ସମ୍ବିଧାନର ସୁରକ୍ଷା ପାଇଁ ଲଢ଼େଇ ଦରକାର

ବରଗଡ଼,୨୨।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲରେ ଶନିବାର ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ପକ୍ଷରୁ ସର୍ବୋଦୟ ସଂକଳ୍ପ ଶିବିର ଅନୁଷ୍ଠିତ ହୋଇଛି। ଏହି ଅବସରରେ ସଙ୍ଗଠନର ଜାତୀୟ ଉପାଧ୍ୟକ୍ଷ ସଚିନ ନାୟକ ଜାତୀୟ କଂଗ୍ରେସର ପତାକାକୁ ଉତ୍ତୋଳନ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉଦ୍‌ଘାଟନୀ ଅଧିବେଶନରେ ସମ୍ବଲପୁରର ବରିଷ୍ଠ ଖବରଦାତା ଶିବ ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ବିଧାନ ଓ ଦେଶର ଗଣତନ୍ତ୍ରର ସୁରକ୍ଷା ପାଇଁ ବିଚାରଗତ ଲଢ଼େଇର ଆବଶ୍ୟକତା ରହିଛି ବୋଲି କହିଥିଲେ। ଜନ ଆନ୍ଦୋଳନ ଓ ଗଣତନ୍ତ୍ରର ସୁରକ୍ଷା ସମ୍ପର୍କୀତ ଅଧିବେଶନରେ କୃଷକ ନେତା ଲିଙ୍ଗରାଜ ଯୋଗଦେଇ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ନେଇ ଜନ ଆନ୍ଦୋଳନ ଗଢ଼ି ପାରିଲେ ଗଣତନ୍ତ୍ର ସୁରକ୍ଷିତ ହେବ ବୋଲି କହିଥିଲେ। କଲାପାଣି କଲେଜର ପୂର୍ବତନ ଅଧ୍ୟକ୍ଷ ମୋହନ ସାହୁ ଏବଂ ସୋହେଲା କଲେଜର ପୂର୍ବତନ ଅଧ୍ୟକ୍ଷ ଟେକଚାନ୍ଦ ଦୁଆନ କାର୍ଯ୍ୟକ୍ରମରେ ଯୋଗଦେଇ କ୍ଷମତାର ବିକେନ୍ଦ୍ରୀକରଣ ଓ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି ବୋଲି କହିଥିଲେ। ସଙ୍ଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ ସ୍ବାଧୀନତା ସଂଗ୍ରାମ ଓ ଭାରତ ନିର୍ମାଣରେ କଂଗ୍ରେସର ଭୂମିକା ଉପରେ ଆଲୋକପାତ କରିଥିବାବେଳେ ସଙ୍ଗଠନର ଜାତୀୟ ଉପାଧ୍ୟକ୍ଷ ନାୟକ ସମ୍ବିଧାନର ସୁରକ୍ଷା ଉପରେ ଆଲୋଚନା କରିଥିଲେ। ସଙ୍ଗଠନର ରାଜ୍ୟ ସଂଯୋଜକ ବିଜୟ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାଣ୍ଡବ କର୍ଣ୍ଣ, କିଶୋର ସାହୁ, ଅନନ୍ତ ଶୟନ ପାଢ଼ୀ, ଗଣେଶ ସାହୁ, ସୁନୀତା ବାଗ, ବାସନ୍ତୀ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନକୁ ଜିଲାର ସମସ୍ତ ପଞ୍ଚାୟତରେ ମଜବୁତ୍‌ କରିବା ସହିତ ଲୋକଙ୍କ ଦୈନନ୍ଦିନ ସମସ୍ୟାକୁ ନେଇ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କଂଗ୍ରେସ ଦଳ ଯେଉଁ ରାଜନୈତିକ ବିଚାର ଉପରେ ଦଣ୍ଡାୟମାନ, ସେହି ବିଚାରକୁ ଅଧିକ ସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ ହେବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ରବିବାର ପୂର୍ବାହ୍ନରେ ଜୀରାନଦୀର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଜୀରା ବଞ୍ଚାଅ ଆନ୍ଦୋଳନକୁ ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri