ପ୍ରିୟଜନଙ୍କୁ ହରାଇବା ପରେ ସମ୍ପତ୍ତି,EPF,FD,MFରେ ଜମା ଟଙ୍କାକୁ କେମିତି କରିବେ କ୍ଲେମ୍‌? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା…

ନୂଆଦିଲ୍ଲୀ,୯।୧୧: କୌଣସି ପ୍ରିୟଜନଙ୍କୁ ହରାଇବା ପରେ ତାଙ୍କ ଅଭାବ ସବୁଦିନ ରହିଥାଏ। ହେଲେ ଯଦି ଆପଣ ତାଙ୍କର ଉତ୍ତରାଧିକାରୀ ଏବଂ ଆପଣଙ୍କ ନିକଟରେ ସଠିକ ସୂଚନା ରହିଛି ତେବେ ସେ ଉପାର୍ଜନ କରିଥିବା ସମ୍ପତ୍ତି, ଇପିଏଫ୍‌, ଏଫ୍‌ଡି, ଏବଂ ନିବେଶ ଉପରେ ଦାବି କରିବାରେ ଅସୁବିଧା ହେବ ନାହିଁ। ଭାରତରେ ପ୍ରତ୍ୟେକଟିକୁ କ୍ଲେମ କରିବାର ପ୍ରକ୍ରିୟା ଏବଂ ଦସ୍ତାବିଜ ଭିନ୍ନ। ଆସନ୍ତୁ ସେ ବିଷୟରେ ବିଶେଷ ଭାବେ ଜାଣିବା।

ବ୍ୟାଙ୍କ୍ ଆକାଉଣ୍ଟ୍ ଓ ଏଫ୍‌ଡିର ଟଙ୍କା ଦାବି କରନ୍ତୁ

  • ଯଦି ନୋମିନି କିମ୍ବା ଜଏଣ୍ଟ୍ ଆକାଉଣ୍ଟ୍ ଅଛି: ପ୍ରକ୍ରିୟା ସହଜ। ନମିନି କିମ୍ବା ଜଏଣ୍ଟ୍ ହୋଲ୍ଡର୍ ମୃତ୍ୟୁ ପ୍ରମାଣପତ୍ର + ନିଜ KYC ବ୍ୟାଙ୍କ୍‌ରେ ଦାଖଲ କରି ଟଙ୍କା ପାଇପାରିବେ।
  • ଯଦି କିଛି ନାହିଁ: ବ୍ୟାଙ୍କ୍ ଉତ୍ତରାଧିକାର ପ୍ରମାଣପତ୍ର (Succession Certificate) କିମ୍ବା ଲିଗାଲ୍ ହିୟର୍ ସର୍ଟିଫିକେଟ୍ ଦାବି କରିବ। ଏହା ପ୍ରଦାନ କଲେ ଟଙ୍କା ଛଡ଼ାଯିବ।

ସମ୍ପତ୍ତିର ଟ୍ରାନ୍ସଫର୍ ଓ ମ୍ୟୁଟେସନ୍ଉତ୍ତରାଧିକାରୀମାନେ ମ୍ୟୁଟେସନ୍ ପାଇଁ ଆବେଦନ କରିବେ। ସ୍ଥାନୀୟ ଭୂମି/ପୌର ରେକର୍ଡରେ ମାଲିକାନା ହସ୍ତାନ୍ତର।

  • ଜରୁରୀ ଦସ୍ତାବିଜ୍: ମୃତ୍ୟୁ ପ୍ରମାଣପତ୍ର, KYC, ମୂଳ ଦଲିଲ୍, ଉତ୍ତରାଧିକାର ପ୍ରମାଣ।
  • ମ୍ୟୁଟେସନ୍ ପରେ: ସମ୍ପତ୍ତି ବେଚିବା କିମ୍ବା ହସ୍ତାନ୍ତର କାନୁନୀ ହେବ।

ବ୍ୟାଙ୍କ୍ ଲକର୍ ଦାବିଲକର୍ ଖୋଲିବା ଜଟିଳ।

  • ଦସ୍ତାବିଜ୍: ମୃତ୍ୟୁ ପ୍ରମାଣପତ୍ର, KYC, ଦାବି ଫର୍ମ।
  • ଯଦି ଉଇଲ୍ ଅଛି: କୋର୍ଟ ନିର୍ଦ୍ଦେଶ ଅନୁସାରେ ବ୍ୟାଙ୍କ୍ କାର୍ଯ୍ୟ କରିବ।
  • ଉଇଲ୍ ନାହିଁ: ଉତ୍ତରାଧିକାର ପ୍ରମାଣପତ୍ର ଦରକାର।
  • ଚାବି ହଜିଗଲେ: ସାକ୍ଷୀ ସାମ୍ନାରେ ଲକର୍ ଭାଙ୍ଗି, ଜିନିଷର ରେକର୍ଡ ରଖି, ବକେୟା ଶୁଳ୍କ କାଟି ସଠିକ୍ ଦାବିଦାରଙ୍କୁ ଦିଆଯିବ।

ଇପିଏଫ୍ (EPF)ର ଟଙ୍କା ଦାବିସଦସ୍ୟଙ୍କ ମୃତ୍ୟୁ ପରେ:

  • ଦାବି ପ୍ରକ୍ରିୟା: UMANG ଆପ୍ କିମ୍ବା ଇପିଏଫ୍ ଅଫିସ୍‌ରେ ଦାଖଲ।
  • କିଏ ଦାବି କରିପାରିବ: ନୋମିନି କିମ୍ବା କାନୁନୀ ଉତ୍ତରାଧିକାରୀ।
  • ଲାଭ: ପିଏଫ୍ ବାକି, ପେନସନ୍, EDLI ବୀମା।
  • ଚ୍ୟାଲେଞ୍ଜ: ପୁରୁଣା ଆକାଉଣ୍ଟ୍ (UAN ପୂର୍ବରୁ) ଖୋଜିବା କଷ୍ଟକର। ରୋଜଗାର ରେକର୍ଡ ଓ UAN ସୁରକ୍ଷିତ ରଖନ୍ତୁ।

ମ୍ୟୁଚୁଆଲ୍ ଫଣ୍ଡ୍ ଦାବି

  • ନୋମିନି ଥିଲେ: ଦାବି ଫର୍ମ + ମୃତ୍ୟୁ ପ୍ରମାଣପତ୍ର ଫଣ୍ଡ୍ ହାଉସ୍‌କୁ ଦେଇ ୟୁନିଟ୍ ବିକ୍ରି କିମ୍ବା ଟ୍ରାନ୍ସଫର୍ କରିପାରିବେ।
  • ନୋମିନି ନ ଥିଲେ: ଅତିରିକ୍ତ ଦସ୍ତାବିଜ୍। ଉଇଲ୍ ନଥିଲେ ହିନ୍ଦୁ ଉତ୍ତରାଧିକାର ଆଇନ୍ କିମ୍ବା ଭାରତୀୟ ଉତ୍ତରାଧିକାର ଆଇନ୍ ଅନୁସାରେ ବଣ୍ଟନ।

ଦାବି ଆରମ୍ଭ ପୂର୍ବରୁ ଏହା କରନ୍ତୁ

  1. ମୃତ୍ୟୁ ପ୍ରମାଣପତ୍ର: ଯଥେଷ୍ଟ ପ୍ରମାଣିତ କପି ତିଆରି କରନ୍ତୁ।
  2. ନୋମିନି ରେକର୍ଡ: ସବୁ ଆକାଉଣ୍ଟ୍ ଓ ନିବେଶରେ ଅପଡେଟ୍ ରଖନ୍ତୁ।
  3. ଉଇଲ୍ (Will): କାନୁନୀ ଉଇଲ୍ ତିଆରି କଲେ ସବୁ ଜଟିଳତା ଏଡ଼ାଇ ପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri