ଆମେ ପଛେଇଗଲୁ

ଆକାର ପଟେଲ

ଯୁଦ୍ଧରେ ଫିଲ୍ଡ ମାର୍ଶାଲ ବର୍ନାଡ ମଣ୍ଟେଗୋମେରୀଙ୍କ ନାମ ବେଶ୍‌ ଜଣାଶୁଣା, କିନ୍ତୁ ସେ କେବେ ବି ଅଧିକ ଯୁଦ୍ଧ ଜିତି ନାହାନ୍ତି। ବାସ୍ତବରେ ତାଙ୍କର ସବୁଠୁ ଶ୍ରେଷ୍ଠ ଲଢ଼େଇ ‘ଅପରେଶନ ମାର୍କେଟ ଗାର୍ଡେନ’(ଯାହା ଉପରେ ‘ଏ ବ୍ରିଜ ଠୁ ଫାର୍‌’ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା) ଥିଲା ଏକ ବିପର୍ଯ୍ୟୟ। କିନ୍ତୁ ଐତିହାସିକମାନେ ଏକମତ ଯେ, ମଣ୍ଟେଗୋମେରୀଙ୍କ ନିକଟରେ କିଛି ଥିଲା,ଯାହା ସମସ୍ତ ଜେନେରାଲଙ୍କ ପାଖରେ ରହିବା ଉଚିତ ଏବଂ ତାହା ହେଉଛି ‘ଗ୍ରିପ୍‌’ ଅର୍ଥାତ୍‌ ପରିସ୍ଥିତିକୁ ଭଲ ଭାବେ ବୁଝି ନିଜ ଆୟତ୍ତରେ ରଖିବା। ଏହା ହେଉଛି ଏକ ପ୍ରକାର ଗୁଣ; ଯେଉଁଥିତ୍ରେ କୌଣସି ପରିସ୍ଥିତି ଉପରେ ସତର୍କ ରହିବା, ପାଖରେ କେଉଁ ସବୁ ସଂସାଧନ ରହିଛି ଏବଂ ଭବିଷ୍ୟତରେ କ’ଣ ଆବଶ୍ୟକ ସେ ବିଷୟରେ ଜାଣିବା ଓ ଆଗକୁ କେଉଁ ସବୁ ଘଟଣା ଘଟିବ ସେ ସମ୍ବନ୍ଧରେ ସଚେତନ ହେବାକୁ ପଡ଼େ। ଏହି ସବୁ ଗୁଣ ଆମ ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିଛି ବୋଲି ଆମେ କହିପାରିବା ନାହିଁ। ସେ କୌଣସି ଘଟଣାର ସବିଶେଷ ବିବରଣୀ ଜାଣିବାକୁ ଆଗ୍ରହୀ ନୁହନ୍ତି। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏକ ସାକ୍ଷାତ୍‌କାରରେ ସାମ୍ବାଦିକ ମଧୁ କିସଓ୍ବାରଙ୍କୁ କହିଥିଲେ ଯେ, କୌଣସି ଅଧିକାରୀ ଯଦି ତାଙ୍କୁ କିଛି ପେପର ଦେଖାନ୍ତି, ତା’ଉପରେ ୨ ମିନିଟରେ କହିବାକୁ ସେ କହିଥାଆନ୍ତି। ୧୦ ପୃଷ୍ଠାର ତଥ୍ୟ ପାଇଁ ଦୁଇ ମିନିଟ୍‌ ଯଥେଷ୍ଟ ଓ ତାଙ୍କର ଏପ୍ରକାର ଗୁଣ ରହିଥିବା ସେ ପ୍ରକାଶ କରିଥିଲେ। ସମ୍ପୂର୍ଣ୍ଣ ଘଟଣା ଜାଣିବାକୁ ତାଙ୍କର ଆଗ୍ରହ ନ ଥିଲେ ବି କୌଣସି କାର୍ଯ୍ୟରୁ ଅଲଗା ରହିବାକୁ ସେ ପସନ୍ଦ କରନ୍ତିନି। ବରଂ ଷ୍ଟ୍ରୋକ୍‌ ବା ଏକାମାଡ଼ରେ କାମ ହାସଲ କରିବାରେ ନିଜକୁ ଜଡ଼ିତ ରଖନ୍ତି। ଉଦାହରଣ ସ୍ବରୂପ, ଚଳିତ ବର୍ଷ ମାର୍ଚ୍ଚ ଶେଷସୁଦ୍ଧା ବିବିସି ରିପୋର୍ଟ କରିଥିଲା ଯେ, ଗତ ବର୍ଷ ଲକ୍‌ଡାଉନ ପୂର୍ବରୁ ଏହାର ପରିଣାମ କ’ଣ ହେବ ସେ ସମ୍ପର୍କରେ କୌଣସି ଗୋଟିଏ ବି ମନ୍ତ୍ରଣାଳାୟ ସହ ବିଚାର ବିମର୍ଶ କରାଯାଇ ନ ଥିଲା। ଭାରତର ସ୍ବାସ୍ଥ୍ୟ, ଅର୍ଥ, ବିପର୍ଯ୍ୟୟ ପରିଚାଳନା ଆଦି ବିଭିନ୍ନ ବିଭାଗଗୁଡ଼ିକ ସହ ଯଦି ଲକ୍‌ଡାଉନ ପୂର୍ବରୁ ପରାମର୍ଶ କରାଯାଇଥିଲା ତେବେ କିଭଳି କରାଯାଇଥିତ୍ଲା ତାହା ଜାଣିବା ଲାଗି ବିବିସି ୨୪୦ଟି ସୂଚନା ଅଧିକାର ଦରଖାସ୍ତ ଦାଖଲ କରିଥିଲା। ସେମାନଙ୍କ ଉତ୍ତରରୁ ଜଣାପଡ଼ିଲା ଯେ, ଏ କ୍ଷେତ୍ରରେ କୌଣସି ବିଶେଷଜ୍ଞ କିମ୍ବା ସରକାରୀ ବିଭାଗଗୁଡ଼ିକ ସହ ପରାମର୍ଶ କରାଯାଇ ନ ଥିଲା। ତେବେ ଲକ୍‌ଡାଉନ ପୂର୍ବରୁ ସମ୍ବନ୍ଧିତ ବିଭାଗଗୁଡ଼ିକ ସହ କାହିଁକି ପରାମର୍ଶ କରାଯାଇ ନ ଥିଲା ସେ ସମ୍ପର୍କରେ ତଥ୍ୟ ବିବିସିକୁ ଦେବା ପାଇଁ ସରକାର ମନା କରି ଦେଇଥିଲେ। ଦ୍ୱିତୀୟ ଉଦାହରଣ ହେଉଛି ବିମୁଦ୍ରୀକରଣରେ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟଶୈଳୀ। ଏହା ଘଟିବାକୁ ଯାଉଥିଲା ବୋଲି ହାତ ଗଣତି ଲୋକ ଜାଣିଥିଲେ। ଏପରି କି ବିମୁଦ୍ରୀକରଣ ଲାଗୁ ହେବା ଦିନ ଯାଏ କ୍ୟାବିନେଟ୍‌କୁ ଏହା ଜଣାଯାଇ ନ ଥିଲା। ୧୦୦୦ ଓ ୫୦୦ ଟଙ୍କିଆ ନୋଟ ୮ ନଭେମ୍ବର, ୨୦୧୮ ସନ୍ଧ୍ୟାରେ ରଦ୍ଦ ହେବ ଏହା ମଧ୍ୟ ଅବଗତ କରାଯାଇ ନ ଥିତ୍ଲା। ଏଥିପାଇଁ ସରକାର କେବେ ବି ପ୍ରସ୍ତୁତ ନ ଥିଲେ । ଜାଣିଶୁଣି ଏହାକୁ ଗୁପ୍ତ ରଖାଯାଇଥିଲା। ମୋଦିଙ୍କ ଏହି କାର୍ଯ୍ୟଶୈଳୀ ଭଲ କି ମନ୍ଦ, ଲାଭ କି କ୍ଷତି ତାହା କହିବା ମୋର ଲକ୍ଷ୍ୟ ନୁହେଁ। ଏଠାରେ ପ୍ରମାଣ ସ୍ପଷ୍ଟ, ଆଉ କିଛି ଆଲୋଚନା କରିବା ଦରକାର ନାହିଁ। କିନ୍ତୁ ମହାମାରୀ ସମସ୍ୟାକୁ ଏକ ସିଙ୍ଗଲ ଷ୍ଟ୍ରୋକ୍‌ରେ ଡିଲ୍‌ କରାଯାଇ ପାରିବ ନାହିଁ। ଏହି ପରିସ୍ଥିତି ଉପରେ ଦେଶ ସଚେତନ ହେବା ଦରକାର। ଏବେ ନିଜ ପାଖରେ ଥିବା ସଂସାଧନ ସମ୍ପର୍କରେ ଜାଣିବା ସହ ଭବିଷ୍ୟତରେ କ’ଣ ଆବଶ୍ୟକ ପଡ଼ିବ ତାହା ଜାଣିବା ଉଚିତ। ଆଗକୁ କ’ଣ ଘଟିବ ସେ ସମ୍ବନ୍ଧରେ ସଚେତନ ହେବାକୁ ପଡ଼ିବ। ଯେଉଁ ଦେଶରେ ବହୁ ସମୟରେ ଅଳ୍ପ କିଛି ଲୋକଙ୍କ ବିଚାର ପରିସରରେ ଏବଂ ବେଳେବେଳେ କେବଳ ଜଣକ ଦ୍ୱାରା ନିଷ୍ପତ୍ତି ଗ୍ରହଣ କରାଯାଉଛି, ସେଠାରେ ଏସବୁ କରିବା କଷ୍ଟକର ହୋଇପାରେ।
କରୋନା ମାହାମାରୀର ଦ୍ୱିତୀୟ ଲହରରେ ଟିକା, ଅକ୍ସିଜେନ ଏବଂ ଭେଣ୍ଟିଲେଟର ଅଭାବ ଦୃଷ୍ଟିକୋଣରୁ ଆମ ସରକାରଙ୍କ ସ୍ଥିତି ଏଭଳି ହେବ ବୋଲି କେହି କେବେ ଅନୁମାନ କରିପାରି ନ ଥିଲେ। ବିଶ୍ୱର ବିଭିନ୍ନ ଦେଶରୁ ଆମେ ଏବେ ଯେଉଁ ସାହାଯ୍ୟ ପାଉଛେ ସେ ସବୁ ନୂଆ ଉପତ୍ାଦିତ ନୁହେଁ। କହିପାରିବା ନାହିଁ ଯେ, ଆମେ ଏବେ ଯେଉଁ ସଙ୍କଟର ସମ୍ମୁଖୀନ ହେଉଛେ ସେମାନେ ଏହାର ପୂର୍ବାନୁମାନ କରି ଅଧିକ ଉପତ୍ାଦନ କରିଥିତ୍ଲେ ଯାହାକୁ ଆମେ ପାଉଛେ। ସେମାନଙ୍କ ପ୍ରସ୍ତୁତି କାରଣରୁ ଏହି ଜିନିଷ ସେମାନଙ୍କ ପାଖରେ ଅଧିକ ଥିଲା ଓ ତାହାକୁ ସେମାନେ ଏବେ ବାଣ୍ଟିପାରିଲେ। ଆମେ ଠିକ୍‌ ସମୟରେ ଟିକା ପାଇଁ ଅର୍ଡର ନ ଦେବା ଯୋଗୁ ଆମ ପାଖରେ ପର୍ଯ୍ୟାପ୍ତ ଟିକା ରହିଲା ନାହିଁ। ଏହା ଆମର ଦରକାର ବୋଲି ଆମେ ମଧ୍ୟ ଚିନ୍ତା କଲୁନାହିଁ। ଆମେ ସମସ୍ତ ପ୍ରକାର ପ୍ରସ୍ତୁତିରେ ପଛେଇଗଲୁ। ଜାନୁୟାରୀ ଶେଷରେ ପ୍ରଧାନମନ୍ତ୍ରୀ ଓ୍ବାଲର୍‌ଡ ଇକୋନୋମିକ ଫୋରମକୁ କହିଥିତ୍ଲେ ଯେ, ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ କମୁଛି ଓ ଅଧିତ୍କ ନାଗରିକଙ୍କ ଜୀବନ ବଞ୍ଚାଇବାରେ ସଫଳ ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ବିଶ୍ୱ ଜନସଂଖ୍ୟାର ୧୮% ଲୋକ ରହୁଥିବା ଦେଶ ଭାରତ ପ୍ରଭାବୀ ଶୈଳୀରେ କରୋନାର ମୁକାବିଲା କରି ମାନବଜାତିର ସୁରକ୍ଷା କରିଛି।
ଭାରତ ଏ କ୍ଷେତ୍ରରେ ଭିନ୍ନ ଥିଲା ଓ କୋଭିଡ୍‌କୁ ଆୟତ୍ତ କଲା- ଏହାକୁ ପ୍ରମାଣ ମନେକରିି ଏହି ଆଧାରରେ ଆମେ ନିଷ୍ପତ୍ତି ନେଲୁ। ଅନ୍ୟ ପକ୍ଷରେ ପ୍ରଥମ ଲହରରେ କୋଭିଡ୍‌କୁ ଏକ ଦୀର୍ଘ ସମସ୍ୟା ଭାବେ ଅନ୍ୟ ଦେଶଗୁଡ଼ିକ ବିଚାର କଲେ। ମହାମାରୀ ବିରୋଧୀ ଲଢେଇ ଜିତିଲେ କି ନାହିଁ ନିଷ୍ପତ୍ତି ନେବାରେ ଏକକ ନେତୃତ୍ୱ ପରିବର୍ତ୍ତେ ବୈଜ୍ଞାନିକମାନଙ୍କ ଉପରେ ଛାଡିଦେଲେ। କେବଳ ପ୍ରତିଷେଧକ, ସ୍ବାସ୍ଥ୍ୟ ସେବା ପ୍ରସ୍ତୁତି ଏବଂ ଟିକାକରଣ ମହାମାରୀକୁ ରୋକିପାରିବ ବୋଲି ବୈଜ୍ଞାନିକମାନେ ମତ ଦେବା ମାତ୍ରେ ସେଠାରେ ସେମାନଙ୍କ କାର୍ଯ୍ୟାନ୍ବୟନ କ୍ଷମତା ବଢ଼ାଯାଇଥିଲା। ପ୍ରଶ୍ନ ହେଉଛି ଆମେ କାହିଁକି ଏଭଳି ଘାତକ ଦ୍ୱିତୀୟ ଲହର ସମ୍ପର୍କରେ ପୂର୍ବାନୁମାନ କରିପାରିଲେ ନାହିଁ। ଏହାର ଉତ୍ତର ହେଉଛି, ଯଦି ନେତୃତ୍ୱ ଏହି ପରିସ୍ଥିତିକୁ ପୂର୍ବାନୁମାନ କରି ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥାଆନ୍ତେ ତେବେ ମହାମାରୀ ନିଶ୍ଚିତ ଆୟତ୍ତ ହୋଇପାରିଥାଆନ୍ତା।

 

Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri