କଟକରେ ବିଗ୍‌ୱିଙ୍ଗ୍‌ର ନୂତନ ଆଉଟ୍‌ଲେଟ

ଭୁବନେଶ୍ୱର,୨୫।୭: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ଆଉ ଏକ ଏକ୍ସକ୍ଲୁସିଭ ବିଗ୍‌ଓ୍ବିଙ୍ଗ ଆଉଟଲେଟ ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି କଟକ ଲିଙ୍କ୍‌ରୋଡ୍‌ସ୍ଥିତ ଓଏସ୍‌ଏଲ୍‌ ଟାୱାର ନିକଟସ୍ଥ କଟକ ସେଣ୍ଟ୍ରାଲ ନାମରେ ଏହି ନୂଆ ଶୋ’ରୁମ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏଠାରେ ହୋଣ୍ଡା ବିଗଓ୍ବିଙ୍ଗର ସମସ୍ତ ନୂଆ ପ୍ରିମିୟମ୍‌ ମୋଟରସାଇକେଲ୍‌ର ସେଲ୍‌ସ ଓ ସର୍ଭିସ୍‌ ଉପଲବ୍ଧ। ସେହିଭଳି ବିଗ୍‌ୱିଙ୍ଗର ଉଚ୍ଚ ତାଲିମପ୍ରାପ୍ତ ପ୍ରଫେସନାଲମାନେ ଗ୍ରାହକଙ୍କୁ ଉପତ୍ାଦ ସମ୍ପର୍କିତ ସମସ୍ତ ପ୍ରଶ୍ନ କିମ୍ବା ଆସେସୋରିଜ୍‌ ଆବଶ୍ୟକତାର ସମାଧାନ କରୁଥିବାବେଳେ ବିଗ୍‌ୱିଙ୍ଗ ୱେବସାଇଟ୍‌ରେ ମଧ୍ୟ ସମସ୍ତ ବିବରଣୀ ଉପଲବ୍ଧ ରହିଛି। ସେଥିରେ ଅନଲାଇନ୍‌ ବୁକିଂ ବିକଳ୍ପ ରହିଛି, ଯାହା ଜରିଆରେ ଗ୍ରାହକମାନେ ନିଜ ସୁବିଧା ସ୍ଥାନରେ ରହି ବୁକିଂ କରିପାରୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ବିଗ୍‌ୱିଙ୍ଗ ଉପଲବ୍ଧ ରହିବ। ଅପରପକ୍ଷରେ ହୋଣ୍ଡା ହାଇନେସ୍‌ ସିବି୩୫୦ ଓ ସିବି୩୫୦ଆର୍‌ଏସ୍‌ କଷ୍ଟମାଇଜେସନ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି, ଯାହା ଜରିଆରେ ଗ୍ରାହକମାନେ ନିଜ ପସନ୍ଦର ଷ୍ଟାଇଲ୍‌ ଚୟନ କରିପାରୁଛନ୍ତି। ଗ୍ରାହକମାନଙ୍କ ପରିବର୍ତ୍ତିତ ଆବଶ୍ୟକତା ପୂରଣ କରିବା ଲାଗି ୬ପ୍ରକାର କଷ୍ଟମ୍‌ କିଟ୍‌ ରହିଛି। ହାଇନେସ୍‌ ସିବି୩୫୦ରେ ଚାରିଟି ଓ ସିବି୩୫୦ଆର୍‌ଏସ୍‌ରେ ଦୁଇଟି କଷ୍ଟମ୍‌ କିଟ୍‌ ରହିଛି। ଉଲ୍ଲେଖଯୋଗ୍ୟ,ଏହା ପୂର୍ବରୁ ଓଡ଼ିଶା ବଜାରରେ କମ୍ପାନୀର ଦୁଇଟି ବିଗ୍‌ୱିଙ୍ଗ ଶୋ’ରୁମ୍‌ ଭୁବନେଶ୍ୱର ଓ ଅନୁଗୋଳରେ ରହିଛି। ଏପରିକି ସାରା ଦେଶରେ୧୨୭ ରୁ ଅଧିକ ବିଗ୍‌ୱିଙ୍ଗ୍‌ ଟଚ୍‌ପଏଣ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?