କେସିଙ୍ଗ,୯।୧୧(ତୁମେଶ୍ୱର ସାହୁ): ଦିଲ୍ଲୀରୁ ଆସିଥିବା ୧୨ ଜଣିଆ ପ୍ରଶାସନିକ ଅଧିକାରୀଙ୍କୁ କେସିଙ୍ଗା ରେଲୱେ ଷ୍ଟେଶନରେ ସ୍ବାଗତ କରାଯାଇଛି। କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ରବିବାର ସକାଳେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇ ଥିଲା। ସେହି ୧୨ ଜଣିଆ ଅଧିକାରୀ ହେଲେ, ଉମେଶ କୁମାର ମିନା, ଛାୟା କୁମାରୀ, ଅକ୍ଷତ ମଣ୍ଡିୱାଲା, ନେହା କର୍ , ଷେୟାସ ରାଓ ଜି, ଗୁରକନଓ୍ବାଲ ସିଂ, ଜାଭେଦ ଅହମଦ୍ ଖାନ, ରାଗିଣୀ ଗୋୟଲ, ଅଭିଷେଖ ଚୌଧୁରୀ,ବିକାଶ କୁମାର ମୀନା, ସଞ୍ଜୟ ଶଶିକାନ୍ତ କୌଜଲାଗ ିଏବଂ ଗୋ ସିକା ପିଆର। ପରେ ବ୍ଲକ କାର୍ଯ୍ୟାଳୟକୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି।
ଜିଲାରୁ ଆସିଥିବା ଏପଡି ବିମ୍ବାଧର ଶବର, ଜିଲା କଲଚର ଅଫିସର ବିବେକ ମହାନନ୍ଦ, କେସିଙ୍ଗା ବି ଜନ୍ମେଜୟ ସ୍ବାଇଁ, କନିଷ୍ଠ ଯନ୍ତ୍ରୀ ଜଳେଶ୍ୱର ନାଏକ, ଯୋଗେଶ୍ୱରୀ ଭୋଇ, ସ୍ଥିତି ପ୍ରଜ୍ଞା ମୋଲା, ତ୍ରିଲୋଚନ ବେହେରା, ପ୍ରମୁଖ ସମସ୍ତ ବ୍ଲକ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଜିଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତର ସୂଚନା ପତ୍ର ଏପିଡ଼ି ପ୍ରଦାନ କରିଥିଲେ। ପରେ ଭବାନୀପାଟଣା ଅଭିମୁଖେ ଯାଇଥିଲେ। ସେଠାରେ ୬ ଦିନ ରହି ଜିଲାର ବିଭିନ୍ନ ବ୍ଲକ,ପଞ୍ଚାୟତ କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହଛି। ଏନେଇ ଜିଲା କଲଚର ଅଫିସର ବିବେକ ମହାନନ୍ଦ ସୂଚନା ଦେଇଛନ୍ତି।

