Posted inଫୁରସତ

୬୫୫ କୋଟିର ମାଲିକ ଏଇ କୁକୁର

ମହଲ ପରି ଏକ ବଡ଼ ବଙ୍ଗଳା, ଚାକର ଚାକରାଣୀ, ଅୟସ ଭରା ଜୀବନର ସ୍ବପ୍ନ ତ ସମସ୍ତେ ଦେଖନ୍ତି। ହେଲେ ଏ ସ୍ବପ୍ନ କେବଳ ସ୍ବପ୍ନ ହୋଇ ରହିଯାଏ ଅନେକଙ୍କ ପାଇଁ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏଭଳି ଅୟସଭରା ଜୀବନ ଏକ କୁକୁର ବିତାଉଛି। ସେ ଏତେ ଧନୀ ଯେ, ତା’ ଅୟସଭରା ଜୀବନକୁ ନେଇ ଏବେ ଫିଲ୍ମ ବି କରାଯାଇଛି। ଏହି କୁକୁରଟିର ନାମ ହେଉଛି ଗୁନ୍ଥର ୬। ଏହାର ସମ୍ପତ୍ତି କେତେ ଜାଣନ୍ତି? ଏହି ଜର୍ମାନ ଶେଫର୍ଡ ପ୍ରଜାତିର କୁକୁରଟି ହେଉଛି ୬୫୫ କୋଟି ଟଙ୍କାର ମାଲିକ। ଇଟାଲିରେ ରହୁଥିବା ଏହି କୁକୁରର ଅୟସ ଜୀବନକୁ ଦେଖିଲେ ସତରେ ଯେକୌଣସି ମଣିଷ ଇର୍ଷା କରିବେ। ଗୁନ୍ଥର ୬ ଏବେ ମଡୋନାଙ୍କ ପୂର୍ବ ଘରେ ବେଶ୍‌ ଆରାମଦାୟକ ଜୀବନ ବିତାଉଛି। ଆଉ ତା’ ଜୀବନ କାହାଣୀ ଉପରେ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ବି କରାଯାଉଛି ଯାହାର ନାଁ, ‘ଗୁନ୍ଥର ମିଲିୟନ୍ସ’ ରଖାଯାଇଛି। ଚଳଚ୍ଚିତ୍ରଟି ନେଟଫ୍ଲିକ୍ସରେ ଖୁବ୍‌ ଶୀଘ୍ର ରିଲିଜ ହେବାକୁ ଯାଉଛି। ଚଳଚ୍ଚିତ୍ରରେ ଗୁନ୍ଥର ଧନୀ ହେବାର ରହସ୍ୟ ଓ ତା’ର ଅୟସଭରା ଗ୍ଲାମର୍ସ ଲାଇଫ୍‌ ଉପରେ ଚିତ୍ରଣ କରାଯାଇଛି। ଫିଲ୍ମର ନିର୍ଦ୍ଦେଶକ ଅରେଲିୟନ ଲେଟର୍ଗି କୁହନ୍ତି, ‘ଆମେ ଏହି କୁକୁର ସମ୍ପର୍କରେ ଯେବେ ଜାଣିଲୁ ତା’ର ଜୀବନଶୈଳୀ କିଭଳି ହୋଇଥିବ ସେ ସମ୍ପର୍କରେ ସବିଶେଷ ଜାଣିବାକୁ ଇଛା ହୋଇଥିଲା। ତେଣୁ ତା’ ସମ୍ପର୍କରେ ସବୁ ତଥ୍ୟ ସଂଗ୍ରହ କଲୁ। ଆମ ଚଳଚ୍ଚିତ୍ରରେ ତା’ର କାହାଣୀକୁ ବେଶ୍‌ ସୁନ୍ଦରଭାବେ ଉପସ୍ଥାପନ କରାଯାଇଛି। ଗୁନ୍ଥରକୁ ଜର୍ମାନୀର କାଉଣ୍ଟେସ୍‌ କାରଲୋଟା ଲିଏମ୍ବଷ୍ଟେନ୍‌ଙ୍କ ପୁଅର ନାଁ ଗୁନ୍ଥରଙ୍କ ନାମାନୁସାରେ ନାମିତ କରାଯାଇଥିଲା। ଯେକି କୌଣସି କାରଣରୁ ଆତ୍ମହତ୍ୟା କରିଥିଲେ। ଲିଏମ୍ବଷ୍ଟେନ୍‌ଙ୍କର ନିଜର ବୋଲି ଆଉ କେହି ନ ଥିଲେ। ସେଥିପାଇଁ ସେ ୧୯୯୨ରେ ନିଜ ମୃତ୍ୟୁ ପୂର୍ବରୁ ଏକ ଟ୍ରଷ୍ଟ ଗଠନ କରିଥିଲେ। ଆଉ ନିଜର ପ୍ରିୟ କୁକୁର ନାଁରେ ୬୫୫ କୋଟି ଟଙ୍କାର ସମ୍ପତି କରାଇଦେଲେ। ତା’ଛଡା ଗୁନ୍ଥର ଏକ ଫାର୍ମାସ୍ୟୁଟିକାଲ କମ୍ପାନୀର ମାଲିକ ମଧ୍ୟ।’


Enter your email to get our daily news in your inbox.

All Right Reserved By Dharitri.Com

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri