ପଶ୍ଚିମ ଓଡ଼ିଶାରେ ତାତିଲେ ଚାଷୀ

ସମ୍ବଲପୁର,୬ା୧୨(ବ୍ୟୁରୋ): ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ଆହ୍ବାନରେ ଶନିବାର ବିଭିନ୍ନ ଜିଲାର ଚାଷୀ ସଙ୍ଗଠନ ରାସ୍ତାକୁ ଓହ୍ଳାଇଛନ୍ତି। ନୂଆପଡ଼ା ଓ କଳାହାଣ୍ଡି ବ୍ୟତୀତ ପ୍ରାୟ ସମସ୍ତ ଜିଲାରେ ଚାଷୀମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସମ୍ବଲପୁର ଜିଲା ଜାତୀୟ ରାଜପଥ- ୫୩ ସିନ୍ଦୁରପଙ୍କ ଚୌଧୂରୀଛକରେ ରାସ୍ତାରୋକୋ ହୋଇଥିଲା। କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ, ଟୋକନ ସମସ୍ୟା, ଏକର ପିଛା ଧାନର ବିକ୍ରି ପରିମାଣ ବୃଦ୍ଧି କରିବା ଭଳି ବିଭିନ୍ନ ଦାବି ନେଇ ଚାଷୀମାନେ ରାଜରାସ୍ତାକୁ ଓହ୍ଳାଇଥିଲେ। ଚାଷୀମାନେ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ଓ କେନ୍ଦ୍ର ସରକାରଙ୍କ ଆଇନ ବିରୋଧରେ ବର୍ଷିଥିଲେ। ମହାନଗର ନିଗମ କମିଶନର ଅନିରୁଦ୍ଧ ପ୍ରଧାନ ପହଞ୍ଚତ୍ ଚାଷୀମାନଙ୍କ ସହ ଆଲୋଚନା କରିବାକୁ ଡାକିଥିଲେ। ହେଲେ ଅନ୍ୟ ଜିଲାରେ ଚାଷୀମାନଙ୍କୁ ଗିରଫ କରାଯାଇଥିବା ଜାଣି ଆଲୋଚନାରେ ଭାଗ ନେବେ ନାହିଁ ବୋଲି କହିଥିଲେ। ରାଜ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆନ୍ଦୋଳନକୁ ନେଇ ଦେଇଥିବା ବୟାନକୁ ଚାଷୀମାନେ ନିନ୍ଦା କରିଥିଲେ। ସନ୍ଧ୍ୟା ୬ଟାରେ ପୋଲିସ ୧୫ ଜଣ ଚାଷୀଙ୍କୁ ଗିରଫ କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ସମ୍ବଲପୁର ସମେତ ବରଗଡ ଜିଲାରେ ଜାତୀୟ ରାଜପଥ-୫୩ ଅତାବିରା ଓ ବରଗଡ ସହ ଦୁଇଟି ସ୍ଥାନରେ ରାସ୍ତାରୋକୋ ହୋଇଥିଲା। ଅତାବିରାଠାରେ ପୋଲିସ ଚାଷୀମାନଙ୍କୁ ଗିରଫ କରି ରାସ୍ତା ଅବରୋଧ ହଟାଇଥିଲା। ସେହିପରି ବଲାଙ୍ଗୀର ଜିଲା ବେଲପଡା ବ୍ଲକ କମ୍ପାଣୀ ଛକରେ ଚାଷୀମାନେ ଆନ୍ଦୋଳନ କରିଥିଲେ। ସୋନପୁର ଜିଲା ବୀରମହାରାଜପୁର ବ୍ଲକ୍‌ ଉଫୁଲା-କାନପୁର ଛକରେ ରାସ୍ତାରୋକୋ ହୋଇଥିଲା। ସୁନ୍ଦରଗଡ଼ ଜିଲାରେ ସବଡେଗା ବ୍ଲକ କରମଡିହି ଛକରେ ଆନ୍ଦୋଳନ ହୋଇଥିଲା। ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଭରତ ଚନ୍ଦ୍ର ସ୍ବାଇଁ, ତିବର ବେହେରା, ବାସନ୍ତ ମହାକୁଡ ପ୍ରମୁଖ ସାମିଲ ଥିଲେ। ସେହିପରି ଦେବଗଡ଼ ଜିଲା ପୁରୁଣାଗଡ଼ ପେଟ୍ରୋଲ ପମ୍ପ ନିକଟରେ ରାସ୍ତାରୋକୋ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri