ଭୁବନେଶ୍ୱର,୨୫।୭: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ୨୦୨୩-୨୪ ଶିକ୍ଷା ବର୍ଷରେ ଆଡମିଶନ ଗ୍ରହଣ କରିଥିବା ବିଭିନ୍ନ ବିଭାଗ ଯଥା ଆଇନ, ବାଣିଜ୍ୟ, ବିଜ୍ଞାନ ଏବଂ ହ୍ୟୁମାନିଟିଜ ଓ ଆପ୍ଲାଏଡ ସାଇନ୍ସର ନବାଗତ ଛାତ୍ରୀଛାତ୍ରଙ୍କ ପାଇଁ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ସି.ଏମ.ଏ ଶିବ ପ୍ରସାଦ ପାଢ଼ୀ, ପୂର୍ବତନ ଚେୟାରମ୍ୟାନ, ଆଇସିଏଆଇ, ଭୁବନେଶ୍ୱର, ଡ. କିରଣ କୁମାର ପ୍ରଧାନ, ରେଜିଷ୍ଟ୍ରାର ଓ ଆରଇଏଟି ପ୍ରଫେସର ଜୟଦେବ ପତି, ସୋଆ ୟୁନିଭରସିଟି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସେମାନଙ୍କର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ଏ ସମ୍ପର୍କରେ ବିଜିୟୁର ଭିସି ପ୍ରଫେସର ପି.ପି.ମାଥୁର କହିଥିଲେ, ସଫଳତାର ସ୍ବପ୍ନ ଛାତ୍ରୀଛାତ୍ରମାନେ ଦେଖିବା ଉଚିତ, ହେଲେ ସଫଳତା ପାଇଁ କଠିନ ପରିଶ୍ରମ ଓ ଅଧ୍ୟବସାୟର ମଧ୍ୟ ଭୂମିକା ରହିଛି। ସେହିଭଳି ବିଜିୟୁ ରେଜିଷ୍ଟ୍ରାର ବି.କେ.ଦାସ ଛାତ୍ରୀଛାତ୍ରମାନଙ୍କୁ ଶାରୀରିକ ଓ ମାନସିକ ଭାବେ ନିଜକୁ ଠିକ୍ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିଜିୟୁର ଡିନ୍ ଡ. ସାମସନ୍ ମହାରଣା ସ୍ବାଗତ ଅଭିଭାଷଣ ସହ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଡିନ୍ ଡ.ଲଳିତ କୁମାର ଦେବ ଆଇନ ଛାତ୍ରୀଛାତ୍ରମାନଙ୍କୁ ବିଷୟଭିତ୍ତିକ ପରାମର୍ଶମାନ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୟୁନିଭରସିଟିର ବିଭିନ୍ନ ସ୍କୁଲର ଡିନ୍, ଫାକଲଟି ମେମ୍ବର, ଅଭିଭାବକଙ୍କ ସମେତ ସମସ୍ତ ନବାଗତ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିଲେ। ଡ. ମାନସ କୁମାର ପାଲ ଉପସ୍ଥିତ ସଦସ୍ୟବୃନ୍ଦଙ୍କୁ ଧନ୍ୟବାଦ ସହ ନୂତନ ଶିକ୍ଷା ବର୍ଷ ପାଇଁ ଶୁଭେଚ୍ଛା ଜଣାଇଥିଲେ ା
ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …
ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...
ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍
ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି...
ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍ ଆସିଲା ଭାଲୁ : ପରେ…
ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...
ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା
କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...
ସଙ୍କଟରେ ପକ୍ଷୀକୁଳ
ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...
ଉଦ୍ଦେଶ୍ୟ ଓ ଉଦାସୀନତା
ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...
କାଠଗଡ଼ାକୁ ଯିବେ ରହମାନ୍ ଡକୈତ
ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...
ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ
ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...
Archives


