କନ୍ଦାଉଛି ରାସ୍ତା ପାର୍ଶ୍ୱ କଟକଣା

ଅନୁଗୋଳ ଅଫିସ, ୧୧।୧୧ – ମାତ୍ର ତିନିଦିନ ପରେ ଦୀପାବଳି। କରୋନା କାଳ ହୋଇ ନ ଥିଲେ ଏତେବେଳକୁ ଦୀପ ଓ ବାଣ ବ୍ୟବସାୟ ଶିଖର ଛୁଉଁଥାଆନ୍ତା। ରାସ୍ତା ପାର୍ଶ୍ୱରେ ଭଳିକି ଭଳି ଦୋକାନ ଚମକୁଥାନ୍ତା। ସକାଳୁ ସନ୍ଧ୍ୟା ଯାଏ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥାନ୍ତା। କିନ୍ତୁ ମହାମାରୀ କୋଭିଡ୍‌-୧୯ ପାଇଁ ଚଳିତବର୍ଷ ସବୁ ଉତ୍ସବ କଡ଼ା କଟକଣା ମଧ୍ୟରେ ପାଳନ କରାଯାଉଛି। ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ନିଷେଧ କରାଯାଇଛି। ଏପରି କି ରାସ୍ତା ପାର୍ଶ୍ୱରେ ବସି ଦୀପ ବିକିବାକୁ ମଧ୍ୟ ବାରଣ କରାଯାଇଛି। ହେଲେ ସଂକ୍ରମଣ ବୃଦ୍ଧି ରୋକିବାକୁ ଏହି ସରକାରୀ କଟକଣା ଦୀପ କାରିଗର, ବ୍ୟବସାୟୀଙ୍କୁ କନ୍ଦାଇବାରେ ଲାଗିଛି।
ଅନୁଗୋଳ ସହରକୁ ଛେଳିଆପଡ଼ା କୁମ୍ଭାର ସାହି ଦୀପ ଯୋଗାଇଥାଏ। ଦୀପାବଳି ପୂର୍ବରୁ ଏହି ଗାଁ ଚଳଚଞ୍ଚଳ ହୋଇଉଠେ। ଏଠାରେ ଥିବା ୩୦ରୁ ୪୦ ପରିବାର ଦେଢ଼ମାସ ପୂର୍ବରୁ ନିର୍ମାଣ କାର୍ଯ୍ୟରେ ଲାଗିପଡ଼ିଥାନ୍ତି। ଚାହିଦା ଅନୁସାରେ ଏହି କାରିଗରମାନେ କମ୍‌ ଅର୍ଥରେ ସାମଗ୍ରୀ ଯୋଗାଉଥିବାରୁ ବହୁ ଦୂରଦୂରାନ୍ତ ଗ୍ରାହକ, ବ୍ୟବସାୟୀମାନେ ଛେଳିଆପଡ଼ା ଆସିଥାନ୍ତି। ସାଧାରଣତଃ ଏହି ରାସ୍ତା ଦେଇ ଯାଉଥିବା ଲୋକେ ଗାଁ ଛକରେ ପସରା ମେଲାଇଥିବା କାରିଗରଙ୍କଠାରୁ ଦୀପ କିଣିଥାନ୍ତି। ଫଳରେ ଗୋଟିଏ ଗୋଟିଏ ପରିବାର ୧୦ରୁ ୧୫ ହଜାର ଦୀପ ବିକ୍ରି କରିଥାନ୍ତି। ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବାଣ ବିକ୍ରି ବନ୍ଦ ନିର୍ଦ୍ଦେଶ ଦେଇଥିବାରୁ ଦୀପ ବେପାର ଭଲ ହେବ ବୋଲି ସମସ୍ତେ ଆଶା କରିଥିଲେ। ସେଥିପାଇଁ କାରିଗରମାନେ ଗତବର୍ଷ ଅପେକ୍ଷା ଅଧିକ ଦୀପ ତିଆରି କରିଥିଲେ। ହେଲେ ସରକାର ରାସ୍ତା କଡ଼ରେ ଦୀପ ବିକ୍ରି ମନା ବୋଲି କହିବା ପରେ ହତାଶ ହୋଇପଡ଼ିଛନ୍ତି ଏହି କାରିଗର ଓ ବ୍ୟବସାୟୀ। ସରକାରଙ୍କ ଏହି କଟକଣା କେବଳ ଛେଳିଆପଡ଼ା ନୁହେଁ, ଅନୁଗୋଳ ଜିଲାର ଶତାଧିକ ଦୀପ ବ୍ୟବସାୟୀଙ୍କୁ ନିରାଶ କରିଛି। ବସ୍ତା ବସ୍ତା ଦୀପ ଧରି ଗାଁ ଛକ, ରାସ୍ତା ପାର୍ଶ୍ୱରେ ବେପାର କରୁଥିବା କାରିଗରମାନେ ଏବେ କେଉଁଠି ଓ କିପରି ଏହାକୁ ବିକି ପାରିଶ୍ରମିକ ଉଠାଇବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।
କାରିଗରଙ୍କ ପେଟ ପୋଡ଼ିଯାଉଛି
ଦୀପାବଳି ପାଇଁ ୬ରୁ ୭ ପ୍ରକାରର ୧୫ ହଜାର ଦୀପ ତିଆରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୦ ହଜାର ବିକ୍ରି ହୋଇଯିବା କଥା। କିନ୍ତୁ ସରକାରଙ୍କ ରାସ୍ତା ପାର୍ଶ୍ୱ କଟକଣା ଯୋଗୁ ଛକମାନଙ୍କରେ ବସିପାରୁନୁ। ଗାଁକୁ ଗ୍ରାହକ ଆସୁ ନ ଥିବାରୁ କାରିଗରଙ୍କ ପେଟ ପୋଡ଼ିଯାଉଛି।
-ତ୍ରିପୁର ମୁଦୁଲି, କାରିଗର, ଛେଳିଆପଡ଼ା
ପାରିଶ୍ରମିକ ମିଳିବ କି ନାହିଁ ଦ୍ୱନ୍ଦ୍ୱ
କରୋନା ଭୂତାଣୁ ପାଇଁ ଚଳିତବର୍ଷ ଉତ୍ସାହ ନାହିଁ କି ବେପାର ନାହିଁ। ଦୀପ ନେବାକୁ ବ୍ୟବସାୟୀ କିମ୍ବା ଖାଉଟିଙ୍କ ଦର୍ଶନ ମିଳୁନି। ଫଳରେ ଦିନରାତି ପରିଶ୍ରମ କରି ଗଢ଼ିଥିବା ଦୀପ ବାବଦ ପାରିଶ୍ରମିକ ଉଠିବ କି ନାହିଁ ତାହାକୁ ନେଇ କାରିଗରମାନେ ଦ୍ୱନ୍ଦ୍ୱରେ ଅଛନ୍ତି।
-ନିରଞ୍ଜନ ମୁଦୁଲି, କାରିଗର, ଛେଳିଆପଡ଼ା
ପୂର୍ବବର୍ଷ ଭଳି ବେପାର ନାହିଁ
ଟଙ୍କାଏ ଠାରୁ ଆରମ୍ଭ କରି କୋଡ଼ିଏ ଟଙ୍କା ପର୍ଯ୍ୟନ୍ତ ଦୀପର ମୂଲ୍ୟ ରଖାଯାଇଛି। କିଣିବାକୁ ଲୋକ ଆସୁଥିଲେ ମଧ୍ୟ ଗତବର୍ଷ ଭଳି ଅଧିକ ପରିମାଣର ବିକ୍ରି ହେଉନି। ହାତରେ ଆଉ ମାତ୍ର ୩ଦିନ ଥିବାରୁ ଚଳିତବର୍ଷ ବ୍ୟବସାୟ ସେପରି ହେବାର ସମ୍ଭାବନା ଦେଖାଯାଉ ନାହିଁ। ସରକାର ରାସ୍ତା ପାର୍ଶ୍ୱରେ ବିକ୍ରି ଉପରେ କଟକଣା ଲଗାଇ ନ ଥିଲେ ଭଲ ହୋଇଥାନ୍ତା।
-ରଜତ ବେହେରା, ବ୍ୟବସାୟୀ, ଜରାସିଂହା
ବ୍ୟବସାୟୀ, କାରିଗର ନିରାଶ
ବାଣ ବିକ୍ରି ଓ ଫୁଟାଯିବା ଉପରେ ଏଥର କଟକଣା ଲଗାଯାଇଥିବାରୁ ଦୀପର ଚାହିଦା ବଢ଼ିବ ବୋଲି ଆଶା ଥିଲା। କିନ୍ତୁ ବିକ୍ରି ସ୍ଥାନ ବଦଳିଥିବାରୁ ବେପାର ପ୍ରଭାବିତ ହେଉଛି। ସରକାର ରାସ୍ତାପାର୍ଶ୍ୱରେ ବିକ୍ରି ପାଇଁ ଅନୁମତି ଦେଇଥିଲେ ବ୍ୟବସାୟୀ, କାରିଗର ସମସ୍ତେ ଲାଭବାନ ହୋଇଥାନ୍ତେ।
-ଚିକୁନ୍‌ ସାହୁ, ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri