ପ୍ରାତଃ ଭ୍ରମଣ ପାଇଁ ଯାଇଥିଲେ: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜୀବନ

ପାରଳାଖେମୁଣ୍ଡି:୨୪।୩(ଡି.ଏନ୍‌.ଏ.): ଗଜପତି ଜିଲା ଗୋସାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମରେ ଏକ ଅଜଣା ଗାଡ଼ି ଧକ୍କାରେ ବୁଧବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗରବନ୍ଧା ଥାନା ଅନ୍ତର୍ଗତ ଶାସନପୁରୁ ଗ୍ରାମର ନାରାୟଣ ରାଓ।
ପ୍ରକାଶ ଯେ, ନାରାୟଣ ପ୍ରାତଃ ଭ୍ରମଣ ପାଇଁ ଘରୁ ବାହାରି ଥିଲେ। କିନ୍ତୁ ସେହି ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେବା ଯୋଗୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଗାରବନ୍ଧ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।