ୍ୱର ଆଗ୍ରହକୁ ସରକାରଙ୍କ ପଦକ୍ଷେପ ସକ୍ରିୟ କରିଛି। ନବମ ବିଷୟ ହେଉଛି, ୨୦୧୯ ପରେ କଶ୍ମୀରରେ ଯାହା ଘଟୁଛି ତାହାକୁ ନେଇ ବୈଶ୍ୱିକ ସଂସ୍ଥାଗୁଡ଼ିକ ଭାରତକୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି। ଚଳିତ ବର୍ଷ ୟୁନାଇଟେଡ୍‌ ଷ୍ଟେଟ୍‌ସ କମିଶନ ଅନ୍‌ ଇଣ୍ଟର୍‌ନ୍ୟାଶନାଲ ରିଲିଜିଅସ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ତା’ ରିପୋର୍ଟରେ କହିଛି ଯେ, ମୁସଲମାନ ବହୁଳ କଶ୍ମୀରରେ ଯାତାୟାତ ଏବଂ ସମାବେଶ ସ୍ବାଧୀନତାରେ କଟକଣା ଧାର୍ମିକ ସ୍ବାଧୀନତା ଉପରେ ନକାରାମତ୍କ ପ୍ରଭାବ ପକାଉଛି। ଏହା ସହ ପବିତ୍ର ଧାର୍ମିକ ଦିବସ ପାଳନ ଏବଂ ପ୍ରାର୍ଥନା(ନମାଜ)ରେ ଉପସ୍ଥିତ ରହିବାରେ ବାଧା ସୃଷ୍ଟି ହେଉଛି। ସେଠାରେ ୧୮ ମାସ ହେବ ଇଣ୍ଟର୍‌ନେଟ ସେବା ବନ୍ଦ ରହିଛି। ଅନ୍ୟ ଯୋଗାଯୋଗ ବ୍ୟବସ୍ଥାରେ ଥିବା କଟକଣା ଧାର୍ମିକ ସ୍ବାଧୀନତାକୁ ହ୍ରାସ କରିଦେଇଛି।
ଦଶମରେ, ଲଦାଖରେ ଚାଇନାର ଆକ୍ରମଣାମତ୍କ ପଦକ୍ଷେପ ନେବା ପରେ ଭାରତ ପାକିସ୍ତାନ ସହ ଅସ୍ତ୍ରବିରତି ଚାହିଁବା ସାଙ୍ଗକୁ ଭିନ୍ନ ଅଭିମୁଖ୍ୟ ପ୍ରଦର୍ଶନ କରୁଛି। ୩୦ ବର୍ଷ ତଳେ କଶ୍ମୀର ଯାହା ଥିଲା ଏବେ ଆମେ ସେହି ଅବସ୍ଥାକୁ ଫେରିଯିବା ଭଳି ମନେହେଉଥିବାରୁ ଏବେ ଏହି ପ୍ରସଙ୍ଗରେ ଲେଖିବାକୁ ପଡୁଛି। ସେତେବେଳେ ଏହା ରାଜ୍ୟପାଳ ଶାସନରେ ଥିଲା ଏବଂ ଏବେ ବି ଅଛି। ଏହାର ରାଜନୈତିକ ନେତାଙ୍କୁ ଗିରଫ କରାଗଲା ଏବଂ ବ୍ୟବସ୍ଥାରୁ ବାହାରେ ରଖାଗଲା। ପ୍ରତିବାଦ ନିଷେଧ କରାଗଲା। କୌଣସି ବିକାଶ ହେଲା ନାହିଁ ଏବଂ ଜମ୍ମୁ କଶ୍ମୀରରେ ଭାରତ ସବୁଠୁ ଅଧିକ ସୁରକ୍ଷା ବଳ ମୁତୟନ କରିବାକୁ ବାଧ୍ୟ ହେଲା। ତେବେ ଏସବୁ ବିଷୟରେ ଆମେ ନିରପେକ୍ଷ ବିଚାର କରିବା ଉଚିତ ଏବଂ ୨୦୧୯ରେ ଭାରତ ନେଇଥିବା ପଦକ୍ଷେପରୁ ଆମକୁ ଓ କଶ୍ମୀରକୁ କି ଲାଭ ମିଳିଛି ତାହା ମଧ୍ୟ ଜାଣିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri