ଏମିତି ପିନ୍ଧନ୍ତୁ ଚଷମା

ବର୍ତ୍ତମାନ ଅଧିକାଂଶ ଯୁବତୀଯୁବକ ଚକ୍ଷୁ ସମସ୍ୟା କାରଣରୁ ଚଷମା ବ୍ୟବହାର କରୁଛନ୍ତି। ଆଉ କେହି କେହି ଧୂଳି ମଳି ଆଦିରୁ ଚକ୍ଷୁକୁ ସୁରକ୍ଷା ଦେବା ପାଇଁ ଅବା ଫ୍ୟାଶନ୍‌ ଲାଗି ଅନେକଙ୍କୁ ଚଷମା ପିନ୍ଧୁଥିବା ଦେଖିବାକୁ ମିଳୁଛି। ହେଲେ ଏହାକୁ ବ୍ୟବହାର କରୁଥିଲେ କେତୋଟି କଥା ପ୍ରତି ସଚେତନ ହେବା ନିହାତି
ଆବଶ୍ୟକ। ଜାଣିରଖନ୍ତୁ
ସେ ସମ୍ପର୍କରେ …

ପାଓ୍ବାର ହେଉ ଅବା ନ ହେଉ, ନୂଆ ଚଷମା ପିନ୍ଧିବା ପୂର୍ବରୁ ଚେକ୍‌ କରିନିଅନ୍ତୁ ଏହା ଆପଣଙ୍କୁ କମ୍ଫର୍ଟେବଲ୍‌ ହେଉଛି ବା ନାହିଁ। ନଚେତ୍‌ ଆପଣ ଏହାକୁ ପିନ୍ଧିବା ଦ୍ୱାରା ଚକ୍ଷୁରେ ବିଭିନ୍ନ ସମସ୍ୟା ଉପୁଜିପାରେ।
ବର୍ତ୍ତମାନ ବିଭିନ୍ନ ଡିଜାଇନ୍‌ ଫ୍ରେମ ଥିବା ଚଷମା ମାର୍କେଟ୍‌ରେ ଉପଲବ୍ଧ। ତେବେ ମନେରଖନ୍ତୁ ଏଭଳି ଚଷମା ଆଦୌ ବ୍ୟବହାର କରନ୍ତୁ ନାହିଁ, ଯାହାର ଫ୍ରେମ୍‌ ଭାରି। କାରଣ ଏହା ଦ୍ୱାରା ନାକ ଏବଂ କାନ ଉପରେ ଚାପ ପଡ଼ି ଯନ୍ତ୍ରଣା ହେବାର ଆଶଙ୍କା ରହିଛି।
ପିନ୍ଧିବା ଏବଂ କାଢ଼ିବା ସମୟରେ ସର୍ବଦା ଚଷମାକୁ ଦୁଇହାତରେ ଧରନ୍ତୁ। ନଚେତ୍‌ ଗୋଟିଏ ହାତରେ ଧରିଲେ ଫ୍ରେମ୍‌ ବଙ୍କା ହୋଇଯିବାର ଆଶଙ୍କା ରହିଛି। ଯାହାଦ୍ୱାରା ନା କେବଳ ପିନ୍ଧିବା ବେଳେ ଅସୁବିଧା ହୁଏ ବରଂ ଗ୍ଲାସ୍‌ ଆଗପଛ ବା ବଙ୍କା ରହିବା ଯୋଗୁ ଆଖିରେ ମଧ୍ୟ ପ୍ରେସର ପଡ଼ିଥାଏ।
ଚଷମା ଗ୍ଲାସ୍‌ରେ ବିଭିନ୍ନ ପ୍ରକାରର କୋଟିଂ ଆସୁଛି। ଏହାକୁ ମନଇଚ୍ଛା ନ କିଣି ଡାକ୍ତରଙ୍କ ପରାମର୍ଶ କ୍ରମେ କିଣନ୍ତୁ। ଯେପରି ଅଧିକ ସମୟ କମ୍ପ୍ୟୁଟରରେ କାମ କରିବାକୁ ହେଉଥିଲେ ଏହାର ହାନିକାରକ ଲାଇଟ୍‌ରୁ ସୁରକ୍ଷା ପାଇଁ ଆଣ୍ଟିଗ୍ଲେୟାର୍‌ କୋଟିଂଯୁକ୍ତ ଲେନ୍ସ, ବାରମ୍ବାର ବାହାରକୁ ଯିବାକୁ ହେଉଥିଲେ ସୂର୍ଯ୍ୟ କିରଣରେ ଆସୁଥିବା ଅଲ୍‌ଟ୍ରାଭାଓଲେଟ୍‌ ଲାଇଟ୍‌ରୁ ସୁରକ୍ଷା ପାଇଁ ଫୋଟୋକ୍ରୋମିକ୍‌ ଲେନ୍ସ ବ୍ୟବହାର କରିପାରିବେ।
ଗ୍ଲାସ୍‌ ଲେନ୍ସ ଥିବା ଚଷମାର ଓଜନ ଅଧିକ ହେବା ସହ ସ୍କ୍ରାଚ୍‌ ହେବାର ଆଶଙ୍କା ବେଶୀ। ତା’ଛଡା ଏହା ପଡ଼ିଗଲେ ଶୀଘ୍ର ଭାଙ୍ଗି ମଧ୍ୟ ଯାଇଥାଏ। ସେହିପରି ପ୍ଳାଷ୍ଟିକ୍‌ ଲେନ୍ସ ହାଲୁକା ହୋଇଥିଲେ ହେଁ ଶୀଘ୍ର ସ୍କ୍ରାଚ୍‌ ହୋଇଥାଏ। ତେଣୁ ଏହା ବଦଳରେ ରେଜିନ୍‌ ଲେନ୍ସ କିମ୍ବା ଟ୍ରିପ୍ଲେକ୍ସ ଲେନ୍ସ ବ୍ୟବହାର କରନ୍ତୁ, ଯାହାକି ହାଲୁକା ଲାଗିବା ସହ ପଡ଼ିଗଲେ ସହଜରେ ଭାଙ୍ଗି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri