ଭୁବନେଶ୍ୱର,୨୫।୭: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ୨୦୨୩-୨୪ ଶିକ୍ଷା ବର୍ଷରେ ଆଡମିଶନ ଗ୍ରହଣ କରିଥିବା ବିଭିନ୍ନ ବିଭାଗ ଯଥା ଆଇନ, ବାଣିଜ୍ୟ, ବିଜ୍ଞାନ ଏବଂ ହ୍ୟୁମାନିଟିଜ ଓ ଆପ୍ଲାଏଡ ସାଇନ୍ସର ନବାଗତ ଛାତ୍ରୀଛାତ୍ରଙ୍କ ପାଇଁ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ସି.ଏମ.ଏ ଶିବ ପ୍ରସାଦ ପାଢ଼ୀ, ପୂର୍ବତନ ଚେୟାରମ୍ୟାନ, ଆଇସିଏଆଇ, ଭୁବନେଶ୍ୱର, ଡ. କିରଣ କୁମାର ପ୍ରଧାନ, ରେଜିଷ୍ଟ୍ରାର ଓ ଆରଇଏଟି ପ୍ରଫେସର ଜୟଦେବ ପତି, ସୋଆ ୟୁନିଭରସିଟି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସେମାନଙ୍କର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ଏ ସମ୍ପର୍କରେ ବିଜିୟୁର ଭିସି ପ୍ରଫେସର ପି.ପି.ମାଥୁର କହିଥିଲେ, ସଫଳତାର ସ୍ବପ୍ନ ଛାତ୍ରୀଛାତ୍ରମାନେ ଦେଖିବା ଉଚିତ, ହେଲେ ସଫଳତା ପାଇଁ କଠିନ ପରିଶ୍ରମ ଓ ଅଧ୍ୟବସାୟର ମଧ୍ୟ ଭୂମିକା ରହିଛି। ସେହିଭଳି ବିଜିୟୁ ରେଜିଷ୍ଟ୍ରାର ବି.କେ.ଦାସ ଛାତ୍ରୀଛାତ୍ରମାନଙ୍କୁ ଶାରୀରିକ ଓ ମାନସିକ ଭାବେ ନିଜକୁ ଠିକ୍ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିଜିୟୁର ଡିନ୍ ଡ. ସାମସନ୍ ମହାରଣା ସ୍ବାଗତ ଅଭିଭାଷଣ ସହ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଡିନ୍ ଡ.ଲଳିତ କୁମାର ଦେବ ଆଇନ ଛାତ୍ରୀଛାତ୍ରମାନଙ୍କୁ ବିଷୟଭିତ୍ତିକ ପରାମର୍ଶମାନ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୟୁନିଭରସିଟିର ବିଭିନ୍ନ ସ୍କୁଲର ଡିନ୍, ଫାକଲଟି ମେମ୍ବର, ଅଭିଭାବକଙ୍କ ସମେତ ସମସ୍ତ ନବାଗତ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିଲେ। ଡ. ମାନସ କୁମାର ପାଲ ଉପସ୍ଥିତ ସଦସ୍ୟବୃନ୍ଦଙ୍କୁ ଧନ୍ୟବାଦ ସହ ନୂତନ ଶିକ୍ଷା ବର୍ଷ ପାଇଁ ଶୁଭେଚ୍ଛା ଜଣାଇଥିଲେ ା
ସୁରକ୍ଷାକର୍ମୀଙ୍କ ସାମ୍ନାରେ ହାତ ଯୋଡ଼ିଲେ ସଲମାନ; ଗଣେଶ ଦର୍ଶନ ପରେ…
ମୁମ୍ବାଇ: ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ…
ରାସନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ୍, ଏହି ଡକ୍ୟୁମେଣ୍ଟ ନ ଥିଲେ କଟିଯିବ…
ନୂଆଦିଲ୍ଲୀ,୧୮।୯: ଯଦି ଆପଣ ଏକ ନୂଆ ରାସନ କାର୍ଡ ତିଆରି କରିବାକୁ ଯାଉଛନ୍ତି କିମ୍ୱା ପୁରୁଣା କାର୍ଡରେ କୌଣସି ସଦସ୍ୟଙ୍କ ନାମ ଯୋଡ଼ିବା କିମ୍ୱା ହଟାଇବା ବିଷୟରେ…
ବୈଭବଙ୍କ ଭବିଷ୍ୟତ ଉପରେ ଗମ୍ଭୀରଙ୍କ ଚମକାଇଦେବା ବୟାନ, ଜାଣନ୍ତୁ କ’ଣ କହିଲେ…
ନୂଆଦିଲ୍ଲୀ,୧୮।୯: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ଶେଷ ହୋଇଛି। ଭାରତୀୟ ଦଳ ୩-୦ରେ ସିରିଜ କ୍ଲିନ ସୁଇପ କରିଛି। ତେବେ ସିରିଜରେ ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ…
ମାସେ ଯାଏ ସାବଧାନ ରୁହନ୍ତୁ ୩ ରାଶି! ଶନି-ସୂର୍ଯ୍ୟ ଏକାସାଙ୍ଗରେ କରିବେ କଲବଲ, ପାଖରୁ ପଳାଇବ ସବୁ ଟଙ୍କା!
ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ଅଧିପତି ଏବଂ ଶନିଙ୍କୁ କର୍ମ ଓ ନ୍ୟାୟର କାରକ ବୋଲି ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟ ଓ ଶନିଙ୍କ…
ଆସିଲା ବଡ଼ ଅପଡେଟ୍: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…
ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…
ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍, ECଙ୍କୁ ରାତିରେ ଦେଲେ…
କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…
ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…
ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…
ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

