ଧନଜୀବନ, ଜୈବ ବିବିଧତାକୁ ଅଣଦେଖା

ଯାଜପୁର ଅଫିସ,୩୦।୧୨: କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସ୍ବାର୍ଥ ପାଇଁ ଜୈବ ବିବିଧତା ଓ ଲୋକଙ୍କ ଧନଜୀବନକୁ ଅଣଦେଖା କରାଯାଉଛି। ବାଲି ଖାଦାନ ଲିଜ୍‌ ଦେବା ପୂର୍ବରୁ ସେଠାକାର ପାରିପାର୍ଶ୍ୱିକ ସ୍ଥିତି ସମ୍ପର୍କରେ କୌଣସି ଅନୁଧ୍ୟାନ କରାଯାଉ ନାହିଁ। ଏହି ମର୍ମରେ ଧରିତ୍ରୀରେ ଗତ ୧୦ ତାରିଖରେ ଦର୍ପଣ ତହସିଲ ବାଲି ଖାଦାନ ବିଜ୍ଞପ୍ତି, ଗାଇଡ୍‌ଲାଇନକୁ ଖୋଲା ଚ୍ୟାଲେଞ୍ଜ ଶୀର୍ଷକ ଏକ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ ଅଞ୍ଚଳବାସୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ନଂ. ୩୪୭୮୯/୨୦୨୦) ରୁଜୁ କରିଛନ୍ତି। ଗତ ୨୨ ତାରିଖରେ ଏନେଇ ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ ଓ ବିଚାରପତି ଡ. ବି.ଆର. ଷଡ଼ଙ୍ଗୀ ୬ ସପ୍ତାହ ମଧ୍ୟରେ ଆବେଦନକାରୀ ଓ ପ୍ରଭାବିତ ଲୋକଙ୍କ ଆପତ୍ତିକୁ ବିଚାରକୁ ନେଇ ଯାଜପୁର ଉପଜିଲାପାଳ ଠିକ୍‌ ନିର୍ଣ୍ଣୟ ନେବେ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି।
ଯାଜପୁର ଜିଲା ବଡ଼ଚଣା ବ୍ଲକର ବାଲିଚନ୍ଦ୍ରପୁର, ଚାରିନଙ୍ଗଳ, ମାଣ୍ଡକା, ଗୋପାଳପୁର, ବାଲିପଡିଆ ଓ ବରୀ ବ୍ଲକର ଅମଟପୁର, ବେଣୀପୁର ଏବଂ ମଙ୍ଗପୁର ଆଦି ପଞ୍ଚାୟତ ଦେଇ ବିରୂପା ନଦୀ ପ୍ରବାହିତ ହୋଇଛି। ବନ୍ୟା ସମୟରେ ଏହି ନଦୀତଟବର୍ତ୍ତୀ ଅଞ୍ଚଳବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି। ଏହି ମର୍ମରେ ଆବେଦନକାରୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ମାମଲାରେ ଆହୁରି ଦର୍ଶାଯାଇଛି ଯେ, ବିରୂପା ନଦୀତଟବର୍ତ୍ତୀ ଅଞ୍ଚଳରେ ଦେକୁରୀ, ବେଣୀପୁର ଆଦି ଗ୍ରାମ ରହିଛି। ବିରୂପା ନଦୀରେ ଗତ ଅଗଷ୍ଟ ମାସ ବନ୍ୟା ସମୟରେ ପ୍ରାୟ ୯୫ ଏକର ଚାଷଜମି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏହାସହ ପୂର୍ବ ବନ୍ୟାରେ ମଧ୍ୟ ଅନୁରୂପ କ୍ଷୟକ୍ଷତି ହୋଇ ଆସୁଛି। ଏହି ନଦୀରୁ ବାଲି ଉତ୍ତୋଳନ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏଥିଯୋଗୁ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୩୦ ଏକର ଜମି ନଦୀଶଯ୍ୟାରେ ଜଳମଗ୍ନ ହୋଇଛି। ତେଣୁ ପ୍ରଭାବିତ ଗ୍ରାମବାସୀ ନଦୀଗର୍ଭରୁ ବାଲି ଉତ୍ତୋଳନ ନ କରିବାକୁ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଛନ୍ତି। ଏପରି କି ୨୦୧୯ରେ ଗ୍ରାମବାସୀ ଏବଂ ବାଲି ଖାଦାନ ଲିଜ୍‌ଧାରୀଙ୍କ ମଧ୍ୟରେ ଆଇନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ପୋଲିସ ଓ ଜିଲା ପ୍ରଶାସନ ନିକଟରେ ପହଞ୍ଚତ୍ବାରୁ ଏକ ତଦନ୍ତ କରାଯାଇଥିଲା। ତଦନ୍ତରେ ଗ୍ରାମବାସୀଙ୍କ ଅଭିଯୋଗରେ ସତ୍ୟତା ମିଳିବାରୁ ଉକ୍ତ ବାଲି ଖାଦାନକୁ ବନ୍ଦ କରି ଦିଆଯାଇଥିଲା। ତଥାପି ଦର୍ପଣ ତହସିଲ ପକ୍ଷରୁ ୩୬୦୫/୨୫ା୧୧ା୨୦୨୦ରେ ବାଲି ଖାଦାନ ଲିଜ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ବିଜ୍ଞପ୍ତି ପ୍ରତିବାଦରେ ଡେକୁରୀ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ପଡିଲା ବୋଲି ମାମଲାରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ଜଳ ସମ୍ପଦ ବିଭାଗର ବାଲିଚନ୍ଦ୍ରପୁର- ପଟ୍ଟାମୁଣ୍ଡାଇ ନଦୀବନ୍ଧର ସୁରକ୍ଷା ଏବଂ ଲୋକଙ୍କ ଧନଜୀବନ ଉପରେ ଧ୍ୟାନ ନ ଦେଇ ଦର୍ପଣ ତହସିଲ କର୍ତ୍ତୃପକ୍ଷ ବିରୂପା ନଦୀର ରାମଦାସପୁର-୧ ବାଲିଘାଟ, ଦେକୁରୀ ବିରୂପା ବାଲିଘାଟ ଓ ରାମଦାସପୁର-୨ ବାଲିଘାଟର ୭ ଏକର ଲେଖାଏଁ ନଦୀରୁ ବାର୍ଷିକ ସର୍ବନିମ୍ନ ୧୯,୯୫୩ ଘନମିଟର ବାଲି ଉତ୍ତୋଳନ ପାଇଁ ଦୀର୍ଘମିଆଦୀ ଲିଜ୍‌ ପାଇଁ ବିଜ୍ଞପ୍ତି ଦିଆଯାଇଛି। ଏଥିପାଇଁ ଘନମିଟର ପିଛା ରାଜସ୍ବ ୩୫ ଟଙ୍କା ଏବଂ ଅତିରିକ୍ତ ଦେୟ ୪୫ ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରାୟ ଅଢ଼େଇ ବର୍ଷ ତଳେ ପ୍ରିଭେନସନ ଅଫ୍‌ ଥେଫ୍ଟ ମାଇନର ମିନେରାଲ୍ସ ଆଣ୍ଡ ଅଭିକ୍ସନ ଆକ୍ଟିଭିଟିଜ (ପିଟିଏମ୍‌ଏମ୍‌ଇଏ) ବା ଲଘୁ ଖଣିଜ ଦ୍ରବ୍ୟର ଚୋରାଚାଲାଣ ଓ ଦଖଲଚ୍ୟୁତି ପ୍ରତିରୋଧ ଯୋଜନା ଏବଂ ଗତ ନଭେମ୍ବର ମାସରେ ପ୍ରଣୀତ ନୂତନ ଗାଇଡ୍‌ଲାଇନକୁ ନ ମାନି ଦର୍ପଣ ତହସିଲ ଅଧୀନ ୩ଟି ବାଲିଘାଟ ଉତ୍ସର ଦୀର୍ଘମିଆଦୀ ଲିଜ୍‌ ନିମନ୍ତେ ବିଜ୍ଞାପନ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଦର୍ପଣ ତହସିଲଦାର ବରଣେନ୍ଦୁ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ଆଇନ ଅନୁସାରେ ବାଲି ଉତ୍ସର ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri