କି ପରିବର୍ତ୍ତନ

Dillip Cherian

କେନ୍ଦ୍ର ସରକାରଙ୍କ ଦ୍ୱାରା ସଚିବସ୍ତରୀୟ ଅଦଳବଦଳ କରାଯାଇଛି। ଏଥିରେ ୯ଟି ମନ୍ତ୍ରଣାଳୟ ଓ ବିଭାଗକୁ ମିଳିଛି ନୂଆ ସଚିବ। କେନ୍ଦ୍ରରେ ଏ ପ୍ରକାର ପଦୋନ୍ନତି ଲାଗି ୧୯୯୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀମାନେ ଦୀର୍ଘଦିନ ଧରି ଚାହଁି ବସିଥିଲେ। ଉକ୍ତ ଅଦଳବଦଳ ବା ପରିବର୍ତ୍ତନକୁ କେତେକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ୟା ଭିତରେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟରେ ପରିସ୍ଥିତି ବଦଳିଛି। ତେଣୁ କେନ୍ଦ୍ରରେ ଏଭଳି ପରିବର୍ତ୍ତନ ଆବଶ୍ୟକ ଥିଲା। ଏହି ଅଦଳବଦଳରେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ପଞ୍ଜାବର ପୂର୍ବତନ ମୁଖ୍ୟ ଶାସନସଚିବ ବିନି ମହାଜନଙ୍କ ନୂଆ ନିଯୁକ୍ତି। ତାଙ୍କୁ ଏବେ ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ପଦରେ ନିଯୁକ୍ତ କରାଯାଇଛି। ୨୦୨୦ରେ ସେତେବେଳର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମୁଖ୍ୟ ଶାସନ ସଚିବ ପଦରେ ଭିନି ମହାଜନଙ୍କୁ ନିଯୁକ୍ତ କରିଥିଲେ। ତାଙ୍କ ସରକାର ଭାଙ୍ଗିଯିବା ପରେ ଗତବର୍ଷ ସେପ୍ଟେମ୍ବରରେ ବିନିି ଏହି ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ଅମରିନ୍ଦର ଭାଜପା ସହ ହାତ ମିଳାଇଥିବାରୁ ତାଙ୍କୁ ପୁନଃ ଥଇଥାନ କରାଯାଇଛି। ଠିକ୍‌ ଏହିଭଳି ତାଙ୍କ ସ୍ବାମୀ ଦୀନକର ଗୁପ୍ତାଙ୍କୁ ମଧ୍ୟ ପଞ୍ଜାବର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନି ପୋଲିସ ଡିଜି ପଦରୁ ହଟାଇ ଦେଇଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ଦିଲ୍ଲୀରେ କୌଣସି ପାରାମିଲିଟାରୀ ସଂଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ ବୋଲି କୁହାଯାଉଛି। ଠିକ୍‌ ଏହିଭଳି ଭାରତୀୟ ବନସେବା (ଆଇଏଫ୍‌ଏସ୍‌) ଅଧିକାରୀ ଭରତ ଲାଲ୍‌ଙ୍କୁ ଲୋକପାଳ ସଚିବ ଭାବେ ନିଯୁକ୍ତ କରାଯାଇଛି। ଅନେକେ ଆଶା କରୁଥିଲେ ଯେ ତାଙ୍କୁ ପାନୀୟ ଜଳ ଓ ପରିମଳ ବିଭାଗ ମିଳିପାରେ (ଯାହା ଏବେ ବିନି ମହାଜନଙ୍କୁ ମିଳିଛି)। କାରଣ ପୂର୍ବରୁ ସେ ପାନୀୟ ଜଳ ପାଇପ୍‌ ଲାଇନ୍‌ ପ୍ରକଳ୍ପରେ ଅତିରିକ୍ତ ସଚିବ ଭାବେ କାମ କରିଥିଲେ ଏବଂ ଅନେକ ଗୁରୁତ୍ୱପୂଣ୍ଣର୍ର୍ ପାନୀୟଜଳ ପ୍ରକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରାଇଥିଲେ। ଏବେ ବ୍ୟୁରୋକ୍ରାଟ୍‌ମାନେ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ଯେ, ଏହା ନିଜ ସୁରକ୍ଷା ଲାଗି ପରିବର୍ତ୍ତନ ନା ହୃଦୟର ପରିବର୍ତ୍ତନ ଏବଂ ଆଗକୁ କ’ଣ ହେବ ?
କୋଭିଡ୍‌ ମୁକାବିଲାରେ ବରୁଣ
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ ବଢିଛି ଓମିକ୍ରନ ସଂକ୍ରମଣ। ଏଭଳି ସ୍ଥିତିରେ ପିଲିଭିଟ୍‌ରୁ ତୃତୀୟ ଥର ପାଇଁ ଭାଜପା ସାଂସଦ ବରୁଣ ଗାନ୍ଧୀ ଏକ ପ୍ରଶଂସନୀୟ କାର୍ଯ୍ୟ ସହିତ ନୂଆବର୍ଷ ଆରମ୍ଭ କରିଛନ୍ତି। ତାଙ୍କ ନିର୍ବାଚନମଣ୍ଡଳୀ ବର୍ତ୍ତମାନର କୋଭିଡ୍‌ ସ୍ଥିତି ମୁକାବିଲା ନେଇ କିଭଳି ପ୍ରସ୍ତୁତ ହୋଇଛି ସେନେଇ ସେ ଜିଲାପାଳ ପୁଲକିତ ଖରେ ଏବଂ ଅନ୍ୟାନ୍ୟ ଜିଲା ଅଧିକାରୀ ତଥା ସ୍ବାସ୍ଥ୍ୟ ବିଭାଗର ବିଶେଷଜ୍ଞଙ୍କ ସହ ବୈଠକ କରି ସମୀକ୍ଷା କରୁଛନ୍ତି। ତୃଣମୂଳ ସ୍ତରରେ ଅନେକ ସମୟରେ ବାବୁମାନେ ରାଜନେତା ତଥା ଜନସାଧାରଣଙ୍କ ଦ୍ୱାରା ହଇରାଣ ହରକତ ହୁଅନ୍ତି। ତେଣୁ ଜିଲ୍ଲାରେ କୋଭିଡ୍‌ ସ୍ଥିତିର ମୁକାବିଲା ପାଇଁ ସେମାନଙ୍କୁ ସାଂସଦଙ୍କ ସକ୍ରିୟ ସହଯୋଗ ଓ ତଦାରଖ ଅଧିକ ଉତ୍ସାହିତ କରିବ ନିଶ୍ଚୟ। ଗତ ବର୍ଷ କୋଭିଡ୍‌ର ଦ୍ୱିତୀୟ ଲହର ବିପଦ ସୃଷ୍ଟି କରିଥିଲା ତା’ର ଯେପରି ପୁନରାବୃତ୍ତି ନ ହେବ ସେ ଦୃଷ୍ଟିରୁ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଉତ୍ତମ ନେତୃତ୍ୱ ଏବଂ ଭଲ ଟିମ୍‌ ନେଇ କାମ କରିବାରେ ଅନେକ ଲାଭ ମିଳିପାରେ। ଏଥର ମହାମାରୀ ସମୟରେ ବରୁଣ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିପାରିଛନ୍ତି। ଉତ୍ତରପ୍ରଦେଶ ଏବଂ କେନ୍ଦ୍ରର ଅନ୍ୟ ପ୍ରତିନିଧିମାନେ ସେମାନଙ୍କ କ୍ଷେତ୍ରରେ ତାଙ୍କୁ ଅନୁକରଣ କରିପାରିବେ ବୋଲି ଆଶା କରାଯାଉଛି।
ସ୍କୁଲରେ ବାବୁ
ହିମାଚଳ ପ୍ରଦେଶର ସରକାରୀ ସ୍କୁଲରେ ଶିକ୍ଷାର ମାନ ବଢ଼ାଇବା ଲାଗି ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ସ୍କୁଲ୍‌ ପରିସରରେ ଆଇଏଏସ୍‌ ଏବଂ ରାଜ୍ୟ ପ୍ରଶାସନିକ ସେବା ଅଧିତ୍କାରୀମାନେ ଅଚାନକ ପହଞ୍ଚିବା ଦ୍ୱାରା ଛାତ୍ର ଏବଂ ଶିକ୍ଷକମାନଙ୍କ ଉତ୍ସାହ ବୃଦ୍ଧି କରିବ ବୋଲି କୁହାଯାଉଛି। ମୁଖ୍ୟ ଶାସନ ସଚିବ ରାମ ସୁଭଗ ସିଂ ସରକାରଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ସମସ୍ତ ଜିଲା ଶିକ୍ଷା ଅଧିକାରୀମାନଙ୍କୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ବାବୁମାନଙ୍କୁ ନିଜ ଅଧିକାର କ୍ଷେତ୍ରରେ ଥିବା ସ୍କୁଲଗୁଡ଼ିକରେ ଅତି କମ୍‌ରେ ୧୫ ଦିନରେ ଥରେ ପଢ଼ାଇବା ଲାଗି ଏଥିରେ କୁହାଯାଇଛି। ବାବୁମାନେ ଛାତ୍ରମାନଙ୍କୁ ପଢ଼ାଇବେ ଏବଂ ସେମାନଙ୍କ ଅଭିଜ୍ଞତାକୁ ଶେୟାର କରିବା ସହ ଛାତ୍ରମାନଙ୍କୁ କ୍ୟାରିୟର ପସନ୍ଦ କରିବା ଲାଗି ପଥ ପ୍ରଦର୍ଶନ କରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ବାବୁମାନଙ୍କୁ ସ୍କୁଲ୍‌ ପଠାଇବାର ମୁଖ୍ୟ ଲକ୍ଷ୍ୟ ହେଉଛି, ଅଭିଭାବକମାନଙ୍କର ସରକାରୀ ସ୍କୁଲ୍‌ ଉପରେ ବିଶ୍ୱାସ ସୃଷ୍ଟି କରିବା ଓ ଅଭାବ ରହିଥିବା ଭିତ୍ତିଭୂମିର ସମୀକ୍ଷା କରି ପୂରଣ କରିବା । ବାବୁମାନେ ଶିକ୍ଷଣ ଅନୁଭବର ନିୟମିତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବା ଲାଗି ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ଶିକ୍ଷା ସଚିବ ରାଜୀବ ଶର୍ମା କହିଛନ୍ତି। ତେବେ ସରକାରଙ୍କ ଏହି ଉତ୍ତମ ପଦକ୍ଷେପକୁ ସ୍କୁଲ ଶିକ୍ଷକମାନେ ସମର୍ଥନ କରୁନାହାନ୍ତି। ତେବେ ସରକାର ଆଶା କରୁଛନ୍ତି ଯେ, ଏହି ପଦକ୍ଷେପ କେନ୍ଦ୍ର ଓ ରାଜ୍ୟ ସେବାଗୁଡ଼ିକୁ କ୍ୟାରିୟର ଭାବେ ଚୟନ କରିବା ଲାଗି ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି କରିବ। ସ୍ପଷ୍ଟତଃ, ହିମାଚଳରେ ଆଇଏଏସ୍‌ ଏବଂ ଆଇପିଏସ୍‌ ଆଶାୟୀଙ୍କ ସଂଖ୍ୟା ବହୁତ କମ୍‌। ଆଶା କରାଯାଏ,ଏହି ପଦକ୍ଷେପ ଏହି ସଂଖ୍ୟା ବଢ଼ାଇବା ଲାଗି ସାହାଯ୍ୟ କରିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri