ଭାରୋତ୍ତୋଳନ ପ୍ରତିଯୋଗିତା: ମୁନାଙ୍କୁ ରୌପ୍ୟ

ବ୍ରହ୍ମପୁର ଅଫିସ,୨୪।୩: ଭାରତୀୟ ଭାରୋତ୍ତୋଳନ ସଂଘ ପକ୍ଷରୁ ମାର୍ଚ୍ଚ ୧୯ରୁ ୨୧ ପର୍ଯ୍ୟନ୍ତ ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟଠାରେ ଜାତୀୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲାର ମୁନା ନାୟକ ୬୧ କେଜି ବର୍ଗରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ମୁନା ନିଜ ବର୍ଗରେ ବିଭିନ୍ନ ରାଜ୍ୟରୁ ଆସିଥିବା ୧୫ କ୍ରୀଡ଼ାବିତ୍‌ଙ୍କ ସହ ପ୍ରତିଯୋଗିତା କରିଥିଲେ। ସେ ୧୧୦ କେଜି ସ୍ନାଚ ଓ ୧୪୫ କେଜି କ୍ଲିନ ଜର୍କ କରିଥିଲେ। ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମର ମୁନା ଯୋଗୀ ନାୟକଙ୍କ ପୁଅ। ଗରିବ ପରିବାରରୁ ଆସିଥିବା ମୁନା ଏଯାବତ କୌଣସି ସରକାରୀ ସହାୟତା ପାଇନାହାନ୍ତି। ସହାୟତା ମିଳିିଲେ ତାଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପୂର୍ବ ପ୍ରସ୍ତୁତିରେ ସହାୟକ ହୋଇପାରନ୍ତା ବୋଲି ତାଙ୍କ ପୂର୍ବତନ କୋଚ୍‌ ସୀତା ଜେନା କହିଛନ୍ତି। ମୁନା ୨୦୧୪-୧୫ରେ ବ୍ରହ୍ମପୁର ଷ୍ଟାଡିୟମ କ୍ରୀଡ଼ା ଛାତ୍ରାବାସରେ ରହି ସୀତାଙ୍କଠାରୁ ତାଲିମ ନେଉଥିଲେ। ପରେ ସେ ୨୦୧୬ରୁ ୬ ବର୍ଷ ହେବ ମହାରାଷ୍ଟ୍ରର ପୁଣେସ୍ଥିତ ଆର୍ମି ସ୍ପୋର୍ଟ ଏକାଡେମୀରେ ରହି ଭାରୋତ୍ତୋଳନ କ୍ଷେତ୍ରରେ ପ୍ରଶିକ୍ଷିତ ହେବା ସହ ବହୁବାର ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ମେ’ ୨ରୁ ୧୦ ପର୍ଯ୍ୟନ୍ତ ଗ୍ରୀସ୍‌ଠାରେ ହେବାକୁ ଥିବା ବିଶ୍ୱସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତା ନିମନ୍ତେ ପଞ୍ଜାବ ପଟିଆଲାର ନେତାଜୀ ସୁଭାଷ ଜାତୀୟ କ୍ରୀଡ଼ା ଏକାଡେମୀରେ ଚାଲିଥିବା ଭାରୋତ୍ତୋଳନ ତାଲିମ କେନ୍ଦ୍ରରେ ଫେବୃୟାରୀ ୨୫ରୁ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ମୁନା ୨୦୧୯ରେ ପୁଣେରେ ଅନୁଷ୍ଠିତ ଦ୍ୱିତୀୟ ଖେଲୋ ଇଣ୍ଡିଆ ଭାରୋତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ, ଗୟାଠାରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ ୨୦୨୦ ଆସାମ ଦିଶପୁରଠାରେ ଅନୁଷ୍ଠିତ ତୃତୀୟ ଯୁବ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ୫୫ କେଜି ବର୍ଗରେ ବ୍ରୋଞ୍ଜ ପଦକ ସମେତ ବହୁ ପଦକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମୁଖ୍ୟ ବଜାରରେ ବୋମାମାଡ଼ : ଭୁବନେଶ୍ୱରରୁ ବନ୍ଧା ହେଲେ ୫

ଚିକିଟି, ୪ା୪(ପ୍ରକାଶ ଚନ୍ଦ୍ର ସାହୁ ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଗତ ମଙ୍ଗଳବାର ରାତି ସାଢେ ୮ଟାରେ ହୋଇଥିବା…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri