‘ବର୍ଷାଙ୍କ ବିକଳ୍ପ ରହଣି ବ୍ୟବସ୍ଥା କରିବୁ’

କଟକ ଅଫିସ,୨୫ା୫: ଓଡ଼ିଆ ଫିଲ୍ମ ଷ୍ଟାର୍‌ ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଉପରେ ମଙ୍ଗଳବାର କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଶୁଣାଣି ହୋଇଛି। ଅନୁଭବଙ୍କ ପକ୍ଷରୁ ଦାଏର ହୋଇଥିବା ୨ ପିଟିଶନର ଶୁଣାଣି ଶେଷ କରି କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି। ନିଜ ପିଟିଶନରେ ଅନୁଭବ ଉଲ୍ଲେଖ କରିଛନ୍ତି ଯେ, ସେ ବର୍ଷାଙ୍କ ବିକଳ୍ପ ରହିଣି ପାଇଁ ଭଲ ବ୍ୟବସ୍ଥା କରିବେ ଏବଂ ସେ ବାବଦ ଖର୍ଚ୍ଚକୁ ଭରଣା କରିବେ। ନନ୍ଦିସାହି ସ୍ଥିତ ତାଙ୍କ ପୈତୃକ ବାସଭବନକୁ ବର୍ଷା ଛାଡ଼ନ୍ତୁ। ଯେହେତୁ ବର୍ଷା ତାଙ୍କ ମୂଳ ଆବେଦନରେ ବିକଳ୍ପ ରହଣି ବ୍ୟବସ୍ଥା ଚାହିଁଥିଲେ, ସେଥିରେ ସେ ରାଜି ଥିବା ଅନୁଭବ ପିଟିଶନରେ ଦର୍ଶାଇଛନ୍ତି। ନନ୍ଦିସାହିସ୍ଥିତ ବାସଭବନ ଏକ ଜଏଣ୍ଟ ପ୍ରପର୍ଟି। ସେଥିରେ ଅନୁଭବଙ୍କ ମା’ବାପା, ଭାଉଜ, ଭାଇ ସମସ୍ତଙ୍କ ଅଧିକାର ରହିଛି। ତେଣୁ ସେମାନଙ୍କୁ ସେହି ଘରେ ରହିବାକୁ ଦିଆଯାଉ। ଦାମ୍ପତ୍ୟ କଳିରେ ପରିବାରର ଅନ୍ୟ ସଦସ୍ୟଙ୍କୁ ହଇରାଣ କରାଯାଇପାରିବ ନାହିଁ ବୋଲି ଅନୁଭବଙ୍କ ଓକିଲ ସୁପ୍ରିମ୍‌କୋର୍ଟ ରାୟର ଉଦାହରଣ ଦେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ଅନ୍ୟ ଏକ ପିଟିଶନରେ ବର୍ଷାଙ୍କ ଭରଣପୋଷଣ ପାଇଁ ତାଙ୍କ ବାର୍ଷିକ ଆୟର ତଥ୍ୟ ମଗାଯାଇଛି।
ଅନ୍ୟପକ୍ଷରେ ବର୍ଷାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ, ଯେହେତୁ ବର୍ଷା ଏବେ ଏକୁଟିଆ, ତେଣୁ ସେ ବାହାରେ ରହିବା ଅସୁରକ୍ଷିତ। ସେ ବିନା ସୁରକ୍ଷାରେ ଏକାକୀ ଅନ୍ୟ ଘରେ ରହିପାରିବେ ନାହିଁ। କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି। ସୂଚନାଥାଉ କି, ଅନୁଭବ ତାଙ୍କ ବାପା ଓ ମା’ଙ୍କ ସହ ଅନ୍ୟତ୍ର ରହୁଥିବା ବେଳେ ତାଙ୍କ ନନ୍ଦିସାହିସ୍ଥିତ ବାସଭବନରେ ବର୍ଷା ରହୁଛନ୍ତି। ତେବେ ଅନୁଭବ ସୋସିଆଲ ମିଡିଆରେ ଅନେକ ଆପତ୍ତିଜନକ କଥା ଉଠାଇଛନ୍ତି, ଯାହା ତାଙ୍କର ଚରିତ୍ର ସଂହାର କରୁଛି ଏବଂ ସେ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରି ମଙ୍ଗଳବାର ବର୍ଷାଙ୍କ ତରଫରୁ ଏସ୍‌ଡିଜେଏମ୍‌ କୋର୍ଟରେ ସାନି ପିଟିଶନ ଦାଏର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri