ନବରାତ୍ରିରେ ମା’ ଦୁର୍ଗାଙ୍କ କୃପା ପାଇଁ ପିନ୍ଧନ୍ତୁ ଏସବୁ ରଙ୍ଗର ପୋଷାକ, ମିଳିବ ଶୁଭଫଳ

ଶାରଦୀୟ ନବରାତ୍ରି ୧୭ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି। ଏହି ନଅ ଦିନରେ ମା’ ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ। ନବରାତ୍ରିରେ ରଙ୍ଗଗୁଡ଼ିକର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ଯେ, ଏହି ନଅ ଦିନର ନଅଟି ରଙ୍ଗ ମାତା ଦୁର୍ଗାଙ୍କର ପ୍ରତ୍ୟେକ ରୂପ ପାଇଁ ଉତ୍ସର୍ଗୀକୃତ। ଯଦି ନବରାତ୍ରିରେ ମା’ଙ୍କ କୃପା ପାଇବାକୁ ଚାହାନ୍ତି ତେବେ ଏହି ରଙ୍ଗର ପୋଷାକ ପିନ୍ଧି ପୂଜା କରନ୍ତୁ। ଜାଣନ୍ତୁ ଏହି ରଙ୍ଗଗୁଡ଼ିକ ବିଷୟରେ।

ପ୍ରଥମ ଦିନ:ନବରାତ୍ରିର ପ୍ରଥମ ଦିନରେ ମା’ ଶୋଳପୁତ୍ରୀଙ୍କୁ ପୂଜା କରାଯାଏ। ଏହି ଦିନ ହଳଦିଆ ପୋଷାକ ପିନ୍ଧିବା ଉଚିତ୍‌। କୁହାଯାଏ ଯେ, ହଳଦିଆ ପୋଷାକ ପିନ୍ଧି ପୂଜା କଲେ ଶୁଭଫଳ ମିଳିଥାଏ।

ଦ୍ୱିତୀୟ ଦିନ:ଦ୍ୱିତୀୟ ଦିନରେ ମାତା ବ୍ରହ୍ମଚାରୀଣିଙ୍କୁ ପୂଜା କରାଯାଏ। ମାତା ବ୍ରବ୍ରହ୍ମଚାରୀଣି ସବୁଜ ରଙ୍ଗ ପସନ୍ଦ କରନ୍ତି। ତେଣୁ ସବୁଜ ପୋଷାକ ପିନ୍ଧ ଏହି ଦିନ ପୂଜା କରନ୍ତୁ।

ତୃତୀୟ ଦିନ:ତୃତୀୟ ଦିନରେ ମାତା ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ। ଏହି ଦିନ, ଆପଣ ବ୍ରାଉନ ପୋଷାକ ପିନ୍ଧି ମା’ ଦୁର୍ଗାଙ୍କୁ ଖୁସି କରିପାରିବେ।

ଚତୁର୍ଥ ଦିନ:ନବରାତ୍ରିର ଚତୁର୍ଥ ଦିନରେ ମାତା କୁଶ୍ମଣ୍ଡାଙ୍କୁ ପୂଜା କରାଯାଏ। ଦେବୀ କମଳା ରଙ୍ଗ ପସନ୍ଦ କରନ୍ତି । ଏହି ଦିନ, ଆପଣ କମଳା ରଙ୍ଗ ପିନ୍ଧି ମା’ ଦୁର୍ଗାଙ୍କୁ ପୂଜା କରିବା ଉଚିତ୍‌।

ପଞ୍ଚମ ଦିନ: ମାତା ସ୍କନ୍ଦମାତାଙ୍କୁ ପଞ୍ଚମ ଦିନରେ ପୂଜା କରାଯାଏ। ଏହି ଦିନ ଧଳା ରଙ୍ଗର ପୋଷାକ ଶୁଭ ବୋଲି ବିବେଚନା କରାଯାଏ।

ଷଷ୍ଠୀ: ଷଷ୍ଠ ଦିନ ମା’ କାତାୟନୀଙ୍କୁ ପୂଜା କରାଯାଏ। ନାଲି ରଙ୍ଗ ଏହି ଦିନ ପାଇଁ ବହୁତ ଶୁଭ ବୋଲି ବିବେଚନା କରାଯାଏ।

ପ୍ତମୀ: ଏହି ଦିନ ମା’ କାଳରାତ୍ରିଙ୍କୁ ପୂଜା କରାଯାଏ। ଏହି ଦିନ ନୀଳ ରଙ୍ଗର ପୋଷାକ ପିନ୍ଧିବା ଶୁଭ ।

ଅଷ୍ଟମୀ: ମା’ ଭୈରବୀଙ୍କୁ ନବରାତ୍ରିର ଅଷ୍ଟମୀ ଦିନରେ ପୂଜା କରାଯାଏ। ଏହି ଦିନ ଗୋଲାପୀ ରଙ୍ଗ ପିନ୍ଧିବା ଶୁଭ ଅଟେ ।

ନବମୀ: ନବମ ଦିନରେ ମାତା ସିଦ୍ଧଧାତ୍ରୀଙ୍କୁ ପୂଜା କରାଯାଏ । ଏହି ଦିନ ବାଇଗଣୀ ପିନ୍ଧିବା ଅତ୍ୟନ୍ତ ଶୁଭ ଅଟେ। କେବଳ ଏହି ରଙ୍ଗର ପୋଷାକ ପିନ୍ଧି ଅନ୍ୟଙ୍କୁ ଖାଇବାକୁ ଦେଇ ମା’ଙ୍କୁ ଉପାସନା କଲେ ପୂର୍ଣ୍ଣ ଫଳ ମିଳିବାର ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri