Posted inଜାତୀୟ

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ହଲଚଲ: ରାଜ୍ୟପାଳ ସି ଭି ଆସନ୍ଦ ବୋଷଙ୍କ ଇସ୍ତଫା, ମମତା କହିଲେ…

କୋଲକାତା,୫।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବଡ଼ ହଲଚଲ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ରାଜ୍ୟପାଳ ସି ଭି ଆନନ୍ଦ ବୋଷ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦିଲ୍ଲୀ ଗସ୍ତରେ ଥିବା ସମୟରେ ସେ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ରିପୋର୍ଟ ମୁତାବକ ତାମିଲନାଡୁ ରାଜ୍ୟପାଳ ଆର.ଏନ. ରବିଙ୍କୁ ବର୍ତ୍ତମାନ ପଶ୍ଚିମବଙ୍ଗର ଅସ୍ଥାୟୀ ରାଜ୍ୟପାଳ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।
ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ହେବା ପରେ, ୨୩ ନଭେମ୍ବର ୨୦୨୨ରେ ସି ଭି ଆନନ୍ଦ ବୋଷଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ସେ ପ୍ରାୟ ୩ ବର୍ଷ ୫ ମାସ ଏହି ପଦରେ ରହିଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ସେ ମମତା ବାନାର୍ଜୀଙ୍କ ସରକାରର ନୀତିକୁ ନେଇ ବେଶ ମୁଖର ଥିଲେ, ଯାହାଫଳରେ ରାଜ୍ୟ ସରକାର ଓ ରାଜଭବନ ମଧ୍ୟରେ ଅନେକ ସମୟରେ ତିକ୍ତତା ଦେଖାଦେଇଥିଲା।
ଅପରପକ୍ଷେ ରାଜ୍ୟପାଳଙ୍କ ହଠାତ ଇସ୍ତଫା ଖବର ଶୁଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ କହିଛନ୍ତି, “ଏହି ଇସ୍ତଫା ପଛର କାରଣ ମୁଁ ଜାଣିନାହିଁ, କିନ୍ତୁ ନିର୍ବାଚନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ କୌଣସି ରାଜନୈତିକ ଫାଇଦା ପାଇଁ ରାଜ୍ୟପାଳଙ୍କ ଉପରେ ଚାପ ପକାଇଥାଇ ପାରନ୍ତି।” ଏଥିସହ ଆର୍‌.ଏନ୍‌. ରବିଙ୍କ ନିଯୁକ୍ତି ପୂର୍ବରୁ ତାଙ୍କ ସହ କୌଣସି ପରାମର୍ଶ କରାଯାଇ ନ ଥିବାରୁ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହା ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି ସେ ଅଭିହିତ କରିଛନ୍ତି।

ଅସ୍ଥାୟୀ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଆର.ଏନ. ରବି ଜଣେ ପୂର୍ବତନ ଆଇପିଏସ୍‌ ଅଫିସର ଏବଂ ସେ ସିବିଆଇ (CBI) ଓ ଆଇବି (IB) ରେ କାର୍ଯ୍ୟ କରିସାରିଛନ୍ତି। ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନଙ୍କ ସହ ତାଙ୍କର ବିବାଦ ସାରା ଦେଶରେ ଜଣାଶୁଣା। ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଜଣେ ପୂର୍ବତନ ପୋଲିସ ଅଫିସରଙ୍କୁ ରାଜ୍ୟପାଳ ଦାୟିତ୍ୱ ମିଳିବା ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା

ବୁଗୁଡା,୫ା୩(କାଳିଚରଣ ଦାଶ): ବୁଗୁଡ଼ା ଥାନା ବାଲିପଦର ଗ୍ରାମରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।…

ଲଗାତର ଦୁଇ ଥର ଫାଇନାଲ ଖେଳିବ ଭାରତ

ମୁମ୍ବାଇ,୫।୩: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ଉପଯୋଗୀ ଅବଦାନ ବଳରେ ଭାରତ ଗୁରୁବାର ଅନୁଷ୍ଠିତ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ…

ଅକ୍ଷର ପଟେଲ ସାଜିଲେ ‘ସୁପରମ୍ୟାନ୍‌’: ୨୪ ମିଟର ପଛକୁ ଦୌଡ଼ି ଧରିଲେ ଏମିତି ଅସମ୍ଭବ କ୍ୟାଚ୍‌, ସ୍ତବ୍ଧ ହୋଇଗଲା…

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍‌ ୨୦୨୬ର ପ୍ରତିଟି ମ୍ୟାଚରେ ଚମତ୍କାର କ୍ୟାଚ୍‌ ଦେଖିବାକୁ ମିଳୁଛି। କିନ୍ତୁ ସେମିଫାଇନାଲ ଭଳି ହାଇ-ଭୋଲଟେଜ ମ୍ୟାଚ୍‌ରେ ଅକ୍ଷର ପଟେଲ ଯେଉଁ କ୍ୟାଚ ଧରିଛନ୍ତି,…

ଓ୍ବାଙ୍ଖଡେରେ ଉଡ଼ିଲା ଭାରତର ବିଜୟ ପତାକା: ଫାଇନାଲରେ ନ୍ୟୁଜିଲାଣ୍ଡ ସହ ହେବ ମହାଲଢ଼େଇ

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ ୨୦୨୬ରେ ଭାରତ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ସହ ଭାରତ…

IND vs ENG: ଇଂଲଣ୍ଡ ଉପରେ ଲାଗିଲା ୭୪ ରନ୍‌ର ‘ପେନାଲ୍ଟି’! ସେମିଫାଇନାଲରେ ଗୋଟିଏ ଭୁଲ ପାଇଁ ହାତରୁ ମ୍ୟାଚ୍‌ ଗଲା 

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍‌ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ପ୍ରଦର୍ଶନ ଦେଖିବାକୁ ମିଳିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ପ୍ରଥମେ…

ଆସାମରେ ସୁଖୋଇ-୩୦ ଯୁଦ୍ଧବିମାନ ନିଖୋଜ; ରାଡାରରୁ ସମ୍ପର୍କ ବିଚ୍ଛିନ୍ନ, କ୍ରାଶ୍‌ ହୋଇଥିବା ସନ୍ଦେହରେ…

ଗୁଆହାଟୀ,୫।୩: ଆସାମରେ ଭାରତୀୟ ବାୟୁସେନାର ଏକ ସୁଖୋଇ-୩୦ MKI (Su-୩୦ MKI) ଯୁଦ୍ଧ ବିମାନ ରାଡାରରୁ ନିଖୋଜ ହୋଇଯାଇଛି। ବିମାନଟି ସହ ବାୟୁସେନାର ସମ୍ପର୍କ ବିଚ୍ଛିନ୍ନ ହୋଇଥିବା…

ବଡ଼ ଉପଲବ୍ଧି: କୋହଲିଙ୍କ ସମକକ୍ଷ ହେଲେ ସଞ୍ଜୁ ସାମସନ

ମୁମ୍ବାଇ,୫।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ସଞ୍ଜୁ ସାମସନ ୪୨ ବଲରେ ୮୯ ରନ୍‌ କରିଥିଲେ। ଟି୨୦ ବିଶ୍ୱକପ୍‌ ନକ୍‌ଆଉଟ୍‌ ମ୍ୟାଚ୍‌ରେ ସଞ୍ଜୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର…

ଭାରି ପଡ଼ିଲା ଜିଦ୍‌: ସଞ୍ଜୁ ସାମସନଙ୍କ ବୁଝାଇବା ସତ୍ତ୍ୱେ ମାନିଲେ ନାହିଁ ଅଭିଷେକ, ଘଟିଲା ଏମିତି 

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲରେ ଯୁବ ବ୍ୟାଟର ଅଭିଷେକ ଶର୍ମା ପୁଣିଥରେ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ମାତ୍ର ୭ଟି ବଲ୍‌ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri