ଆମ ହାତରେ ବମ୍‌

ରିତେଶ କୁମାର ଶିଶୁ

ବିଜ୍ଞାନର ଉନ୍ନତି ସହ ଆମର ଯୋଗାଯୋଗ ଉପକରଣ ସବୁ ଅତ୍ୟାଧୁନିକ ହୋଇଯାଇଛି। ମୋବାଇଲ ଫୋନ୍‌, ଲାପ୍‌ଟପ୍‌, ୱାକିଟକି, ପେଜର, ସ୍ମାର୍ଟ ଟିଭି, ଫ୍ରିଜ୍‌, ଇଲେକ୍ଟ୍ରୋନିକ ଗାଡ଼ି ସବୁ ଆମେ ବ୍ୟବହାର କରୁଛେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେଗୁଡ଼ିକ ଅଧିକାଂଶ ବିଦେଶ ତିଆରି, କାରଣ ଆମ ଘରୋଇ କ୍ଷେତ୍ରରେ ସେହି ଉନ୍ନତ ଅତ୍ୟାଧୁନିକ ବୈଷୟିକ କୌଶଳ ଆଜି ପର୍ଯ୍ୟନ୍ତ ଅପହଞ୍ଚ। ଲିବ୍ୟାରେ ପ୍ରଥମ ପର୍ଯ୍ୟାୟରେ ବ୍ୟାପକ ପେଜର ବିସ୍ଫୋରଣ ପରେ ପରେ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟାନ୍ୟ ଉପକରଣ ଯଥା ୱାକିଟକି, ରେଡିଓ, ଗାଡ଼ି ବ୍ୟାଟେରି, ସୌର ପ୍ୟାନେଲ, ସ୍ମାର୍ଟ ଫୋନ୍‌, ଇଣ୍ଟରକମ୍‌ ଆଦି ଇଲେକ୍ଟ୍ରୋନିକ ଉପକରଣରେ ଏକା ବେଳକେ ବିସ୍ଫୋରଣ ଘଟଣା ଶୁଣିଲା ପରେ ଏହି ବିଦେଶୀ ଉପକରଣଗୁଡ଼ିକ ଉପରେ ସନ୍ଦେହ ବଢ଼ିବା ସ୍ବାଭାବିକ। ଏଥିରେ ଅନେକ ସାଧାରଣ ଲୋକ ଏପରିକି ଛୋଟ ପିଲା ମଧ୍ୟ ମୃତାହତ ହୋଇଛନ୍ତି। ତେବେ ଲିବ୍ୟାର ଯୋଗାଯୋଗ ଉପକରଣଗୁଡ଼ିକ ବିସ୍ଫୋରଣ ହେବାର ଅନେକ କାରଣ ଉପସ୍ଥାପନ କରାଯାଉଛି। କିଏ କହୁଛି ସେଗୁଡ଼ିକରେ ପୂର୍ବରୁ ଅଳ୍ପ ପରିମାଣର ବିସ୍ଫୋରକ ଲଗାଯାଇଥିଲା ଓ ଏକ କୋଡ୍‌ ମାଧ୍ୟମରେ ତାହାକୁ ବିସ୍ଫୋରିତ କରାଯାଇଛି ତ କିଏ କହୁଛି ଡ୍ରୋନ୍‌ ମାଧ୍ୟମରେ ଏକ ଶକ୍ତିଶାଳୀ ଇଲେକ୍ଟ୍ରୋମାଗ୍‌ନେଟିକ୍‌ ତରଙ୍ଗ ଛଡ଼ାଯାଇଛି। ରୋଚକ କଥା ହେଉଛି ପେଜରଗୁଡିକ ତାଇୱାନ୍‌ର ଗୋଲ୍ଡ ଆପଲ କମ୍ପାନୀ ତିଆରି କରିଛି।
ଅଭିଯୋଗ ହେଲା ବେଳେ ତାଇୱାନ୍‌ କହିଛି, ତାହାର ଯନ୍ତ୍ରାଂଶ ହଙ୍ଗେରୀର ବିଏସି କନ୍‌ସଲ୍ଟିଂ କମ୍ପାନୀ ଏକାଠିକରି ତିଆରିକରି ବିକ୍ରି କରିଛି। ସେପଟେ ବିଏସି କନ୍‌ସଲ୍ଟିଂ କହୁଛି ଆମେ ପେଜର ତିଆରି କରୁନା, କେବଳ କିଣା ବିକାରେ ମଧ୍ୟସ୍ଥତା କରୁ। ଏପରି ଟଣାଓଟରା ଭିତରେ ନ୍ୟୁୟର୍କ ଟାଇମ୍ସ କହିଛି ବିଏସି କନ୍‌ସଲ୍ଟିଂ ଇସ୍ରାଏଲର ଏକ ଗୋଇନ୍ଦା ସହଭାଗୀ। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କର ଲେବାନନ୍‌ରେ ଏହି ବିସ୍ଫୋରଣକୁ ନେଇ ଏକ ମନ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱ ବହନକରେ ଯେ ସାଧାରଣ ଲୋକଙ୍କ ଦ୍ୱାରା ବ୍ୟବହୃତ ଯୋଗାଯୋଗ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣଗୁଡ଼ିକୁ ଅସ୍ତ୍ର ଭାବରେ ବ୍ୟବହାର କରିବା ଆଦୌ ସମୀଚୀନ ନୁହେଁ। ଜାତିସଂଘର ମାନବ ଅଧିକାର ବିଭାଗର ମନ୍ତବ୍ୟ ଏହା ଯେ ଏପରି ଆକ୍ରମଣ ସମୟରେ ଏହି ଉପକରଣଗୁଡିକ କାହା ହାତରେ ଅଛି, କେଉଁ ସ୍ଥିତିରେ ଅଛି ଓ କିଭଳି ପରିବେଶରେ ଅଛି ନ ଜାଣି ବହୁ ହଜାର ଲୋକଙ୍କୁ ଏକା ବେଳକେ ଆକ୍ରମଣ କରିବା ମାନବ ଅଧିକାରର କ୍ଷୁଣ୍ଣଜନିତ ଏକ ଗୁରୁତର ଅପରାଧ।
ସେ ଯାହା ବି ହେଉ ଲିଥିଅମ ଆୟନ ବ୍ୟାଟେରି ଥିବା ଉପକରଣଗୁଡ଼ିକରେ ଯଦି ଆଗରୁ କିଛି କୋଡ୍‌ ଦିଆଯାଇଥିବ ସେଥିରେ ସେହି କୋଡ୍‌ଟିକୁ ରେଡିଓ ତରଙ୍ଗ କିମ୍ବା ବୈଦ୍ୟୁତିକ ତରଙ୍ଗ ମାଧ୍ୟମରେ ଆକ୍ଟିଭେଟକରି ବ୍ୟାଟେରିକୁ ବିସ୍ଫୋରଣ କରାଇବା ଅସମ୍ଭବ ନୁହେଁ। ଏହାବାଦ୍‌ ଇଣ୍ଟରନେଟ୍‌ ବ୍ୟବହାର ହେଉଥିବା ଉପକରଣରେ କିଛି ଭାଇରସ୍‌ ଛାଡ଼ି ସେଥିରେ ଥିବା ବ୍ୟାଟେରିକୁ ବିସ୍ଫୋରଣ କରାଇବା ମଧ୍ୟ ଅସମ୍ଭବ ନୁହେଁ। ଯଦି ସେମିତି ହୁଏ ତେବେ ପ୍ରାୟତଃ ଆମେ ସମସ୍ତେ ପାଖରେ ଗୋଟେ ଦୁଇଟା ବମ୍‌ ଧରି ସର୍ବଦା ବୁଲୁଛେ। ଏମିତି ନ ହେଉ ବିଦେଶରୁ କିଣା ଯାଇଥିବା ପ୍ରତିରକ୍ଷା ଉପକରଣଗୁଡ଼ିକରେ ସେମାନେ ଏମିତି କିଛି ଭିତିରି ଉପକରଣ ଲଗାଇଥିବେ, ଯାହାକୁ କ୍ରିୟାଶୀଳ କରିଦେଲେ ବାସ୍ତବ ଯୁଦ୍ଧକୁ ଗଲା ବେଳକୁ ଆମ ପ୍ରତିରକ୍ଷା ଉପକରଣଗୁଡିକ ଆଉ କାମ କରୁ ନ ଥିବ। ଏପରି ଭାବନା ନକାରାମତ୍କ ଲାଗୁଥାଇପାରେ କିନ୍ତୁ ଅସମ୍ଭବ ନୁହେଁ। ଯୁଦ୍ଧ ସମୟରେ ସମସ୍ତ ନୀତିନୈତିକତା ଲୋପ ପାଇଯାଏ ଓ ସାଧାରଣ ନାଗରିକ ଏଥିରୁ ନିସ୍ତାର ପାଆନ୍ତି ନାହିଁ। ଏପରି ସ୍ଥଳରେ ଆମେ ବ୍ୟବହାର କରୁଥିବା ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଏପରି ଉପକରଣ ଚାଇନା, ତାଇୱାନ୍‌, ଦକ୍ଷିଣ କୋରିଆ, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରରୁ ଆମଦାନି ହେଉଛି। ଯେପରି କି ସ୍ମାର୍ଟଫୋନ୍‌, ଲାପ୍‌ଟପ୍‌, କମ୍ପ୍ୟୁଟର, ପେଜର, ଇଅର ଫୋନ୍‌, ଇଲେକ୍ଟ୍ରୋନିକ୍‌ ଗାଡ଼ି ବ୍ୟାଟେରି ଇତ୍ୟାଦି। ଏବେ ସମୟ ଆସିଛି, ଏହି ସବୁ ଉପକରଣ ଆମଦାନି କରିବା ପୂର୍ବରୁ ସେଗୁଡ଼ିକର ନିରାପତ୍ତା ଓ ଗୁଣବତ୍ତାର ଠିକ୍‌ ଆକଳନ କରାଯାଉ ଓ ଏହା ସହ ସ୍ବଦେଶରେ ଏହି ବୈଷୟିକ ଜ୍ଞାନକୁ ଅଧିକ ଶାଣିତକରି ନିଜ ଦେଶରେ ଏପରି ଉପକରଣଗୁଡ଼ିକର ନିର୍ମାଣକୁ ଗୁରୁତ୍ୱ ଦିଆଯାଉ। ଆମ ଦେଶର ନାଗରିକମାନେ ବି ଏଥି ପ୍ରତି ସଚେତନହେବା ସହ ସ୍ବଦେଶୀ ଉପତ୍ାଦକୁ ଅଗ୍ରାଧିକାର ଭିତ୍ତିରେ ଆପଣେଇବା ଶ୍ରେୟସ୍କର ହେବ।
ସାଇଲୋ ବଡ଼ବିଲ, କଟକ
ମୋ: ୮୦୧୮୮୩୪୭୩୪


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri