କାମ କରିବାକୁ ଯାଇଥିଲେ ଚେନ୍ନାଇ: ଗାଁକୁ ଫେରିଲା ମୃତଦେହ

ଦାରିଙ୍ଗବାଡ଼ି,୧୬ା୧୦(ଡି.ଏନ୍‌.ଏ): ଚେନ୍ନାଇକୁ କାମ କରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ରବିବାର ନିଜ ଗାଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତର ସାସିଗାଡ଼ାରେ ପହଞ୍ଚିଛି। ସେ ହେଲେ ଉକ୍ତ ଗାଁର ବିପିନ ମଲ୍ଲିକଙ୍କ ପୁଅ ରତନ(୧୮)।

ସୂଚନାଯୋଗ୍ୟ, ରତନ କିଛିମାସ ତଳେ ଚେନ୍ନାଇ ଯାଇ ଏକ ଆଲୁମିନା କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ ବୁଧବାର ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ସେ ଗ୍ରାମକୁ ଆସିବା ପାଇଁ କମ୍ପାନୀରୁ ଏକ ବସ୍‌ ଯୋଗେ ରେଳଷ୍ଟେଶନ ଆସୁଥିଲେ। ହେଲେ ରାସ୍ତାରେ ରତନଙ୍କ ମୃତ୍ୟୁ ଘଟିଥିଲା। ବସ୍‌ କର୍ମଚାରୀଙ୍କଠାରୁ ଖବର ପାଇ ସେଠାକାର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ରତନଙ୍କ ପରିବାର ଏବଂ କମ୍ପାନୀକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା।

ହେଲେ ଦାରିଙ୍ଗବାଡ଼ି ଅଞ୍ଚଳର କାର୍ଯ୍ୟରତ କିଛି ଶ୍ରମିକ ଏବଂ ଉକ୍ତ କମ୍ପାନୀର କର୍ମଚାରୀ ଥାନାରେ ପହଞ୍ଚି ରତନଙ୍କୁ ଚିହ୍ନଟ କରିବା ସହ ଲିଖିତ ଭାବେ ଜଣାଇବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ଗାଁକୁ ଆଣିବା ପାଇଁ ସମସ୍ତ ଆଇନଗତ ପ୍ରକ୍ରିୟା କରାଯାଇଥିଲା। କମ୍ପାନୀର ସହଯୋଗ କ୍ରମେ କାର୍ଯ୍ୟରତ ଶ୍ରମିକମାନେ ମୃତଦେହ ଧରି ସାସିଗାଡ଼ାରେ ପହଞ୍ଚିଥିଲେ। ଘରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବିଡିଓ ଗଦାଧର ପାତ୍ର ରତନଙ୍କ ପରିବାର ଲୋକଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ଚେକ୍‌ ଆକାରରେ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

୨୦୨୬ରେ ରାହୁ ଗୋଚର: ଏହି ୩ ରାଶିର ବଦଳିବ ଭାଗ୍ୟ, ୩ ରାଶିର ଭାଗ୍ୟ ଖରାପ

ନୂଆଦିଲ୍ଲୀ,୧୩।୧୨: ୨୦୨୬ ବର୍ଷ କିଛି ରାଶି ପାଇଁ ପରିବର୍ତ୍ତନଶୀଳ ବର୍ଷ ହୋଇପାରେ। ନୂତନ ବର୍ଷରେ ରାହୁ ଦୁଇଥର ନିଜର ସ୍ଥାନ ପରିବର୍ତ୍ତନ କରିବେ। ସମ୍ପତ୍ତି ଲାଭ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

ନିଜକୁ ଶ୍ରମିକ କହିଲେ ମୋଦି, ଏନଡିଏ ସାଂସଦଙ୍କୁ କଣ ଗୁରୁମନ୍ତ୍ର ଦେଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ଏନଡିଏ ସାଂସଦଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି । ମିଡ଼ିଆ ରିପୋର୍ଟ ଅନୁସାରେ, ବୈଠକ ସକରାତ୍ମକ ଏବଂ...

ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ କଡ଼ା ସୁରକ୍ଷାରେ ଚାଲିଛି ଗ୍ରାମସଭା: ଗ୍ରାମବାସୀଙ୍କ ଏସବୁ ଦାବି ପୂରଣ ନ ହେଲେ…

ପାଟଣା,୧୨ା୧୨(ବୀରକିଶୋର ଦାଶ): ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଭୃଙ୍ଗରାଜପୋଷିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗ୍ରାମସଭା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଆମ ଭିଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri