Posted inଖେଳ

ଇଂଲଣ୍ଡକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ

ସାଉଥାମ୍ପଟନ, ୧୩ା୭ (ଏପି)-ଜର୍ମେନ ବ୍ଲାକ୍‌ଉଡ୍‌ଙ୍କ ଲଢୁଆ ୯୫ରନ ସହାୟତାରେ ସ୍ଥାନୀୟ ରୋଜ୍‌ ବାଓଲଠାରେ ବିନା ଦର୍ଶକରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ୪ ଉଇକେଟରେ ବିଜୟ ଲାଭ କରିଛି। ଘରୋଇ ଦଳ ଦ୍ୱାରା ଧାର୍ଯ୍ୟ ୨୦୦ ରନ ବିଜୟ ଲକ୍ଷ୍ୟକୁ ଭ୍ରମଣକାରୀ ଦଳ ୬ ଉଇକେଟ ହରାଇ ହାସଲ କରିନେଇଥିଲା। ଫଳରେ ଓ୍ବେଷ୍ଟଇଣ୍ଡିଜ ଦୁଇ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି।
ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ଏକଦା ୩୫ରନରେ ୩ ଉଇକେଟ ହରାଇ ସଂକଟରେ ପଡ଼ିଥିବା ବେଳେ ରୋଷ୍ଟନ ଚେଜ୍‌ (୩୭) ଓ ବ୍ଲାକ୍‌ଉଡ୍‌ ଚତୁର୍ଥ ଉଇକେଟରେ ଗୁରୁତ୍ୱପୂର୍ଣ୍ଣ ୭୩ ରନ ଯୋଗ କରି ସ୍ଥିତରେ ସୁଧାର ଆଣିଥିଲେ।
ପୂର୍ବରୁ ଜୋଫ୍ରା ଆର୍ଚର କ୍ରେଗ୍‌ ବ୍ରାଥ୍‌ଓ୍ବେଟ୍‌ (୪) ଓ ଶାମରା ବ୍ରୁକ୍ସ (୦)ଙ୍କୁ ଶୀଘ୍ର ଆଉଟ୍‌ କରି ଭ୍ରମଣକାରୀ ଦଳକୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ। ପରେ ଶାଇ ହୋପ୍‌ (୯)ଙ୍କ ଉଇକେଟ ପତନ ଘଟାଇ ମାର୍କ ଉଡ୍‌ ଓ୍ବେଷ୍ଟଇଣ୍ଡିଜକୁ ସଂକଟରେ ପକାଇ ଦେଇଥିଲେ। ମଧ୍ୟାହ୍ନଭୋଜନ ବିରତି ବେଳକୁ ଓ୍ବେଷ୍ଟଇଣ୍ଡିଜ ୩୫ରନରେ ୩ଟି ଉଇକେଟ ହରାଇ ସାରିଥିଲା। ଓପନର ଜନ୍‌ କ୍ୟାମ୍ପବେଲ୍‌ (୧) ଆର୍ଚରଙ୍କ ଏକ ୟର୍କର ବଲ୍‌ରେ ଆଘାତପ୍ରାପ୍ତ ହୋଇ ରିଟାୟର୍ଡ ହର୍ଟ ହୋଇଥିଲେ। ବାର୍ବାଡୋସରେ ଜନ୍ମିତ ଫାଷ୍ଟ ବୋଲର ଆର୍ଚର ୬ଷ୍ଠ ଓଭରରେ ବ୍ରେକ୍‌ ଥ୍ରୁ ଆଣିଥିଲେ। ବ୍ରାଥଓ୍ବେଟ୍‌ ତାଙ୍କ ବଲ୍‌ରେ ପ୍ଲେଡ୍‌ଅନ୍‌ ହୋଇଯାଇଥିଲେ। ଆର୍ଚର ତାଙ୍କ ପରବର୍ତ୍ତୀ ଓଭରରେ ବ୍ରୁକ୍ସଙ୍କୁ ଏଲବିଡବ୍ଲ୍ୟୁ କରିଦେବା ଫଳରେ ବିଜୟ ଲକ୍ଷ୍ୟ ହାସଲ କଷ୍ଟସାଧ୍ୟ କରିଦେଇଥିଲେ। ଚାପ ହଟାଇବା ଉଦ୍ଦେଶ୍ୟରେ ହୋପ୍‌ ଚୌକା ପାଇଁ ଦୁଇଟି କଭର ଡ୍ରାଇଭ ଖେଳିଥିଲେ। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ପରେ ବ୍ରୁକ୍ସଙ୍କୁ ବୋଲିଂ କରିବାକୁ ଆସିଥିଲେ। ସେ ହୋପ୍‌ଙ୍କୁ ବୋଲ୍ଡ କରିଦେବାରୁ ଇଂଲଣ୍ଡ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ପୂର୍ବରୁ ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଆର୍ଚର ୨୩ ରନ କରିଥିଲେ। ଘରୋଇ ଦଳ ୩୧୩ରେ ଅଲଆଉଟ ହୋଇଯାଇଥିଲା। ରବିବାର ସକାଳେ ୨ଟି ଉଇକେଟ ସହ ଇଂଲଣ୍ଡ ଇନିଂସର ପରିସମାପ୍ତି ଘଟାଇଥିବା ଶାନନ ଗାବ୍ରିଲ୍‌ ଭ୍ରମଣକାରୀ ଦଳର ସବୁଠାରୁ ସଫଳ ବୋଲର ଭାବେ ୭୫ ରନ ବିନିମୟରେ ୫ଟି ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୨୦୪
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୩୧୮
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୩୧୩ (ଜ୍ୟାକ୍‌ କ୍ରଲି-୭୬, ଡୋମିନିକ୍‌ ସିବ୍‌ଲି-୫୦, ବେନ୍‌ ଷ୍ଟୋକ୍ସ-୪୬, ରୋରି ବନର୍‌ସ-୪୨, ଶାନନ ଗାବ୍ରିଲ-୫/୭୫, ଅଲ୍‌ଜାରି ଯୋସେଫ୍‌-୨/୪୫, ରୋଷ୍ଟନ ଚେଜ୍‌-୨/୭୧)।
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ: ୨୦୦/୬ (ଜର୍ମେନ ବ୍ଲାକ୍‌ଉଡ-୯୫, ରୋଷ୍ଟନ ଚେଜ୍‌-୩୭, ଜୋଫ୍ରା ଆର୍ଚର-୩/୪୫, ବେନ୍‌ ଷ୍ଟୋକ୍ସ-୨/୩୯)।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri