ମୁଁ ରାଜନୀତି ଛାଡିଦେବି, କାନ ଧରି ଉଠ୍‌-ବସ୍‌ ହେବେ ମୋଦି: କାହିଁକି ଏମିତି କହିଲେ ଦିଦି

କୋଲକତା,୧୪।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ଏବେ ରାଜନୀତି ସରଗରମ ଅଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଆୟୋଗ ଦ୍ୱାରା ନିଷେଧାଦେଶ ପାଳନ କରିବା ପରେ ବାରସାତରେ ଏକ ନିର୍ବାଚନ ରାଲି କରିଥିଲେ। ଏହି ଅବସରରେ ଟିଏମସି ସୁପ୍ରିମୋ ମମତା ମୋଦି ଜଣେ ମିଥ୍ୟାବାଦୀ … ପ୍ରଧାନମନ୍ତ୍ରୀ ଜଣେ ମିଥ୍ୟାବାଦୀ … ନାରା ଦେଇଥିଲେ। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି।
ସୂଚନାଯୋଗ୍ୟ, ନରେନ୍ଦ୍ର ମୋଦି କୃଷ୍ଣନଗରରେ ଏକ ରାଲିରେ କହିଥିଲେ ଯେ, ମମତା ଦିଦି ମାତୁଆ ସମ୍ପ୍ରଦାୟ ପାଇଁ କିଛି କରିନାହାଁନ୍ତି। ଏହାର ଜବାବରେ ମମତା କହିଛନ୍ତି, ମୁଁ ସର୍ବସାଧାରଣରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ଗ୍ରହଣ କରୁଛି, ଯଦି ମୁଁ ସେମାନଙ୍କ ପାଇଁ କିଛି କରି ନାହିଁ, ତେବେ ମୁଁ ରାଜନୀତି ଛାଡି ଦେବି, ଯଦି ତୁମେ ମିଛ କହୁଛ ପ୍ରମାଣିତ ହୁଏ ତେବେ ତୁମେ କାନ ଧରି ଏକ ସଭାରେ ଉଠ୍‌-ବସ୍‌ ହେବ। ଭାଜପା ମୋତେ ପ୍ରଚାରରୁ ନିବୃତ୍ତ କରିବାକୁ ଚାହୁଁଛି, କାରଣ ସେମାନେ ଆସୁଥିବା ପରାଜୟ ବିଷୟରେ ଅବଗତ ଅଛନ୍ତି। ଏହି କାରଣରୁ ନିର୍ବାଚନ ଆୟୋଗ ମୋ ଉପରେ ୨୪ ଘଣ୍ଟା ପ୍ରଚାର ନିଷେଧ ଲଗାଇଥିଲେ ବୋଲି ମମତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇରେ ଶେଷ ହେବ ଦ୍ୱିତୀୟ ଲହର

ନୂଆଦିଲ୍ଲୀ, ୨୦।୫: କରୋନାର ଦ୍ୱିତୀୟ ଲହର ଚଳିତ ବର୍ଷ ଜୁଲାଇ ସୁଦ୍ଧା ଶେଷ ହୋଇଯିବ। ଏହାର ୬ରୁ ୮ ମାସ ପରେ ମହାମାରୀର ତୃତୀୟ ଲହର...

ପୋଲିସକୁ ୫୦ହଜାର ଟଙ୍କା ଦାନ କଲେ ୩ବର୍ଷର ବାଳକ

ମୁମ୍ବାଇ,୧୩।୫: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ସରକାରଙ୍କୁ ସବୁ ବର୍ଗର ଲୋକେ ସହାୟତାର ହାତ ବଢ଼ାଉଛନ୍ତି। ଇତିମଧ୍ୟରେ...

କମର୍ସ ପଢ଼ି ଡାକ୍ତରଙ୍କୁ କରୋନା ଉପରେ ଶିକ୍ଷା ଦେବ- ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୩୦।୪ : କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ଔଷଧ ପ୍ରେସକ୍ରାଇବ୍‌ କରିବାକୁ ଚାହୁଁଥିବା ଜଣେ ବ୍ୟକ୍ତିଙ୍କ ଉପରେ ୧ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ। କଲିକତା ହାଇକୋର୍ଟ...

ସିନ୍ଧୁ ଜଳ କମିଶନ ବୈଠକ, ଇସଲାମାବାଦ୍‌ ଯିବେ ଭାରତୀୟ ପ୍ରତିନିଧି ଦଳ…

ନୂଆଦିଲ୍ଲୀ,୨୧।୨ : ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ସିନ୍ଧୁ କମିଶନର ବାର୍ଷିକ ବୈଠକ, ମାର୍ଚ୍ଚ ୧ ରୁ ୩ ପର୍ଯ୍ୟନ୍ତ ଇସଲାମାବାଦ୍‌ରେ ଅନୁଷ୍ଠିତ ହେବ। ଏହି...

ଶିବରାତ୍ରୀ ଅବସରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଲେଖି ଶୁଭେଚ୍ଛା ଜଣାଇଲେ ମୁସଲିମ୍‌ ମହିଳା

ନୂଆଦିଲ୍ଲୀ,୨୧।୨: ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଛି। ବିଭିନ୍ନ ଶୈବପୀଠରେ ପଞ୍ଚାକ୍ଷରୀ ମନ୍ତ୍ରରେ ଗୁଞ୍ଜରି ଉଠୁଥିବା ବେଳେ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି।...

ଜନ ସମର୍ଥ ପୋର୍ଟାଲ ଲୋକାର୍ପିତ…

ନୂଆଦିଲ୍ଲୀ, ୬।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ ପୋର୍ଟାଲ ପାଇଁ କ୍ରେଡିଟ ଲିଙ୍କଡ ସରକାରୀ ଯୋଜନା ଜନ ସମର୍ଥ ପୋର୍ଟାଲ ଲୋକାର୍ପିତ କରିଛନ୍ତି। ପ୍ରଧାନମନ୍ତ୍ରୀ...

ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ, ପୁଲଓ୍ବାମା ଆକ୍ରମଣରେ କିଏ ଲାଭବାନ ହୋଇଛି

ନୂଆଦିଲ୍ଲୀ,୧୪।୨: ପୁଲଓ୍ବାମା ଆକ୍ରମଣର ବର୍ଷପୂର୍ତ୍ତୀ ଅବସରରେ ଶହୀଦ ଯବାନଙ୍କୁ ସାରା ଦେଶ ମନେ ପକାଉଛି। ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ...

ବିମାନ କମ୍ପାନୀଙ୍କୁ ୨୮ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଲେ ଡିଜିସିଏ…

ନୂଆଦିଲ୍ଲୀ, ୧୯।୭ : ଉଡ଼ାଣ ସମୟରେ ବିମାନରେ ଘଟୁଥିବା ତ୍ରୁଟି କ୍ରମାଗତ ବଢ଼ିବାରେ ଲାଗିଛି। ଏସମ୍ପର୍କରେ ଡିଜିସିଏ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଡିଜିସିଏ ଜୁଲାଇ...

Advertisement
Archives

Model This Week